ନୋରା ଫତେହି ସାକ୍ଷୀ, ମୁଁ ଦୋଷୀ କାହିଁକି; ଇଡିକୁ ଜ୍ୟାକଲିନଙ୍କ ପ୍ରଶ୍ନ

ନୋରା ଫତେହି ଓ ଅନ୍ୟ କେତେକ ସେଲିବ୍ରେଟଙ୍କୁ ମଧ୍ୟ ସୁକେଶ ଚନ୍ଦ୍ରଶେଖର ଉପହାର ଦେଇ ଠକିଥିଲେ। ସେମାନଙ୍କୁ ସାକ୍ଷୀ ଓ ମୋତେ ଦୋଷୀ ଭାବେ ବିବେଚନା କରାଯାଉଛି କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଜ୍ୟାକଲିନ।

ଜ୍ୟାକଲିନ

ଜ୍ୟାକଲିନ

  • Share this:
News18 Odia Digital

ମୁମ୍ବାଇ: ମନି ଲଣ୍ଡ୍ରିଂ ମାମଲାରେ ସହ-ଅଭିଯୁକ୍ତ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ପକ୍ଷପାତିତା ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି। ନୋରା ଫତେହି ସାକ୍ଷୀ ଓ ମୁଁ କାହିଁକି ଦୋଷୀ ବୋଲି ପ୍ରଶ୍ନ କରିଛନ୍ତି ଜ୍ୟାକଲିନ।

ଜ୍ୟାକଲିନ୍ କହିଛନ୍ତି ଯେ ନୋରା ଫତେହି ଓ ଅନ୍ୟ କେତେକ ସେଲିବ୍ରେଟଙ୍କୁ ମଧ୍ୟ ସୁକେଶ ଚନ୍ଦ୍ରଶେଖର ଉପହାର ଦେଇ ପ୍ରତାରଣା କରିଥିଲେ। କିନ୍ତୁ ସେମାନଙ୍କୁ ସାକ୍ଷୀ ଓ ମୋତେ ଦୋଷୀ ଭାବେ ବିବେଚନା କରାଯାଉଛି। ଏହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଅନୁସନ୍ଧାନକାରୀ ସଂସ୍ଥା ମନ୍ଦ ଉଦ୍ଦେଶ୍ୟ ଓ ଦଳୀୟ ମନୋଭାବ ସହ ଅନୁସନ୍ଧାନ କରୁଛି ଯାହାକୁ ଅଣଦେଖା କରାଯାଇପାରିବ ନାହିଁ। ଅଭିନେତ୍ରୀ କହିଛନ୍ତି ଯେ ମୁଁ ଚନ୍ଦ୍ରଶେଖର ମୋତେ ବୋକା ବନେଇଥିଲେ ଓ ତାଙ୍କ ସହ ସମ୍ପର୍କ ରଖିବାକୁ ପ୍ରଲୋଭିତ କରିଥିଲେ, କିନ୍ତୁ ମୁଁ ତାଙ୍କ କାର୍ଯ୍ୟକଳାପକୁ ଉତ୍ସାହିତ କରି ନ ଥିଲି। ଜ୍ୟାକଲିନ୍ କହିଛନ୍ତି ଯେ ଅନ୍ୟ ଜଣେ ଅଭିଯୁକ୍ତ ପିଙ୍କି ଇରାନୀଙ୍କ ଦ୍ୱାରା ସେ ମୋ ସହ ଯୋଗାଯୋଗ କରୁଥିଲେ ଓ ନିଜକୁ ତାମିଲନାଡୁର ପୂର୍ବତନ ସିଏମ୍ ଜୟଲଳିତାଙ୍କ ପୁତୁରା ତଥା ସନ୍ ଟିଭିର ମାଲିକ ବୋଲି କହୁଥିଲେ।

ଇଡିର ଅନୁସନ୍ଧାନ ଉଦ୍ଦେଶ୍ୟମୂଳକ ଓ କ୍ଷମତାର ଅପବ୍ୟବହାର ବୋଲି ବର୍ଣ୍ଣନା କରି ଜ୍ୟାକଲିନ କହିଛନ୍ତି ଯେ ମୁଁ ନିଜେ ଜଣେ ଶିକାର, ଯିଏକି ସୁକେଶଙ୍କ ଠକେଇର ଶିକାର ହୋଇଥିଲେ। ଜ୍ୟାକଲିନ କହିଛନ୍ତି ଯେ ସୁକେଶ ଚନ୍ଦ୍ରଶେଖରଙ୍କ ଉପହାର ଏବଂ 'ରାଜନନୈତିକ ଶକ୍ତି'ର ପ୍ରଭାବରେ ମୋତେ ପ୍ରତାରଣା କରାଯାଇଥିଲା ଓ ଜଣେ ମହିଳା ଭାବରେ ମୁଁ ସହ ହୋଇଥିବା କ୍ଷତିକୁ ଟଙ୍କା ଦ୍ୱାରା ଭରଣା କରାଯାଇପାରିବ ନାହିଁ।
Published by:Soumya Das
First published: