Money Laundering Case: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ମିଳିଲା ଅନ୍ତରୀଣ ଜାମିନ

ସୁକେଶ ଚନ୍ଦ୍ରଶେଖଙ୍କ ମନିଂ ଲଣ୍ଡରିଂ ମାମଲାରେ ଜ୍ୟାକଲିନଙ୍କୁ ଅଭିଯୁକ୍ତ କରି ଇଡି କୋର୍ଟରେ ଏକ ଚାର୍ଜସିଟ ଦାଖଲ କରିଥିଲେ। ଚାର୍ଜସିଟ୍‌କୁ ଆଧାର କରି କୋର୍ଟ ଜ୍ୟାକଲିନଙ୍କୁ ସେପ୍ଟେମ୍ବର ୨୬ରେ ହାଜର ହେବାକୁ କହିଥିଲେ।

ମନିଂ ଲଣ୍ଡରିଂ କେସରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ମିଳିଲା ଅନ୍ତରୀଣ ଜାମିନ

ମନିଂ ଲଣ୍ଡରିଂ କେସରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ମିଳିଲା ଅନ୍ତରୀଣ ଜାମିନ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ମୁମ୍ବାଇ: ମନି ଲଣ୍ଡରିଂ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ପଟିଆଲା ହାଉସ କୋର୍ଟରୁ ଅନ୍ତରୀଣ ଜାମିନ ମିଳିଛି। ଏହାପୂର୍ବରୁ ଜ୍ୟାକଲିନ ଆଜି ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ହାଜର ହୋଇଥିଲେ। ତାଙ୍କୁ ୨୦୦ କୋଟି ମନିଂ ଲଣ୍ଡରିଂ ମାମଲାରେ କୋର୍ଟ ଡକାଇଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୨୨ରେ ହେବ।

ଜାମିନ ଆବେଦନ ଉପରେ ଅତିରିକ୍ତ ଅଧିବେଶନ ଜଜ୍ ଶୈଳେନ୍ଦ୍ର ମଲିକ ଇଡିଙ୍କ ପ୍ରତିକ୍ରିୟା ଲୋଡିଛନ୍ତି। ସେପର୍ଯ୍ୟନ୍ତ ଜ୍ୟାକଲିନଙ୍କ ନିୟମିତ ଜାମିନ କୋର୍ଟରେ ବିଚାରାଧୀନ ରହିବ। ଜ୍ୟାକଲିନଙ୍କ ଓକିଲଙ୍କ ଅନୁରୋଧ କ୍ରମେ କୋର୍ଟ ୫୦,୦୦୦ ଟଙ୍କା ଜାମିନରେ ଜ୍ୟାକଲିନଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି।

ଏଥି ସହିତ ଜ୍ୟାକଲିନଙ୍କ ଓକିଲମାନେ ଆଜି ନିଜେ ଏହି ମାମଲାରେ ଜାମିନ ଆବେଦନ କରିଛନ୍ତି। ଜ୍ୟାକଲିନଙ୍କୁ ଜଣେ ଅଭିଯୁକ୍ତ କରି ଇଡି କୋର୍ଟରେ ଏକ ଚାର୍ଜସିଟ ଦାଖଲ କରିଥିଲେ। ଚାର୍ଜସିଟ୍‌କୁ ଆଧାର କୋର୍ଟ ଜ୍ୟାକଲିନଙ୍କୁ ସେପ୍ଟେମ୍ବର ୨୬ରେ ହାଜର ହେବାକୁ କହିଥିଲେ।

ଜ୍ୟାକଲିନଙ୍କୁ ଦିଲ୍ଲୀ ପୋଲିସ ପଚରାଉଚରା କରିଛି

ଏହି ମାମଲାରେ ତାଙ୍କ ଭୂମିକା ପାଇଁ ପଚରାଉଚରା ପାଇଁ ଏହି ଅଭିନେତ୍ରୀଙ୍କୁ ଦିଲ୍ଲୀ ପୋଲିସ ଦୁଇଥର ଡକାଇଥିଲା। ଗତ ସପ୍ତାହରେ ଦିଲ୍ଲୀ ପୋଲିସର ଆର୍ଥିକ ଅପରାଧ ଶାଖା ଦ୍ୱାରା ଜ୍ୟାକଲିନଙ୍କୁ ୮ ଘଣ୍ଟା ଧରି ପଚାରଉଚାର କରିଥିଲା।
Published by:Lipina Das
First published: