ଗର୍ଭବତୀ ଅଛନ୍ତି କ୍ୟାଟ୍ରିନା କୈଫ୍ ? ସ୍କ୍ରିନ୍ ଫିଟିଂ ଡ୍ରେସରେ ଦେଖି ୟୁଜର୍ସ କହିଲେ...ଏହା ବେବି ବମ୍ପ

କ୍ୟାଟ୍ରିନାଙ୍କୁ ଏକ ଆୱାର୍ଡ଼ ଶୋ’ରେ ଚିକମିକ ପୋଷାକରେ ଦେଖି ଏହି ଚର୍ଚ୍ଚା ପୁଣି ଥରେ ଜୋର ଧରିଛି ।

ଗର୍ଭବତୀ ଅଛନ୍ତି କ୍ୟାଟ୍ରିନା କୈଫ୍ ? ସ୍କ୍ରିନ୍ ଫିଟିଂ ଡ୍ରେସରେ ଦେଖି ୟୁଜର୍ସ କହିଲେ...ଏହା ବେବି ବମ୍ପ

ଗର୍ଭବତୀ ଅଛନ୍ତି କ୍ୟାଟ୍ରିନା କୈଫ୍ ? ସ୍କ୍ରିନ୍ ଫିଟିଂ ଡ୍ରେସରେ ଦେଖି ୟୁଜର୍ସ କହିଲେ...ଏହା ବେବି ବମ୍ପ

  • News18 Odia
  • Last Updated :
  • Mumbai, India
  • Share this:
News 18 Odia Digital

ମୁମ୍ୱାଇ; କ'ଣ କ୍ୟାଟ୍ରିନା କୈଫ ଗର୍ଭବତୀ ? ଏବେ ଏହି ପ୍ରଶ୍ନ କେବଳ ବଲିଉଡ କରିଡରରେ ନୁହେଁ ପ୍ରଶଂସକଙ୍କ ମଧ୍ୟରେ ମଧ୍ୟ ଟ୍ରେଣ୍ଡ ହେଉଛି। ଯେହେତୁ କ୍ୟାଟ୍ରିନା କୈଫ ବିକି କୌଶଲଙ୍କ ସହ ବିବାହ କରିସାରିଛନ୍ତି, ତେଣୁ ଅଭିନେତ୍ରୀଙ୍କ ଗର୍ଭଧାରଣକୁ ନେଇ କ୍ରମାଗତ କଳ୍ପନାଜଳ୍ପନା ଚାଲିଛି । କ୍ୟାଟ୍ରିନାଙ୍କୁ ଏକ ଆୱାର୍ଡ଼ ଶୋ’ରେ ଚିକମିକ ପୋଷାକରେ ଦେଖି ଏହି ଚର୍ଚ୍ଚା ପୁଣି ଥରେ ଜୋର ଧରିଛି।

କ୍ୟାଟ୍ରିନା ଗର୍ଭବତୀ କି ? କ୍ୟାଟ୍ରିନା କୈଫଙ୍କ ଆୱାର୍ଡ଼ ଶୋ’ର ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । କ୍ୟାଟ୍ରିନା ଏକ ଶିମିରି ବ୍ୟାକଲେସ୍ ଗାଉନରେ ଇଭେଣ୍ଟରେ ପହଞ୍ଚିଥିଲେ । ଯେଉଁଥିରେ ସେ ଏତେ ଚମକୁଥିଲେ ଯେ ପ୍ରଶଂସକମାନେ ତାଙ୍କୁ ପ୍ରଶଂସା କରିବାରେ ଥକି ନାହାଁନ୍ତି । କ୍ୟାଟ୍ରିନାଙ୍କ ଚେହେରାରୁ ନଜର ହଟିବା ପରେ ପ୍ରଶଂସକଙ୍କ ଧ୍ୟାନ ତାଙ୍କ ପେଟ ଉପରକୁ ଯାଇଥିଲା । ଭିଡିଓରେ, କ୍ୟାଟ୍ରିନାଙ୍କ ପେଟ ଟିକିଏ ବଡ ଦେଖା ଯାଉଛି । ଶରୀରରେ ଫିଟ୍ ପୋଷାକ ପିନ୍ଧିଥିବା କାରଣରୁ ଏହା ହୋଇପାରେ । କ୍ୟାଟ୍ରିନାଙ୍କ ଟମି ଫ୍ୟାଟ ମଧ୍ୟ ହୋଇପାରେ ଯାହାକୁ ଲୋକମାନେ ବେବି ବମ୍ପ ବୋଲି କହୁଛନ୍ତି । ସତ୍ୟ କ’ଣ ତାହା କେବଳ କ୍ୟାଟ୍ରିନା ପ୍ରକାଶ କରିପାରିବେ, କିନ୍ତୁ ତାଙ୍କ ଗର୍ଭଧାରଣ ବିଷୟରେ ଆଲୋଚନା ଥମିବାର ନାଁ ନେଉ ନାହିଁ ।

କ୍ୟାଟ୍ରିନାଙ୍କ ଵେବି ବମ୍ପ ନା ପେଟର ଚର୍ବି ? କମେଣ୍ଟରେ ସମସ୍ତେ ଏହା ପଚାରୁଛନ୍ତି - କ୍ୟାଟ୍ରିନା କୈଫ ଗର୍ଭବତୀ କି? ଜଣେ ବ୍ୟକ୍ତି ଲେଖିଛନ୍ତି - ସେ ଗର୍ଭବତୀ ଦେଖାଯାଉଛନ୍ତି । ୟୁଜର୍ସ ପଚାରିଛନ୍ତି- ଏହା ଵେବି ବମ୍ପ ? ଅନେକ ଭାବୁଛନ୍ତି କି ଅଭିନେତ୍ରୀ ମା' ହେବାକୁ ଯାଉଛନ୍ତି । ଲୋକମାନେ କ୍ୟାଟ୍ରିନା କୈଫଙ୍କ ଡ୍ରେସିଂ ସେନ୍ସକୁ ମଧ୍ୟ ପ୍ରଶଂସା କରିଛନ୍ତି । କ୍ୟାଟ୍ରିନା ଏହି ଡ୍ରେସରେ ସୁନ୍ଦର ଦେଖା ଯାଉଥିବା ଫ୍ୟାନସ କହୁଛନ୍ତି।

ଉଲ୍ଲେଖଥାଉ କି, ଏହା ପ୍ରଥମ ଘଟଣା ନୁହେଁ ଯେ ଲୋକମାନେ କ୍ୟାଟ୍ରିନାଙ୍କୁ 'ମା' ହେବେ ବୋଲି ଅନୁମାନ କରିଛନ୍ତି । ପୂର୍ବରୁ ମଧ୍ୟ ଲୋକମାନେ କ୍ୟାଟ୍ରିନା କୈଫଙ୍କୁ କହିଥିଲେ ଯେ ସେ ବୋଧେ ଗର୍ଭବତୀ ଅଛନ୍ତି । ଆଉ ତାପରେ କ୍ୟାଟ୍ରିନା ତାଙ୍କର ଏପରି ଫଟୋ ସେୟାର କରିଥିଲେ, ଯେଉଁଠାରେ ତାଙ୍କର ଫ୍ଲାଟ ପେଟ ଦେଖାଯାଇଥିଲା ।
Published by:Soubhagya Mishra
First published: