ମା' ବୈଷ୍ଣୋ ଦେବୀଙ୍କ ଦର୍ଶନ କଲେ ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକଲିନ; ଭାଇରାଲ ହେଲା ଫଟୋ

ସମସ୍ତ ବିବାଦ କାରଣରୁ ସୃଷ୍ଟି ହୋଇଥିବା ଟେନସନରୁ ମୁକ୍ତି ପାଇବାକୁ ଏବଂ କିଛି ମୁହୂର୍ତ୍ତ ଶାନ୍ତିରେ ବିତାଇବାକୁ ମା' ବୈଷ୍ଣୋ ଦେବୀଙ୍କ ଦର୍ଶନ କରିଛନ୍ତି ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ।

ମା' ବୈଷ୍ଣୋ ଦେବୀଙ୍କ ଦର୍ଶନ କଲେ ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକଲିନ

ମା' ବୈଷ୍ଣୋ ଦେବୀଙ୍କ ଦର୍ଶନ କଲେ ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକଲିନ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ମୁମ୍ବାଇ: ୨୦୨୨ ବର୍ଷ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ପାଇଁ ଭଲ ନଥିଲା। ନା ଅଭିନେତ୍ରୀଙ୍କ ଫିଲ୍ମ କିଛି ଖାସ୍ କମାଲ କରିଥିଲା ନ ତାଙ୍କ ବ୍ୟକ୍ତିଗତ ଜୀବନ ଭଲ ନଥିଲା। ବର୍ଷସାରା ସେ ଠକ ସୁକେଶ ଚନ୍ଦ୍ରଶେଖରଙ୍କ ମନି ଲଣ୍ଡରିଂ ମାମଲାରେ ଜଡିତ ଥିବାରୁ ସେ ବିବାଦରେ ଛନ୍ଦି ହୋଇପଡ଼ିଥିଲେ।

ବିଶେଷକରି ସୁକେଶଙ୍କ ସହ ଜ୍ୟାକଲିନଙ୍କ ସମ୍ପର୍କ ମଧ୍ୟ ଏକ ମୁଖ୍ୟ ଆକର୍ଷଣ ଥିଲା। ଏହି ସମସ୍ତ ବିବାଦ କାରଣରୁ ସୃଷ୍ଟି ହୋଇଥିବା ଟେନସନରୁ ମୁକ୍ତି ପାଇବାକୁ ଏବଂ କିଛି ମୁହୂର୍ତ୍ତ ଶାନ୍ତିରେ ବିତାଇବାକୁ ଅଭିନେତ୍ରୀ ମା' ବୈଷ୍ଣୋ ଦେବୀଙ୍କ ଦର୍ଶନ କରିଛନ୍ତି।

ଭାଇରାଲ ହେଲା ଫଟୋ

ଜ୍ୟାକଲିନ୍ ମା' ବୈଷ୍ଣୋଙ୍କ ପରିସରରୁ କିଛି ଫଟୋ ମଧ୍ୟ ଫ୍ୟାନ୍ସଙ୍କେ ପାଇଁ ସେୟାର କରିଛନ୍ତି। ବର୍ତ୍ତମାନ ଅଭିନେତ୍ରୀଙ୍କ ଫଟୋ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଏହି ଫଟୋଗୁଡ଼ିକରେ ଜ୍ୟାକଲିନ୍ ଏକ ଧଳା ସ୍ୱିଟର, ଜିନ୍ସ ଏବଂ ଜୋତା ପିନ୍ଧିଥିବାର ନଜର ଆସୁଛନ୍ତି। ଏହା ସହିତ ମା’ଙ୍କ ଓଢ଼ଣୀ ମଧ୍ୟ ଅଭିନେତ୍ରୀଙ୍କ ବେକରେ ଏବଂ କପାଳରେ ନାଲି ଟିକା ଲଗିଥିବାର ଦେଖିବାକୁ ମିଳୁଛି।। ମାତାଙ୍କ ପାଖକୁ ଯାଇ ତାଙ୍କ ଭକ୍ତି ରଙ୍ଗରେ ରଙ୍ଗୀନ ହୋଇଯାଇଛନ୍ତି ଅଭିନେତ୍ରୀ।

ମା' ବୈଷ୍ଣୋ ଦେବୀଙ୍କ ଦର୍ଶନ କଲେ ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକଲିନ


ଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଥିଲା ସମ୍ପର୍କ

ବର୍ତ୍ତମାନ ତିହାଡ଼ ଜେଲରେ ବନ୍ଧ ଥିବା ଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କା ଲଣ୍ଡରିଂ ମାମଲାରେ ଜ୍ୟାକଲିନଙ୍କ ନାମ ଯୋଡି ହୋଇଥିଲା। ସେହି ସମୟରେ, ସେମାନଙ୍କ ସମ୍ପର୍କର ଖବର ମଧ୍ୟ ସାମ୍ନାକୁ ଆସିଥିଲା, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଜ୍ୟାକଲିନଙ୍କ ସହ ସମ୍ପର୍କ ବିଷୟରେ ସୁକେଶ କହିଥିଲେ। କିନ୍ତୁ ଜ୍ୟାକଲିନ ଏହି ସତ୍ୟକୁ କେବେ ସ୍ବୀକାର କରିନଥିଲେ। ଇଡି ଅଭିଯୋଗ କରିଛି ଯେ ଜ୍ୟାକଲିନ ସୁକେଶଙ୍କଠାରୁ କୋଟି କୋଟି ଟଙ୍କା ଉପହାର ନେଇଥିଲେ, ଯେଉଁଥିପାଇଁ ସେ ଅନେକ ଥର ଇଡି ଆଗରେ ହାଜର ହୋଇଥିଲେ।

ହିଟ୍ ହେଲାନି ଅଭିନେତ୍ରୀଙ୍କ ଫିଲ୍ମ

ପ୍ରକାଶ ଥାଉକି ଗତ ବର୍ଷ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଫିଲ୍ମ କ୍ୟାରିୟର ମଧ୍ୟ ଭଲ ନଥିଲା। ତାଙ୍କୁ ‘ବଚ୍ଚନ ପାଣ୍ଡେ’, ‘ଆଟାକ୍’, ରାମ ସେତୁ ଏବଂ ‘ସର୍କଲ’ ଭଳି ଫିଲ୍ମରେ ଦେଖିବାକୁ ମିଳିଥିଲା। କିନ୍ତୁ କୌଣସି ଫିଲ୍ମ ବକ୍ସ ଅଫିସରେ ହିଟ୍ ସାବ୍ୟସ୍ତ ହୋଇପାରିନଥିଲା। ଏଥି ସହିତ ଜ୍ୟାକଲିନଙ୍କ ଫିଲ୍ମ ‘କ୍ରାକ’ ଚଳିତ ବର୍ଷ ମୁକ୍ତିଲାଭ କରିବାକୁ ଯାଉଛି। ବର୍ତ୍ତମାନ ଏହି ଫିଲ୍ମଟି ଜ୍ୟାକଲିନଙ୍କ ପାଇଁ କେତେ ଭାଗ୍ୟଶାଳୀ ତାହା ଦେଖିବା ଅତ୍ୟନ୍ତ ମଜାଦାର ହେବ।
Published by:Lipina Das
First published: