ସାଥ ନିଭାନା ସାଥିଆ’ର ଗୋପୀ ବହୁ ତଥା ଦେବୋଲିନା ଭଟ୍ଟଚାର୍ଜୀ । ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍ ଦେବୋଲିନା। ହଠାତ୍ ପ୍ରେମିକ ଶାହନାୱାଜ ଶେଖଙ୍କ ସହ ବିବାହ କରି ଚର୍ଚ୍ଚାକୁ ଆସିଥିଲେ।
- News18 Odia
- Last Updated :
- New Delhi, India
News 18 Odia Digital
ମୁମ୍ଵାଇ : ‘ସାଥ ନିଭାନା ସାଥିଆ’ର ଗୋପୀ ବହୁ ତଥା ଦେବୋଲିନା ଭଟ୍ଟଚାର୍ଜୀ । ହଠାତ୍ ପ୍ରେମିକ ଶାହନାୱାଜ ଶେଖଙ୍କ ସହ ବିବାହ କରି ଚର୍ଚ୍ଚାକୁ ଆସିଥିଲେ। ଏହା ପରଠାରୁ ତାଙ୍କୁ ବହୁତ ଟାର୍ଗେଟ କରାଯାଇଥିଲା। କେହି କେହି ତାଙ୍କୁ ଶ୍ରଦ୍ଧା ୱାକର୍ ମର୍ଡର କେସ୍ ତ ଆଉ କିଏ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ସହ ତୁଳନା କରିଥିଲେ। କିଛି ଲୋକ ସୋସିଆଲ ମିଡିଆରେ ଦାବି କରୁଛନ୍ତି ଯେ ସେ ଗର୍ଭବତୀ ଥିବାରୁ ହଠାତ୍ ବିବାହ କରିଥିଲେ। ବର୍ତ୍ତମାନ ଏହି ଖବର ଉପରେ ଅଭିନେତ୍ରୀ ପ୍ରତିକ୍ରିୟା ରଖିଛନ୍ତି।
ସୋସିଆଲ ମିଡିଆରେ ଚାଲିଥିବା ଏହି ଖବର ଉପରେ ଦେବୋଲେନା ମୁହଁ ଖୋଲିଛନ୍ତି। । ସାକ୍ଷାତକାରରେ ଅଭିନେତ୍ରୀ ଟ୍ରୋଲରମାନଙ୍କୁ ଏକ ଉପଯୁକ୍ତ ଉତ୍ତର ଦେଇଛନ୍ତି । କହିଛନ୍ତି, “ମୋର ଆଦୌ କାହାକୁ ଜଷ୍ଟିଫାଏ କରିବା ଆବଶ୍ୟକ ନାହିଁ, କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ଭାବନ୍ତି ଯେ ମୁଁ ଗର୍ଭବତୀ, ସେଥିପାଇଁ ମୁଁ ହଠାତ୍ ବିବାହ କରିଥିଲି। ଯେଉଁମାନେ ଏପରି ଖରାପ ମନ୍ତବ୍ୟ ଦେଇଛନ୍ତି ସେମାନଙ୍କ ପାଇଁ ମୁଁ ବହୁତ ଦୁଃଖିତ । ଏହା ମଧ୍ୟ କହିଥିଲେ କି ଗ୍ରାଣ୍ଡ ବିବାହ ଛାଡି ସରଳ ବିବାହ କରିଛି କାରଣ ସେ ଟଙ୍କା ନଷ୍ଟ କରିବାକୁ ଚାହୁଁନାହାଁନ୍ତି।
ଦେବୋଲିନା ଆହୁରି କହିଛନ୍ତି ଯେ ଏହି ପ୍ରକାର ଟ୍ରୋଲ ଯୋଗୁଁ ସେ ବହୁତ ଚିନ୍ତାରେ ଥିଲେ। ସେ କହିଛନ୍ତି, “ଏହା ଏକ ଭିନ୍ନ ସ୍ତରର କମେଣ୍ଟ ଥିଲା, ଯେଉଁଠାରେ ଆପଣ ଅନ୍ୟମାନଙ୍କୁ ନିର୍ଯାତନା ଦେବା ପାଇଁ କୌଣସି ସୁଯୋଗ ହାତଛଡ଼ା କରନ୍ତି ନାହିଁ। ଏହି ପ୍ରଶ୍ନଗୁଡ଼ିକ ଉପରେ ବେଳେ ବେଳେ ହସ ଆସେ ତ ଆଉ କେତେବେଳେ ରାଗ । ସତରେ ମୁଁ ଜାଣି ନାହିଁ ଆଗକୁ କଣ ହେବ । ସମୟ ଯେଉଁଆଡେ ନବ ଯିବି।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।