ପୁଣି ଚର୍ଚ୍ଚାରେ ଜ୍ୟାକଲିନ; ୨୦୦ କୋଟି ଠକ ସୁକେଶ ଚନ୍ଦ୍ରଶେଖରଙ୍କୁ କିସ୍ ଦେଉଥିବାର ଆସିଲେ ନଜର

ଆଜିକାଲି ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡେଜ୍ ଚର୍ଚ୍ଚାରେ ଅଛନ୍ତି । ଜ୍ୟାକଲିନଙ୍କର ଆଉ ଏକ ଫଟୋ ଭାଇରାଲ ହେଉଛି, ଯେଉଁଥିରେ ସେ ସୁକେଶ ଚନ୍ଦ୍ରଶେଖରଙ୍କୁ କିସ୍ କରୁଥିବାର ନଜର ଆସୁଛନ୍ତି ।

ପୁଣି ଚର୍ଚ୍ଚାରେ ଜ୍ୟାକଲିନ

ପୁଣି ଚର୍ଚ୍ଚାରେ ଜ୍ୟାକଲିନ

  • Share this:
News18 Odia Digital

ମୁମ୍ବାଇ: କିଛି ଦିନରୁ ସୁନ୍ଦରୀ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡେଜ୍ ଚର୍ଚ୍ଚାରେ ରହିଆସୁଛନ୍ତି । କିଛି ଦିନ ପୂର୍ବରୁ ତାଙ୍କର ଏକ ଫଟୋ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ୨୦୦ କୋଟି ଟଙ୍କା ଠକେଇ ଅଭିଯୋଗରେ ସୁକେଶ ଚନ୍ଦ୍ରଶେଖରଙ୍କ ସହିତ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଥିଲେ । କିନ୍ତୁ ବର୍ତ୍ତମାନ ଜ୍ୟାକଲିନଙ୍କର ଆଉ ଏକ ଫଟୋ ପୁଣି ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଯେଉଁଥିରେ ସେ ସୁକେଶ ଚନ୍ଦ୍ରଶେଖରଙ୍କୁ କିସ୍ କରୁଥିବାର ଦେଖାଯାଉଛନ୍ତି ।

ଏହି ଫଟୋ ଭାଇରାଲ ହେବା ଦ୍ବାରା ଜ୍ୟାକଲିନଙ୍କ ଅସୁବିଧା ବଢ଼ିଯାଇଛି । ଅର୍ଥ ହେରଫେର ମାମଲାରେ ମୁଖ୍ୟ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଅଭିନେତ୍ରୀଙ୍କ ଫଟୋ ସାମ୍ନାକୁ ଆସିବା ପରେ ଇଡି (ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ) ଟାର୍ଗେଟ କରିପାରେ ।

ଜ୍ୟାକଲିନଙ୍କ ଫଟୋ ଭାଇରାଲ ହେବା ପରେ ଫ୍ୟାନ୍ସ ତାଙ୍କ ଏହି ଫିଟୋ ବିଷୟରେ ଅନେକ ପ୍ରଶ୍ନ ଉଠାଉଛନ୍ତି । ଫ୍ୟାନ୍ସ ବିଶ୍ବାସ କରନ୍ତି ଯେ ଜ୍ୟାକଲିନ୍ ସୁକେଶଙ୍କ ମାମଲା ବିଷୟରେ ଜାଣିଥିଲେ । କିନ୍ତୁ ଏହା ସତ୍ତ୍ବେ ସେ ଇଡି ପଚରାଉଚୁରାରେ ସୁକେଶଙ୍କ ସହ ସମ୍ପର୍କ ଥିବା କଥା ସ୍ୱୀକାର କରିନାହାଁନ୍ତି।

ଖବର ଅନୁଯାୟୀ, ସୁକେଶ ମଧ୍ୟବର୍ତ୍ତୀକାଳୀନ ଜାମିନରେ ତିହାର ଜେଲରୁ ବାହାରକୁ ଆସିବା ପରେ ଓ ବିମାନ ଯୋଗେ ଚେନ୍ନାଇରେ ପହଞ୍ଚିଥିଲେ। ଫଟୋଟି ଚେନ୍ନାଇର ଏକ ଫାଇଭ୍ ଷ୍ଟାର ହୋଟେଲର । ଏହି ଫଟୋରେ ସୁକେଶଙ୍କ ହାତରେ ଥିବା ଆଇଫୋନ୍ ୧୨ ପ୍ରୋ ହେଉଛି ଏକ ଫୋନ୍ ଯେଉଁଥିରେ ଇସ୍ରାଏଲ୍ ସିମ୍ କାର୍ଡ଼ ବ୍ୟବହାର କରି ୨୦୦ କୋଟିର ଦୁର୍ନୀତି କାର୍ଯ୍ୟ କରାଯାଇଥିଲା ।

ସୁକେଶ ଜ୍ୟାକଲିନଙ୍କୁ ଅନେକ ଦାମୀ ଉପହାର ଦେଇଥିଲେ

ଖବର ଅନୁଯାୟୀ, ସୁକେଶ ନିଜକୁ ଚେନ୍ନାଇର ଜଣେ ବଡ଼ ବ୍ୟବସାୟୀ ଭାବରେ ବର୍ଣ୍ଣନା କରି ଜ୍ୟାକଲିନଙ୍କ ସହ ବନ୍ଧୁତା କରିଥିଲେ ଓ ତାଙ୍କୁ କୋଟି କୋଟି ଟଙ୍କା ମୂଲ୍ୟର ଉପହାର ମଧ୍ୟ ଦେଇଥିଲେ। ଏହି କାରଣରୁ ଜ୍ୟାକଲିନଙ୍କୁ ଇଡି ଡକାଇ ତାଙ୍କ ବ୍ୟାଙ୍କ ବିବରଣୀ ତଥା ସମସ୍ତ କ୍ରେଡିଟ କାର୍ଡ଼ର କାରବାର ବିବରଣୀ ବିଷୟରେ ଜାଣିବାକୁ କହିଥିଲେ। ଡିସେମ୍ବରର ପ୍ରଥମ ସପ୍ତାହରେ, ସୁକେଶ ଓ ଜ୍ୟାକଲିନଙ୍କ ସମ୍ପର୍କ ବିଷୟରେ ଉଲ୍ଲେଖ କରାଯାଇଥିବା ଦିଲ୍ଲୀ କୋର୍ଟରେ ଅର୍ଥ ହେରଫେର ମାମଲାରେ ଇଡି ଚାର୍ଜସିଟ ଦାଖଲ କରିବାକୁ ଯାଉଛି।
Published by:Lipina Das
First published: