ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»ମା’ଙ୍କୁ ସୌଖିନୀ ଘର ଉପହାର ଦେଲେ ଟାଇଗର ଶ୍ରଫ; ଜ୍ଯାକି କହିଲେ ଟାଇଗରର ସ୍ୱପ୍ନ ପୂରା ହେଲା

ମା’ଙ୍କୁ ସୌଖିନୀ ଘର ଉପହାର ଦେଲେ ଟାଇଗର ଶ୍ରଫ; ଜ୍ଯାକି କହିଲେ ଟାଇଗରର ସ୍ୱପ୍ନ ପୂରା ହେଲା

ବର୍ତ୍ତମାନ ବଲିଉଡ଼ ଅଭିନେତା ଟାଇଗର ଶ୍ରଫ୍ ୮ ବେଡ଼ରୁମ ବିଶିଷ୍ଟ ସୌଖିନୀ ଆପାର୍ଟମେଣ୍ଟ କିଣି ଚର୍ଚ୍ଚାର ବିଷୟ ବସ୍ତୁ ପାଲଟିଛନ୍ତି। ଏହି ଘରକୁ ସେ ତାଙ୍କ ବାପା ଜ୍ୟାକି ଶ୍ରଫ, ମା ଆୟଶା ଶ୍ରଫ ଓ ଭଉଣୀ କୃଷ୍ଣା ଶ୍ରଫଙ୍କ ସହ ସିଫ୍ଟ ହୋଇଛନ୍ତି।

ମା’ଙ୍କୁ ସୌଖିନୀ ଘର ଉପହାର ଦେଲେ ଟାଇଗର ଶ୍ରଫ; ଜ୍ଯାକି କହିଲେ ଟାଇଗରର ସ୍ୱପ୍ନ ପୂରା ହେଲା
ମାଙ୍କୁ ଏକ ସୁନ୍ଦର ଓ ବଡ଼ ଘର ଉପହାର ଦେଇଛନ୍ତି ଟାଇଗର (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 1, 2021, 12:03 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia

ମୁମ୍ବାଇ : ବର୍ତ୍ତମାନ ବଲିଉଡ଼ ଅଭିନେତା ଟାଇଗର ଶ୍ରଫ୍‌ ୮ ବେଡ଼ରୁମ ବିଶିଷ୍ଟ ସୌଖିନୀ ଆପାର୍ଟମେଣ୍ଟ କିଣି ଚର୍ଚ୍ଚାର ବିଷୟ ବସ୍ତୁ ପାଲଟିଛନ୍ତି। ଏହି ଘରକୁ ସେ ତାଙ୍କ ବାପା ଜ୍ୟାକି ଶ୍ରଫ, ମା ଆୟଶା ଶ୍ରଫ ଓ ଭଉଣୀ କୃଷ୍ଣା ଶ୍ରଫଙ୍କ ସହ ସିଫ୍ଟ ହୋଇଛନ୍ତି। ପୁଅର ଏଭଳି ଉପହାର ପାଇଁ ବାପା-ମା ବେଶ ଖୁସି ଅଛନ୍ତି। ତେଣୁ ଟାଇଗରଙ୍କ ଏହି ଉପହାରରେ ଖୁସି ହୋଇ ବାପା ଜ୍ଯାକି ଏହି ଗିପ୍ଟର ପଛରେ ଥିବା କାହାଣୀ କହିଛନ୍ତି ।

ଇଣ୍ଡିଆନ ଏକ୍ସପ୍ରେସକୁ ଦେଇଥିବା ଏକ ସାକ୍ଷାତକାରରେ ଜ୍ଯାକି ଶ୍ରଫ ନିଜ ପୁଅ ଟାଇଗର ଶ୍ରଫଙ୍କୁ ପ୍ରଶଂସା କରି କହିଛନ୍ତି, “ଟାଇଗର ବଲିଉଡ଼ରେ ପାଦ ରଖିବା ପୂର୍ବରୁ ତା ମା ଆୟଶାଙ୍କ ପାଇଁ ଏକ ଭଲ ଘର କିଣିଦେବାର ସ୍ୱପ୍ନ ଦେଖିଥିଲା। ସେ ତାର ଏହି ସ୍ୱପ୍ନକୁ ପୂରା କରିବା ନେଇ ପ୍ରାଣପ୍ରଣେ ଚେଷ୍ଟା କରିଥିଲେ, ଶେଷରେ ପୂରା ବି କଲା। ଜଣେ ନିଜ ମା ପାଇଁ କିଛି କରିବା ସତରେ ନିଆରା ଅନୁଭବ ହୋଇଥାଏ। ଟାଇଗରକୁ ବି ସେମିତି ଲାଗିଛି। ସେ ବହୁତ ଇମୋସନାଲ।”

ଜ୍ୟାକି ତାଙ୍କ ପୁଅ ବିଷୟରେ ଆହୁରି କହିଛନ୍ତି ଯେ “ଟାଇଗରକୁ ଜଣେ ଭଲ ମଣିଷ କରି ତିଆରି କରିବାରେ ମୋର କୌଣସି ଭୂମିକା ନାହିଁ। ତାକୁ ତା ମା’ ଆୟଶା, ଜେଜେମା ଓ ପିଉସୀ ପାଳିଛନ୍ତି। ଏହି ତିନି ଦେବୀ ହିଁ ଟାଇଗରର ଯତ୍ନ ନେଇଛନ୍ତି। କାରଣ ମୋ ପାଖରେ ସମୟ ନ ଥିଲା। ମୁଁ ସବୁବେଳେ କାମରେ ବ୍ୟସ୍ତ ରହୁଥିଲି। ଟାଇଗର ନିଜ କାମ ଓ ଫିଟ୍‌ନେସ୍‌କୁ ନେଇ ବହୁତ ସତର୍କ ଓ ଶୃଙ୍ଖଳିତ” । ଜ୍ଯାକି ଆହୁରି କହିଛନ୍ତି ଯେ “ଟାଇଗରକୁ ମୁଁ ଯେତେବେଳେ ଭେଟେ ସାଧାରଣ ବାପ-ପୁଅ ଭଳି ଭେଟେ। ବ୍ୟବସାୟ ଓ କାମକୁ ନେଇ ଖୁବ୍ କମ ଆଲୋଚନା ହୁଏ। କିନ୍ତୁ ବେଳେବେଳେ ପୁଅର କାମକୁ ପ୍ରଶଂସା କରେ। ସେ ଆଜି ଯାହା ବି ହୋଇପାରିଛି ସେ ନେଇ ଭଗବାନ ଓ ତା’ର ପ୍ରଶଂସକଙ୍କୁ ଧନ୍ୟବାଦ ଦେଉଛି।”

ପ୍ରକାଶଥାଉ ଯେ ଟାଇଗର ମୁମ୍ବାଇର ସବୁଠାରୁ ଦାମୀ ଅଞ୍ଚଳ ଖାର ୱେଷ୍ଟର ରୁସ୍ତମଜୀ ପାରାମାଉଣ୍ଟରେ ୮ ବେଡ଼ରୁମ ବିଶିଷ୍ଟ ଫ୍ଲାଟ କିଣିଛନ୍ତି। ଏହା ପୂର୍ବରୁ ଶ୍ରଫ ପରିବାର କାର୍ଟର ରୋଡ୍‌ର ଏକ ବିଲ୍ଡିଂରେ ଭଡ଼ାରେ ରହୁଥିଲେ। ଟାଇଗର ବର୍ତ୍ତମାନ କିଣିଥିବା ଫ୍ଲାଟ୍‌ରେ ଜିମ୍, ଗେମ୍ସ ରୁମ୍, ସ୍ୱିମିଙ୍ଗ ପୁଲ୍ ଭଳି ଆଧୁନିକ ସୁବିଧା ରହିଛି। ସବୁଠାରୁ ବଡ଼ କଥା ହେଲା ଏହି କମ୍ଲେକ୍ସରୁ ଆରବ ସାଗରର ମନୋରମ ଦୃଶ୍ୟ ସ୍ପଷ୍ଟଭାବେ ଦେଖାଯାଉଛି। ଏଠାରେ ରହୁଥିବା ବ୍ୟକ୍ତିଙ୍କୁ ବହୁତ ଭଲ ଓ ସୌଖିନୀ ସୁବିଧା ମିଳିଥାଏ।
Published by: Soumya Das
First published: September 1, 2021, 12:03 PM IST