ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିସଙ୍କୁ ଇଡ଼ିର ଜେରା; ମନି ଲଣ୍ଡ୍ରିଂ ମାମଲାରେ ଜ୍ଯାକଲିନଙ୍କ ବୟାନ ହେଲା ରେକର୍ଡ଼୍

ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିସଙ୍କୁ ଇଡ଼ିର ଜେରା; ମନି ଲଣ୍ଡ୍ରିଂ ମାମଲାରେ ଜ୍ଯାକଲିନଙ୍କ ବୟାନ ହେଲା ରେକର୍ଡ଼୍

ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିସ ଏକ ବଡ଼ ମାମଲାରେ ଫସିଥିବା ଦେଖାଦେଇଛି। ସୂଚନା ମୁତାବକ ଦିଲ୍ଲୀର ଏକ ମନୀ ଲାଣ୍ଡିଂ କେସ୍ରେ ଜ୍ୟାକଲିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜେରାର ଶିକାର ହୋଇଛନ୍ତି।

ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିସଙ୍କୁ ଇଡ଼ିର ଜେରା; ମନି ଲଣ୍ଡ୍ରିଂ ମାମଲାରେ ଜ୍ଯାକଲିନଙ୍କ ବୟାନ ହେଲା ରେକର୍ଡ଼୍
ଜ୍ୟାକଲିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରାର ଶିକାର ହୋଇଛନ୍ତି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: August 31, 2021, 12:45 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିସ ଏକ ବଡ଼ ମାମଲାରେ ଫସିଥିବା ଦେଖାଦେଇଛି। ସୂଚନା ମୁତାବକ ଦିଲ୍ଲୀର ଏକ ମନୀ ଲାଣ୍ଡିଂ କେସ୍‌ରେ ଜ୍ୟାକଲିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜେରାର ଶିକାର ହୋଇଛନ୍ତି। ଏହି ମନି ଲଣ୍ଡ୍ରିଂ କେସରେ ଜ୍ୟାକଲିନଙ୍କ ବୟାନ ରେକର୍ଡ଼ କରାଯାଉଛି। ଏହି ମାମଲା କନ୍‌ମ୍ୟାନ୍ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ, ଯାହାଙ୍କ ଉପରେ ମନି ଲଣ୍ଡ୍ରିଂ ମାମଲା ଜାରି ହୋଇଥିଲା।

ଅଗଷ୍ଟ ୨୩ରେ ସବୁଠାରୁ ବଡ଼ ଚୋରାଚାଲାଣକାରୀ ଅଭିଯୁକ୍ତ ମୁକେଶ ଚନ୍ଦ୍ରଶେଖର ଓ ଅଭିନେତ୍ରୀ ଲୀନା ପାଲଙ୍କ ଚେନ୍ନାଇସ୍ଥିତ ବଙ୍ଗଳାରେ ଇଡ଼ି ଚଢଉ କରିଥିଲା। ଇଡି କୋଷ୍ଟ୍ ରୋଡସ୍ଥିତ ସୁକେଶଙ୍କ ଯେଉଁ ବଙ୍ଗଳାରେ ଚଢଉ କରିଥିଲା ତାହାର ମୂଲ୍ୟ କୋଟି କୋଟି ଥିବା କୁହାଯାଇଥିଲା। ଚଢଉ ସମୟରେ ଅନେକ ମାମଲା ରୁଜୁ ହୋଇଥିବା ବେଳେ ପାଖାପାଖି ୧୫ଟି ଲକ୍ଜରୀ ଗାଡି ଇଡି ହାତରେ ଲାଗିଥିଲା।

ସୁକେଶ ଜଣେ ବଡ଼ ବ୍ୟବସାୟୀଙ୍କ ପତ୍ନୀଙ୍କଠାରୁ ୨୦୦ କୋଟି ଟଙ୍କା ଚୋରାଚାଲାଣ କରିଥିଲେ। ଏନେଇ ଆର୍‌ବିଏଲ ବ୍ୟାଙ୍କର କିଛି ଅଧିକାରୀ ସମେତ ତିହାଡ ପ୍ରାଶାସନର କିଛି ଲୋକଙ୍କୁ ଗିରଫ କରାଯାଇଥିଲା। ସୁକେଶଙ୍କ ନିକଟତର ଲୀନା ପାଲଙ୍କୁ ବି ଇଡି ଲଗାତର ଜେରା କରିଥିଲା। ଚୋରି ମାମଲାରେ ସୁକେଶଙ୍କୁ ସ୍ୱତନ୍ତ୍ର ସେଲ୍ ଗିରଫ କରିଥିଲା ଯିଏ ଏବେ ଇଓଡବ୍ଲ୍ୟୁ ଅଧିନରେ ଅଛି।

ତେବେ ବର୍ତ୍ତମାନ କିଛି ଘଣ୍ଟା ଧରି ଇଡିର ପ୍ରଶ୍ନବାଣର ଶିକାର ହେଉଥିବା ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକଲିନ ବଲିଉଡ ଅଭିନେତା ସଲମାନ ଖାନଙ୍କ ଅତି ନିକଟତର ବୋଲି ଧରାଯାଏ। ଜ୍ୟାକଲୀନଙ୍କ ବାପା ଶ୍ରୀଲଙ୍କାରେ ରହୁଥିବା ବେଳେ ମା ମଲେଶିୟାରେ ରୁହନ୍ତି। ତାଙ୍କ ବାପା ଜଣେ ମ୍ୟୁଜିସିଆନ ଭାବେ କାମ କରୁଥିବା ବେଳେ ମା ଜଣେ ଏୟାର ହୋଷ୍ଟେସ୍। ୪ ଭାଇ-ଭଉଣୀ ମଧ୍ୟରେ ଜ୍ୟାକଲିନ୍ ସବୁଠାରୁ ସାନ।ଜ୍ୟାକଲିନ ଫାର୍ଣ୍ଣାଡିସ ୨୦୦୬ରେ ମିସ ଶ୍ରୀଲଙ୍କା ୟୁନିଭର୍ସ ଭାଏ ନିର୍ବାଚିତ ହୋଇଥିଲେ। ୨୦୦୯ରେ ଏକ ମଡେଲିଂ କାମରେ ଭାରତ ଆସିଥିଲେ ଓ ‘ଆଲାଦୀନ୍’ ଫିଲ୍ମ ପାଇଁ ଅଡିସନ ଦେଇଥିଲେ, ସିଲେକ୍ଟ ମଧ୍ୟ ହୋଇଥିଲେ। ଏହି ଫିଲ୍ମରୁ ସେ ବଲିଉଡ ଡେବ୍ୟୁ କରିଥିଲେ।

ମର୍ଡର ୨ରେ ଜ୍ୟାକଲିନଙ୍କୁ ସ୍ୱତନ୍ତ୍ର ପରିଚୟ ମିଳିଥିଲା। ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନ ଥିଲେ। ହାଉସ ଫୁଲ୍ ୨, ରେସ୍ ୩, କିକ୍ ଭଳି ସୁପରହିଟ ଫିଲ୍ମରେ ସେ ନିଜ ଅଭିନୟର ଯାଦୁ ଦେଖେଇଛନ୍ତି। ତାଙ୍କ ହାତରେ ଆଗାମୀ ଫିଲ୍ମ ‘ଭୂତ୍ ପୁଲିସ୍’ ରହିଛି। ଏଥିରେ ସେ ସୈଫ୍‌ ଅଲ୍ଲୀ ଖାନ୍, ଅର୍ଜୁନ୍ କପୁର, ୟାମୀ ଗୌତମଙ୍କ ସହ ନଜର ଆସିବେ।
Published by: Soumya Das
First published: August 31, 2021, 12:45 PM IST