USAରେ ତ୍ରିରଙ୍ଗା ଉଡାଇଲେ ଓଲିଉଡର ସବ୍ୟର୍ଚ୍ଚିତା; ସାମିଲ ହେଲେ ବିଦେଶରେ ରହୁଥିବା ଭାରତୀୟ
News 18 Odia Digital
ନୂଆଦିଲ୍ଲୀ; ୭୫ ତମ ବର୍ଷ ସ୍ୱାଧୀନତା ଦିବସ ଅବସରରେ ଦେଶ ବାହାରେ ଉଡ଼ିଛି ତ୍ରିରଙ୍ଗା । ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ସହ ପତ୍ନୀ ତଥା ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ଏଲିନା ସାମନ୍ତରାୟ, ହାସ୍ୟ ଅଭିନେତା ଜୋଜୋ, କଣ୍ଠଶିଳ୍ପୀ ସତ୍ୟଜିତ ଓ ଅସୀମା ପଣ୍ଡା USA(Washington DC) ରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସେଠାରେ ଥିବା ଭାରତୀୟଙ୍କ ମଧ୍ୟରେ ସହ ମିଶି ମନୋରଞ୍ଜନ ସହିତ ଭାରତୀୟ ଦେଶାତ୍ମାବୋଧକ ଗୀତରେ ତ୍ରିରଙ୍ଗା ଉଡାଇଥିଲେ ଓଡ଼ିଆ ସିନେ କଳାକାର ।
ବିଦେଶରେ ତ୍ରିରଙ୍ଗା ଉଡାଇବା ସହ ମାଆ ତୁଝେ ସଲାମ୍, ବନ୍ଦେ ମାତରମ୍ ଗୀତର ତାଳେତାଳେ ଭାରତର ଜାତୀୟ ପତାକାକୁ ସଭିଙ୍କ ଆଗରେ ଉଡାଇଥିଲେ ଓଲିଉଡ ଷ୍ଟାର ସବ୍ୟସାଚୀ । ବନ୍ଦେ ଉତ୍କଳ ଜନନୀ ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା ଷ୍ଟେଜ୍ । କେବଳ ସେତିକି ନୁହେଁ, ବିଦେଶରେ ଭାରତୀୟ ପୋଷାକ ପିନ୍ଧିଥିଲେ ଓଡ଼ିଶାର କଳାକାର । ଅର୍ଚ୍ଚିତାଙ୍କ ସହ ଏଲିନା ମଧ୍ୟ ସୁନ୍ଦର ଶାଢୀରେ ନଜର ଆସିଥିଲେ । ଏହି କାର୍ଯ୍ୟକ୍ରମରେ ବିଦେଶରେ ଥିବା ହଜାର ହଜାର ଭାରତୀୟ ଉପସ୍ଥିତ ଥିଲେ । ଏହି ଉତ୍ସବର ଭିଡିଓକୁ ସବ୍ୟସାଚୀ ନିଜ ଫ୍ୟାନଙ୍କ ସହ ସୋସିଆଲ ମିଡିଆ ମାଧ୍ୟମରେ ସେୟାର କରିଛନ୍ତି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।