ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»କଳା ବ୍ରାଲେଟରେ ଚମକିଲେ ଜ୍ଯାକଲିନ; ସୋସିଆଲ ମିଡ଼ିଆରେ ଫଟୋ ଭାଇରାଲ

କଳା ବ୍ରାଲେଟରେ ଚମକିଲେ ଜ୍ଯାକଲିନ; ସୋସିଆଲ ମିଡ଼ିଆରେ ଫଟୋ ଭାଇରାଲ

ନିକଟରେ ସୋସିଆଲ ମିଡ଼ିଆରେ ଜ୍ଯାକଲିନ ତାଙ୍କର ଏକ ଫଟୋ ଶେୟାର କରିଛନ୍ତି ଯେଉଁଥିରେ ସେ ବ୍ଲାକ ବ୍ରାଲେଟ, ଶିମରୀ ଜ୍ୟାକେଟ ସହିତ କାଓ ବୁଟ୍ସ ପିନ୍ଧିଥିବା ନଜର ଆସୁଛନ୍ତି।

କଳା ବ୍ରାଲେଟରେ ଚମକିଲେ ଜ୍ଯାକଲିନ; ସୋସିଆଲ ମିଡ଼ିଆରେ ଫଟୋ ଭାଇରାଲ
ବ୍ଲାକ ବ୍ରାଲେଟ ଓ ଶିମରୀ ଜ୍ୟାକେଟରେ ନଜର ଆସିଲେ ଜ୍ଯାକଲିନ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 11, 2021, 1:24 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ବଲିଉଡର ବ୍ୟସ୍ତ କଳାକାରମାନଙ୍କ ମଧ୍ୟରେ ସିଂହଳ ସୁନ୍ଦରୀ ଜ୍ୟାକଲିନ ଫର୍ଣ୍ଣାଡିଜ ଜଣେ। ଜ୍ୟାକଲୀନ ସବୁବେଳେ ନିଜକୁ ଚଳଚଞ୍ଚଳ ରଖିବା ନେଇ ପସନ୍ଦ କରନ୍ତି। ଆଜିକାଲି ସେ ସୋସିଆଲ ମିଡ଼ିଆରେ ତାଙ୍କ ପ୍ରଶଂସକମାନଙ୍କ ସହିତ ଫଟୋସୁଟ ଶେୟାର କରୁଥିବା ନଜର ଆସନ୍ତି। ତାଙ୍କ ଫଟୋ ଓ ଭିଡ଼ିଓକୁ ଲୋକେ ଖୁବ ପସନ୍ଦ କରୁଥିବା ବେଳେ ଭାଇରାଲ ମଧ୍ୟ କରନ୍ତି।

ନିକଟରେ ଜ୍ୟାକଲିନଙ୍କୁ ‘ଭୂତ ପୋଲିସ’ରେ ଦେଖିବାକୁ ମିଳିଥିଲା। ୨୦୨୨ ପର୍ଯ୍ୟନ୍ତ ତାଙ୍କ ହାତରେ ଅନେକ ଫିଲ୍ମ ରିଲିଜ ଅପେକ୍ଷାରେ ଅଛି। ନିଜର ବ୍ୟସ୍ତବହୁଳ ଦୁନିଆ ଭିତରେ ବି ଜ୍ୟାକଲିନ ଚର୍ଚ୍ଚାରେ ରୁହନ୍ତି। ନିକଟରେ ସୋସିଆଲ ମିଡ଼ିଆରେ ସେ ତାଙ୍କର ଏକ ଫଟୋ ଶେୟାର କରିଛନ୍ତି ଯେଉଁଥିରେ ସେ ବ୍ଲାକ ବ୍ରାଲେଟ, ଶିମରୀ ଜ୍ୟାକେଟ ସହିତ କାଓ ବୁଟ୍ସ ପିନ୍ଧିଥିବା ନଜର ଆସନ୍ତି। ଏହା ସହିତ ସେ ଗୋଲ୍ଡ ବ୍ରେସ୍‌ଲେଟ୍ ସହିତ ବଡ କାନର ଓ ସୁନା ଚେନ୍ ପିନ୍ଧିଛନ୍ତି। ଖାଲି ଏତିକି ନୁହେଁ ଡାର୍କ ଲିପ୍‌ଷ୍ଟିକ୍ ସହିତ ସେ କ୍ୟାମେରା ଆଗରେ ପୋଜ୍ ଦେଇଛନ୍ତି।

ଜ୍ୟାକଲିନଙ୍କ ହାତରେ ଅନେକ ଫିଲ୍ମ ଅଛି ଯାହା ରିଲିଜ ଅପେକ୍ଷାରେ ରହିଛି। ଏଥିରୁ ଅନେକ ଫିଲ୍ମର ସୁଟିଂ ଅଧୁରା ମଧ୍ୟ ରହିଛି। ଏଥିରେ ରହିଛି ସର୍କସ, କିକ-୨, ବଚ୍ଚନ ପାଣ୍ଡେ, ରାମ ସେତୁ ଓ ଆଟାକ। ଏପରିକି ଏହି ଅଭିନେତ୍ରୀଙ୍କ ହାତରେ କିଛି ପ୍ରୋଜେକ୍ଟ ମଧ୍ୟ ରହିଛି ଯାହାର ଘୋଷଣା ମଧ୍ୟ ହୋଇନି। ତେବେ ପ୍ରଶଂସକମାନେ ଜ୍ୟାକଲିନଙ୍କ ପ୍ରୋଜେକ୍ଟକୁ ନେଇ ବହୁତ ଉତ୍ସାହିତ ଅଛନ୍ତି।

ଏହା ଛଡ଼ା ଏକ ସାକ୍ଷାତକାରରେ ଜ୍ୟାକଲିନ କହିଛନ୍ତି ଯେ ସୁଟିଂ ସରିବା ପରେ ଯେତେବେଳେ ତାଙ୍କୁ ବଳକା ସମୟ ମିଳେ ସେ ଘରୁ ବାହାରକୁ ଯାଆନ୍ତି ନାହିଁ। ତେବେ ଅବସର ମିଳିଲେ ସେ କ’ଣ କରନ୍ତି କହିଛିନ୍ତି। ତାଙ୍କ କହିବା କଥା “ଯେତେବେଳେ ମୁଁ ପଞ୍ଚ୍ ବଟମ୍‌ ଚିପେ ଅର୍ଥାତ୍ ଯେତେବେଳେ ମୁଁ କୌଣସି ଫିଲ୍ମ ସୁଟିଂ ନ କରେ ସେତେବେଳେ ମୁଁ ଟ୍ରେନିଂ କରେ। ମୁଁ ଯେଉଁଦିନ ୱାର୍କଶପ୍‌ କରେ ସେହିଦିନ ମୋ ପାଇଁ ଏକ ଆଦର୍ଶ ଦିନ ହୋଇଥାଏ। ମୁଁ ଆରାମ କରିବା ନେଇ ଗୋଟେ ଦିନ ଛୁଟି ନେବା ଅପେକ୍ଷା ଜଣେ ଆର୍ଟିଷ୍ଟ ଭାବରେ ନିଜକୁ ଭଲ କରେଇବା ନେଇ ସମୟର ସଦୁପଯୋଗ କରିବାକୁ ମୁଁ ବେଶି ପସନ୍ଦ କରେ।”

ସୂଚନା ମୁତାବକ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖର ଓ ତାଙ୍କ ପତ୍ନୀ ମାରିୟାଙ୍କ ସହିତ ନିକଟତର ହେବା ସନ୍ଦେହରେ ଜ୍ୟାକ୍‌ଲୀନ୍‌ଙ୍କୁ ଇଡି ଆଉଥରେ ପଚରାଉଚରା କରିବ ବୋଲି ଜଣାଯାଇଛି।
Published by: Soumya Das
First published: October 11, 2021, 1:24 PM IST