News 18 Odia Digital
ମୁମ୍ବାଇ; ବଲିଉଡ ( Bollywood ) ସିନେ ଜଗତକୁ ଆମୀର ଖାନ ( Aamir khan ) ଖୁବ ସୁନ୍ଦର ସିନେମା ଗୁଡିକ ଭେଟି ଦେଇଛନ୍ତି । ତେବେ କିଛି ସମୟ ପାଇଁ ବିରତି ନେଇଥିବା ଆମୀର ଖାନ ନିଜର ନିଆରା ଅନ୍ଦାଜ ପାଇଁ ଖୁବ ଚର୍ଚ୍ଚାରେ ରହିଛନ୍ତି । ନିଜ ଚଳଚ୍ଚିତ୍ରରେ ଉତ୍ସାହର ସହ କାମ କରୁଥିବା ଆମୀର ଖାନ ତାଙ୍କ ଅଭିନୟ ( Acting ) ଦକ୍ଷତା ଆଧାରରେ ଅନେକ ଚରିତ୍ରକୁ ସ୍ମରଣୀୟ କରିପାରିଛନ୍ତି । ଆମୀରଙ୍କ ଅନେକ ଚଳଚ୍ଚିତ୍ର ସ୍ମରଣୀୟ ହୋଇ ରହିଛି ।
ମଙ୍ଗଲ ପାଣ୍ଡେଙ୍କଠାରୁ ଦଙ୍ଗଲ ପର୍ଯ୍ୟନ୍ତ ଆମୀର ଚଳଚ୍ଚିତ୍ରରେ ନିଜର ଚରିତ୍ରକୁ ଏପରି ସ୍ଥାନିତ କରିଥିଲେ ଯେ ତାହା ସବୁବେଳେ ସ୍ମରଣୀୟ ରହିବ । ଆମୀର ଖାନଙ୍କ ଫିଲ୍ମ ଇଡିଅଟ୍ସ ରିଲିଜ ହେବା ମାତ୍ରେ ଚହଳ ସୃଷ୍ଟି କରିଥିଲା। ରାଜକୁମାର ହିରାନୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ( Box Office ) ବହୁତ ହିଟ ହୋଇଥିଲା ।
ଏହି ଚଳଚ୍ଚିତ୍ରରେ ଆମୀର ଖାନଙ୍କ ଚରିତ୍ର ମଧ୍ୟ ଅନେକ ପ୍ରଶଂସା ସାଉଁଟିଥିଲା । ଏହି ଚଳଚ୍ଚିତ୍ରରେ ତାଙ୍କ ଚରିତ୍ରକୁ ଜୀବନ୍ତ ରଖିବା ପାଇଁ ଆମୀର ଖାନଙ୍କୁ ମଦ ବାଣ୍ଟିବାକୁ ପଡିଥିଲା । ଏହି ଦୃଶ୍ୟକୁ ଜୀବନ୍ତ କରିବା ପାଇଁ ଆମୀର ଖାନ ମଧ୍ୟ ସେଟରେ ମଦ୍ୟପାନ କରିଥିଲେ।
ଫିଲ୍ମରେ ସତ ମଦ୍ୟପାନ ଦୃଶ୍ୟ ଥିଲା !ବାସ୍ତବରେ ୩- ଇଡିଅଟରେ ଏକ ଏପରି ଦୃଶ୍ୟ ଅଛି । ଯେଉଁଥିରେ ରାଞ୍ଚୋ, ଫରହାନ୍ ଏବଂ ରାଜୁ (ଆମୀର ଖାନ୍, ଆର ମାଧବନ୍ ଏବଂ ଶର୍ମାନ ଯୋଶୀ) ସମସ୍ତେ କଲେଜରେ ଥିବା ଏକ ପାହାଚରେ ବସି ମଦ୍ୟପାନ କରୁଥିବା ଦେଖିବାକୁ ମିଳିଥିଲା । ଫିଲ୍ମର ଏହି ଦୃଶ୍ୟ ମଧ୍ୟ ବହୁତ ମଜାଦାର ଥିଲା । ଏହି ଦୃଶ୍ୟ ସୁଟିଂ ପାଇଁ ଆମୀର ଓ କିଛି କଳାକାର ସତରେ ମଦ୍ୟପାନ କରିଥିଲେ ବୋଲି ଚର୍ଚ୍ଚା ହେଉଥିଲା ।
https://odia.news18.com/news/entertainment/urvashi-rautela-trolled-at-film-promotional-event-video-viral-3ssd-12012023-ssd-147593.htmlPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।