News18 Odia Digital
ନୂଆ ଦିଲ୍ଲୀ: କାଶ୍ମୀର ଫାଇଲକୁ ଅଶ୍ଳୀଳ କହିଥିବା ଇସ୍ରାଏଲର ଫିଲ୍ମ ନିର୍ମାତା ନାଦବ ଲାପିଡ କ୍ଷମା ପ୍ରାର୍ଥନା କରିଛନ୍ତି। ସେ କହିଛନ୍ତି ଯେ ଯଦି କାଶ୍ମୀର ଫାଇଲକୁ ନେଇ ତାଙ୍କର ମନ୍ତବ୍ୟକି ଯଦି ଭୁଲ ଭାବେ ବ୍ୟାଖ୍ୟା କରାଯାଇଛି ତେବେ ଏଥିପାଇଁ ସେ କ୍ଷମା ପ୍ରାର୍ଥନା କରିବେ। ତାଙ୍କର ଉଦ୍ଦେଶ୍ୟ କାଶ୍ମୀରୀ ପଣ୍ଡିତ ସମ୍ପ୍ରଦାୟ କିମ୍ବା ପୀଡିତ ଲୋକଙ୍କୁ ଅପମାନିତ କରିବା ନୁହେଁ ବୋଲି ସେ କହିଛନ୍ତି।
ସୋମବାର ରାତିରେ ଗୋଆରେ IFFI ର ସମାରୋହରେ ଲାପିଡ ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ "କାଶ୍ମୀର ଫାଇଲ"କୁ ଏକ ପ୍ରଚାର ଚଳଚ୍ଚିତ୍ର ବୋଲି କହି ଏହାକୁ ଅଶ୍ଳୀଳ ବୋଲି କହିଛନ୍ତି।
ଫିଲ୍ମ ନିର୍ମାତା କହିଛନ୍ତି, ମୁଁ କାହାକୁ ଅପମାନ କରିବାକୁ ଚାହୁଁନଥିଲି। ମୋର ଉଦ୍ଦେଶ୍ୟ କଦାପି ଶିକାର ହୋଇଥିବା ଲୋକଙ୍କୁ କିମ୍ବା ସେମାନଙ୍କ ସମ୍ପର୍କୀୟଙ୍କୁ ଅପମାନିତ କରିବା ନୁହେଁ। ଯଦି ମୋର ମନ୍ତବ୍ୟ ତାଙ୍କୁ ଆଘାତ ଦେଇଛି, ମୁଁ ହୃଦୟରୁ କ୍ଷମା ପ୍ରାର୍ଥନା କରୁଛି।ଏହି ସପ୍ତାହରେ ଗୋଆରେ ଉତ୍ସବର 53 ତମ ସଂସ୍କରଣର ସମାରୋହରେ ଲାପିଡ୍ ଯୋଗ ଦେଇଥିଲେ। ଏହି ସମୟରେ ସେ ଉପରୋକ୍ତ ମନ୍ତବ୍ୟ ଦେଇଥିଲେ। ବୁଧବାର ରାତିରେ ନ୍ୟୁଜ୍ ଚ୍ୟାନେଲ CNN-News18 ସହିତ କଥାବାର୍ତ୍ତା କରି ସେ କ୍ଷମା ମାଗିଛନ୍ତି।
ଲାପିଡ ଆହୁରି ମଧ୍ୟ କହିଛନ୍ତି, "କିନ୍ତୁ ସେହି ସମୟରେ ମୁଁ ସ୍ପଷ୍ଟ ଭାବରେ କହିଥିଲି ଯେ ମୋ ଓ ମୋର ସାଥୀ ଜୁରି ସଦସ୍ୟଙ୍କ ପାଇଁ ଏହା ଏକ ଅଶ୍ଳୀଳ ପ୍ରଚାର ଚଳଚ୍ଚିତ୍ର ଏବଂ ସମ୍ମାନଜନକ ପ୍ରତିଯୋଗିତାମୂଳକ ବର୍ଗରେ ନାହିଁ। ଏହା ଅନୁପଯୁକ୍ତ ଥିଲା। ମୁଁ ଏହାକୁ ବାରମ୍ବାର ପୁନରାବୃତ୍ତି କରିପାରିବି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।