ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»ଅଭିନେତା ସୋନୁ ସୁଦଙ୍କ ଘରେ ଆୟକର ବିଭାଗ ଚଢ଼ାଉ କଲା; କେଜରୀୱାଲଙ୍କ ନିକଟ ହୋଇଥିଲେ

ଅଭିନେତା ସୋନୁ ସୁଦଙ୍କ ଘରେ ଆୟକର ବିଭାଗ ଚଢ଼ାଉ କଲା; କେଜରୀୱାଲଙ୍କ ନିକଟ ହୋଇଥିଲେ

Income Tax department raids Sonu Sood’s office, houses in Mumbai | କରୋନା କାଳରେ ଲାଗିଥିବା ଲକଡାଉନ୍ ସମୟରେ ସୋନୁ ସୁଦ୍ ସର୍ବ ପ୍ରଥମେ ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀମାନଙ୍କୁ ସେମାନଙ୍କ ଘରେ ପହଞ୍ଚାଇଥିଲେ । ସେ ଦେଶର ୧୬ଟି ସହରରେ ଅମ୍ଳଜାନ କାରଖାନା ବି ସ୍ଥାପନ କରିଛନ୍ତି।

ଅଭିନେତା ସୋନୁ ସୁଦଙ୍କ ଘରେ ଆୟକର ବିଭାଗ ଚଢ଼ାଉ କଲା; କେଜରୀୱାଲଙ୍କ ନିକଟ ହୋଇଥିଲେ
ପ୍ରସିଦ୍ଧ ଅଭିନେତା ସୋନୁ ସୁଦ
  • News18 Odia
  • Last Updated: September 15, 2021, 6:28 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ଆୟକର ବିଭାଗ (Income Tax department) ପ୍ରସିଦ୍ଧ ଅଭିନେତା ସୋନୁ ସୁଦଙ୍କ (Sonu Sood) ମୁମ୍ବାଇ କାର୍ଯ୍ୟାଳୟରେ ଏକ 'ସର୍ଭେ' କରିଛି । ମିଳିଥିବା ସୂଚନା ଅନୁସାରେ ଏ ପର୍ଯ୍ୟନ୍ତ ସୋନୁ ସୁଦଙ୍କ ସହ ଜଡ଼ିତ ଛଅଟି ଭିନ୍ନ ଭିନ୍ନ ଅଞ୍ଚଳରେ ଏହି ଚଢ଼ାଉ (IT raid on Sonu Sood) ହୋଇଛି ।

ଗତ ମାସ ଦିଲ୍ଲୀର ଅରବିନ୍ଦ କେଜରୀୱାଲଙ୍କ ନେତୃତ୍ୱାଧୀନ ଆପ୍‌ ସରକାର ସୋନୁ ସୁଦଙ୍କୁ ସ୍କୁଲ ପିଲାମାନଙ୍କ ପାଇଁ ଦିଲ୍ଲୀ ସରକାର ଆରମ୍ଭ କରିଥିବା ମେଣ୍ଟରସିପ୍ କାର୍ଯ୍ୟକ୍ରମର ବ୍ରାଣ୍ଡ ଆମ୍ବାସାଡର ଘୋଷିତ କରିଥିଲେ । ଅଗଷ୍ଟରେ ସୋନୁ ସୁଦ ଦିଲ୍ଲୀ ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ (Arvind Kejriwal) ଭେଟିଥିଲେ। ଏହି ବୈଠକ ପରେ ସି.ଏମ୍‌. କେଜ୍ରିୱାଲ ଓ ଅଭିନେତା ସୋନୁ ସୁଦ ମିଳିତ ଭାବେ ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ। ସି.ଏମ୍‌. କେଜ୍ରିୱାଲ କହିଥିଲେ ଯେ ସୋନୁ ସୁଦ ଦିଲ୍ଲୀ ସରକାରଙ୍କ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଦେଶ କେ ମେଣ୍ଟର୍‌’ର ବ୍ରାଣ୍ଡ ଆମ୍ବାସାଡର ହେବାକୁ ରାଜି ହୋଇଛନ୍ତି।

ଏହା ବି ପଢ଼ନ୍ତୁ | ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ତଥ୍ୟ ଚୋରି ଅଭିଯୋଗରେ ୪ ଜଣ ସନ୍ଦିଗ୍ଧ ଗୁପ୍ତଚର ଗିରଫ ହେଲେ

କେଜରୀୱାଲ୍‌ ଏହା ବି କହିଥିଲେ ଯେ ଦିଲ୍ଲୀ ସରକାରଙ୍କ ଶିକ୍ଷା ବିଭାଗ ଖୁବ୍‌ ଶୀଘ୍ର ‘ଦେଶ କେ ମେଣ୍ଟର୍‌’ (Desh ke Mentors) କାର୍ଯ୍ୟକ୍ରମ ଆରମ୍ଭ କରିବ ଓ ସୋନୁ ସୁଦ ଏହାର ବ୍ରାଣ୍ଡ ଆମ୍ବାସାଡର୍‌ ହେବାକୁ ରାଜି ହୋଇଛନ୍ତି । ଏହି ଅବସରରେ କେଜରୀୱାଲ୍‌ ଅଭିନେତା ସୋନୁ ସୁଦଙ୍କୁ ଖୁବ୍‌ ପ୍ରଶଂସା କରିଥିଲେ ଓ କହିଥିଲେ ଯେ ସୋନୁ ନିଜ କାର୍ଯ୍ୟ ଓ ସମାଜ ପ୍ରତି ଦାୟିତ୍ୱ ପୂରଣ କରି ଦେଶର କୋଟି କୋଟି ଲୋକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।




ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଭୁବନେଶ୍ୱରରେ ନିଶାମୁକ୍ତି ନାଁରେ ଯୁବକକୁ ପିଟିପିଟି ହତ୍ୟା କରିଥିଲେ; କେନ୍ଦ୍ରର ମାଲିକ ଧରାପଡ଼ିଲା

ଗତ ଦେଢ଼ ବର୍ଷ ଧରି କରୋନା ମହାମାରୀ (Coronavirus pandemic) ସମୟରେ ବଲିଉଡ ଅଭିନେତା ସୋନୁ ସୁଦ ଗତ ଦେଶ ସାରା ଅସହାୟ ଲୋକମାନଙ୍କୁ ସାହାଯ୍ୟ କରିଆସୁଛନ୍ତି । ସେଥି ପାଇଁ ସେ ଲୋକଙ୍କ ହୃଦୟ ଜିତିଛନ୍ତି । ସୋନୁ ନିଃସ୍ୱାର୍ଥ ଭାବେ ଲୋକଙ୍କ ସେବା କରି ରିଲ୍ ଲାଇଫରୁ ରିୟଲ୍‌ ଲାଇଫ୍‌ ହିରୋ ହୋଇପାରିଛନ୍ତି ।

ଏହା ବି ପଢ଼ନ୍ତୁ | ଗୁରୁଜୀ ନା ଗୁଣ୍ଡା? ଖୋଲୁଛି ଖୋର୍ଦ୍ଧାର ମାନବବାଦ ସଙ୍ଗଠନର ମୁଖା; ବର୍ଷ ଧରି ବାସନ୍ଦ ୬ଟି ପରିବାର ଜଙ୍ଗଲରେ ରହୁଛନ୍ତି

କରୋନା କାଳରେ ଲାଗିଥିବା ଲକଡାଉନ୍‌ ସମୟରେ ସୋନୁ ସୁଦ୍‌ ସର୍ବ ପ୍ରଥମେ ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀମାନଙ୍କୁ ସେମାନଙ୍କ ଘରେ ପହଞ୍ଚାଇଥିଲେ । ତା’ ପରେ ସେ କ୍ରମାଗତ ଭାବରେ ଦେଶର ଲୋକଙ୍କୁ ସାହାଯ୍ୟ କରିଆସୁଛନ୍ତି। ପଞ୍ଜାବ ଓ ଦିଲ୍ଲୀ ସରକାର ସମେତ ସୋନୁଙ୍କ ସହ କାମ କରିବାକୁ ଅନେକ ରାଜ୍ୟ ସରକାର ହାତ ମିଳାଇଛନ୍ତି। ଏହା ବ୍ୟତୀତ ସୋନୁ ‘ଗୁଡୱାର୍କର୍ ଜବ୍ ଆପ୍’ ଓ ଏକ ସ୍କଲାରସିପ୍ ପ୍ରୋଗ୍ରାମ୍ ମଧ୍ୟ ଚଳାଇଛନ୍ତି । ସେ ଦେଶର ୧୬ଟି ସହରରେ ଅମ୍ଳଜାନ କାରଖାନା ବି ସ୍ଥାପନ କରିଛନ୍ତି। କରୋନା ସମୟରେ ସୋନୁଙ୍କ ଏମିତି ମାନବିକ କାର୍ଯ୍ୟ ପାଇଁ ତାଙ୍କ ପ୍ରଶଂସକମାନେ ତାଙ୍କୁ ‘ମେସିଆ’ ବୋଲି କହିବା ଆରମ୍ଭ କରିଛନ୍ତି ।



୪୮ ବର୍ଷୀୟ ସୋନୁ ସୁଦ୍‌ ହିନ୍ଦୀ, ତେଲୁଗୁ, କନ୍ନଡ଼ ଓ ତାମିଲ ଚଳଚ୍ଚିତ୍ରରେ କାମ କରିଛନ୍ତି ।ଖୁବ୍ ଶୀଘ୍ର ତାଙ୍କୁ ପ୍ରୀତିରାଜଙ୍କ ଏକ ପିରିୟଡ୍ ଡ୍ରାମାରେ ଦେଖିବାକୁ ମିଳିବ ।ଏହା ବ୍ୟତୀତ ସେ ତେଲୁଗୁ ଆକ୍ସନ୍-ଡ୍ରାମା ‘ଆଚାର୍ଯ୍ୟ’ରେ ବି କାମ କରୁଛନ୍ତି । ସେପ୍ଟେମ୍ବର ୨୦୨୦ରେ ସୋନୁଙ୍କୁ କରୋନା ମହାମାରୀ ସମୟରେ ତାଙ୍କର ମାନବିକ କାର୍ଯ୍ୟ ପାଇଁ ମିଳିତ ଜାତିସଙ୍ଘର ବିକାଶ କାର୍ଯ୍ୟକ୍ରମ (UNDP) ‘୨୦୨୦ SDG ସ୍ୱତନ୍ତ୍ର ମାନବିକ କାର୍ଯ୍ୟ ପୁରସ୍କାର’ ପ୍ରଦାନ କରିଥିଲା । ସେ ଦେଶର ପ୍ରତ୍ୟେକ ଲୋକକୁ ସାହାଯ୍ୟ କରିବା ପାଇଁ ‘ସୁଦ୍‌ ଚ୍ୟାରିଟି ଫାଉଣ୍ଡେସନ୍’ ଚଳାଉଛନ୍ତି ।
Published by: Anand S.T. Das
First published: September 15, 2021, 6:28 PM IST