ଜାତୀୟ ପୁରସ୍କାର ପ୍ରାପ୍ତ ପ୍ରକୃତିଙ୍କୁ ସପୋର୍ଟ କରୁଛି କି ଜାତୀୟ ଗଣମାଧ୍ୟମ ?

ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ କିଛି ଜାତୀୟ ଗଣମାଧ୍ୟମ ସପୋର୍ଟ କରୁଥିବାର ସୋସିଆଲ୍ ମିଡିଆରେ ଚର୍ଚ୍ଚା ହେଉଛି । ମୁମ୍ୱାଇରେ ବାବୁସାନଙ୍କର ଏତେଟା ପରିଚୟ ନାହିଁ କିନ୍ତୁ ପ୍ରକୃତିଙ୍କର ରାଜ୍ୟ ବାହାର ସମ୍ପର୍କ ଖୁବ ଭଲ ।

ଜାତୀୟ ପୁରସ୍କାର ପ୍ରାପ୍ତ ପ୍ରକୃତିଙ୍କୁ ସପୋର୍ଟ କରୁଛି କି ଜାତୀୟ ଗଣମାଧ୍ୟମ ?

ଜାତୀୟ ପୁରସ୍କାର ପ୍ରାପ୍ତ ପ୍ରକୃତିଙ୍କୁ ସପୋର୍ଟ କରୁଛି କି ଜାତୀୟ ଗଣମାଧ୍ୟମ ?

  • Share this:
News 18 Odia Digital

ଭୁବନେଶ୍ୱର; ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ କିଛି ଜାତୀୟ ଗଣମାଧ୍ୟମ ସପୋର୍ଟ କରୁଥିବାର ସୋସିଆଲ୍ ମିଡିଆରେ ଚର୍ଚ୍ଚା ହେଉଛି । ମୁମ୍ୱାଇରେ ବାବୁସାନଙ୍କର ଏତେଟା ପରିଚୟ ନାହିଁ କିନ୍ତୁ ପ୍ରକୃତିଙ୍କର ରାଜ୍ୟ ବାହାର ସମ୍ପର୍କ ଖୁବ ଭଲ । ସେଥିପାଇଁ କିଛି ଜାତୀୟ ଗଣମାଧ୍ୟମ ପ୍ରକୃତିଙ୍କ ସପକ୍ଷରେ ଖବର ପରିବେଶଣ କରୁଥିବାର କମେଣ୍ଟ୍ ସୋସିଆଲ୍ ମିଡିଆ ବ୍ୟବହାରକାରୀ ଦେଇଛନ୍ତି । କିନ୍ତୁ ଓଡ଼ିଶାରେ ଚିତ୍ର ଖୁବ ଭିନ୍ନ । ଦର୍ଶକେ ଅନୁମାନ କରିସାରିଲେଣି କଣ ହୋଇଛି । ତେଣୁ ଦର୍ଶକ ନିଜ ହିସାବରେ ବିଭିନ୍ନ ମତ ଦେଉଛନ୍ତି ।



ଭୁବନେଶ୍ୱର ବିମାନବନ୍ଦରକୁ ଯିବା ସମୟରେ ରାସ୍ତା ଉପରେ ଜଣେ ମହିଳା ତାଙ୍କୁ ଆକ୍ରମଣ କରିଛନ୍ତି । ଘଟଣାକୁ ସମ୍ପୂର୍ଣ୍ଣ ନଜାଣି କିଛି ଜାତୀୟ ଗଣମାଧ୍ୟମ ଏଭଳି ଲେଖିବା ଏବଂ କହିବା ଦ୍ଵାରା ଅନେକ ସୋସିଆଲ ମିଡ଼ିଆ ୟୁଜର୍ସ ସହଜରେ ଗ୍ରହଣ କରିପାରିନାହାନ୍ତି । ଘଟଣାରେ କାହାର ଭୁଲ୍ ଅଛି କଣ ସେଦିନ ଘଟିଥିଲା ତାହାର ଭୁଲ୍ ତଥ୍ୟ ଦିଆଯାଉଛି ବୋଲି କହିଛନ୍ତି କିଛି ୟୁଜର୍ସ । କିଛି ଜଣ ଅଭିନେତ୍ରୀଙ୍କୁ ଗାଳି ମଧ୍ୟ କରିଛନ୍ତି ।

ଗତ ଶନିବାର ଅଭିନେତା ବାବୁସାନ୍ ଓ ଅଭିନେତ୍ରୀ ପ୍ରକୃତି ମିଶ୍ର କାର ଯୋଗେ ବିମାନ ବନ୍ଦରକୁ ଯାଉଥିବା ସମୟରେ ବାବୁସାନଙ୍କ ପତ୍ନୀ ତୃପି ରାସ୍ତାରେ କାରକୁ ଅଟକାଇ ଥିଲେ । ବାବୁସାନଙ୍କୁ କାରରୁ ଟାଣିବା ସହ, ପ୍ରକୃତି ମିଶ୍ରଙ୍କ ଚୁଟି ଭିଡ଼ିଥିଲେ ଗାଳି କରି କହିଥିଲେ ଏ ଝିଅ ମୋ ଘର ଭାଙ୍ଗୁଛି । ଆଉ ଅଭିନେତ୍ରୀ ପ୍ରକୃତି ମିଶ୍ର ହାତ ଯୋଡ଼ି ସେଠାରୁ ଖସି ଆସିଥିଲେ । ପୁରା ଭିଡିଓ ଭାଇରାଲ ହେବା ପରେ ଅନେକ କଥା ସାମ୍ନାକୁ ଆସିଥିଲା । ବାବୁସାନଙ୍କ ସହ ପ୍ରକୃତି ମିଶ୍ରଙ୍କ ସମ୍ପର୍କ ଥିବା ନେଇ ଅଭିଯୋଗ ପତ୍ନୀ ତୃପ୍ତି ଅଭିଯୋଗ ଉଠାଇଥିବା ବେଳେ ବାବୁସାନଙ୍କ ପରିବାର ଏହି କଥାକୁ ସ୍ୱୀକାର କରିଥିଲେ । ବାବୁସାନ ଓ ପ୍ରକୃତିଙ୍କୁ ଚେନ୍ନାଇ ଉତ୍କଳ ଆସୋସିଏସନ୍ ତରଫରୁ ନିମନ୍ତ୍ରଣ ଥିବାରୁ ସେମାନେ କାର ଯୋଗେ ବିମାନ ବନ୍ଦର ଯାଉଥିଲେ, ଏବଂ ଅଭିଯୋଗକୁ ମଧ୍ୟ ଖଣ୍ଡନ କରିଥିଲେ ଉଭୟ ।



ପରେ କିନ୍ତୁ ଜଣାପଡ଼ିଲା ଯେ ପ୍ରକୃତି ମିଶ୍ରଙ୍କୁ ନିମନ୍ତ୍ରଣ ନଥିଲା ଏବଂ ସେ ବାବୁସାନ ତାଙ୍କୁ ସାଙ୍ଗରେ ନେଇଥିଲେ । ଏସବୁ ଜଣା ପଡ଼ିବା ପରେ ତୃପ୍ତିଙ୍କ ଅଭିଯୋଗ ସହ କିଛି କଥା ନିଶ୍ଚୟ ଅଛି ବୋଲି ଅନୁମାନ କରାଯାଉଛି । ଏବେ ଦୁଇ ପରିବାରର ଏତଲା ଅନୁସାରେ ତଦନ୍ତ ଚାଲିଛି ।
Published by:Soubhagya Mishra
First published: