News18 Odia Digital
Ileana Dcruz: ୨୦୧୨ରେ ବଲିଉଡ (Bollywood) ଫିଲ୍ମ ବର୍ଫିରେ ନଜର ଆସିଥିବା ସୁନ୍ଦରୀ ଅଭିନେତ୍ରୀ ଇଲିଆନା ଡି’କ୍ରୁଜ (Ileana D'Cruz) ଫ୍ୟାନ୍ସଙ୍କ ସହ ସେୟାର କଲେ ଗୁଡନ୍ୟୁଜ। ତାଙ୍କ ଘରକୁ ଆସିବାକୁ ଯାଉଛି କୁନି ଅତିଥି। ସେ ଏବେ ଗର୍ଭବତୀ ଅଛନ୍ତି। ଇଲିଆନା ନିଜର ଗର୍ଭଧାରଣ (Ileana D'Cruz pregnant) ଖବରକୁ ଏକ ସୁନ୍ଦର ପୋଷ୍ଟ୍ ଜରିଆରେ ଘୋଷଣା କରିଛନ୍ତି।
ସେ ତାଙ୍କ ଇନଷ୍ଟାଗ୍ରାମରେ (Instagram) ବ୍ଲାକ ଆଣ୍ଡ ହ୍ବାଇଟ୍ ରଙ୍ଗର ଏକ ଟି-ସାର୍ଟ ସେୟାର୍ କରିଛନ୍ତି। ସେଥିରେ ‘ଏକ ନୂଆ ଆଡ୍ଭେଞ୍ଚର୍ ଆରମ୍ଭ’ ବୋଲି ଲେଖିଛନ୍ତି। ଏହା ସହିତ ସେ ଏକ ଲକେଟ୍ର ବି କ୍ଲୋଜ୍ଅପ୍ ଫଟୋ ଦେଇଛନ୍ତି।
ସେଥିରେ ‘ମାମା’ ବୋଲି ଲେଖାଯାଇଛି। ସେ ତାଙ୍କ ପୋଷ୍ଟ୍ର କ୍ୟାପ୍ସନ୍ରେ ଲେଖିଛନ୍ତି, ‘‘Coming soon, Can’t wait to meet you my little darling.’’
ଇଲିଆନାଙ୍କ ଖୁସି ଖବର ସେୟାର କରିବା ପରେ କିଛି ଲୋକ ପିଲାର ପିତାଙ୍କ ନାମ ପଚାରୁଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି, ‘‘ଓ ମାଇଁ ଗଡ୍, ଅଭିନନ୍ଦନ ଶିଶୁ।’’ ଅନ୍ୟ ଜଣେ ଲେଖିଛନ୍ତି, ‘‘ତୁମେ ଖୁବ୍ ସୁନ୍ଦର ମଣିଷ। ଅଭିନନ୍ଦନ।’’
ଏହାପୂର୍ବରୁ ଖବର ପ୍ରକାଶ ପାଇଥିଲା ଯେ ଇଲିଆନା ଅଷ୍ଟ୍ରେଲୀୟ ଫଟୋଗ୍ରାଫର ଆଣ୍ଡ୍ରଡ କନିବୋନଙ୍କ ସହ ସମ୍ପର୍କରେ ଥିଲେ। ଶୁଣିବାକୁ ମିଳିଥିଲା ଯେ ଦୁହେଁ ପୂର୍ବରୁ ବିବାହ କରିଥିଲେ। ତେବେ ୨୦୧୯ରେ ଦୁହିଁଙ୍କ ବିଚ୍ଛେଦ ଖବର ଶୁଣିବାକୁ ମିଳିଥିଲା।
ପ୍ରକାଶ ଥାଉକି ଅଭିନେତ୍ରୀ ପୂର୍ବରୁ ଅଷ୍ଟ୍ରେଲିଆ ଫଟୋଗ୍ରାଫର ଆଣ୍ଡ୍ରିୟୁ କନିବୋନଙ୍କୁ ଡେଟ କରୁଥିଲେ, କିନ୍ତୁ ଉଭୟଙ୍କର ବ୍ରେକଅପ୍ ହୋଇଯାଇଥିଲା। ଏହା ପରେ କ୍ୟାଟ୍ରିନା କୈଫଙ୍କ ଭାଇ ସେବାଷ୍ଟିଆନଙ୍କ ସହ ଇଲିଆନାଙ୍କ ନାମ ମଧ୍ୟ ଜଡିତ ଥିଲା।
ଇଲିଆନା ଏବେ ଲଣ୍ଡନରେ ରହୁଥିବା କ୍ୟାଟ୍ରିନାଙ୍କ ଭାଇ ତଥା ମଡେଲ ସେବାଷ୍ଟିଆନ୍ ଲୌରେଣ୍ଟ୍ ମାଇକେଲ୍ଙ୍କ ସହ ସମ୍ପର୍କରେ ଅଛନ୍ତି।
ପଢ଼ନ୍ତୁ ଏହି ଖବର: ଘରେ ବସି ସହଜରେ ଖୋଜନ୍ତୁ ମନ ପସନ୍ଦ ସାଥୀ; ମାଗଣାରେ ମିଳିବେ ବୟଫ୍ରେଣ୍ଡ-ଗର୍ଲଫ୍ରେଣ୍ଡଯଦି ତାଙ୍କ ହିନ୍ଦୀ ଡେବ୍ୟୁ କଥା ହେବା ତାହାଲେ ସେ ୨୦୧୨ରେ ଅନୁରାଗ କାଶ୍ୟପଙ୍କ ଫିଲ୍ମ ‘ବର୍ଫି’ରେ ରଣବୀର କପୁର ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ସହ ନଜର ଆସି ବେଶ୍ ଲୋକପ୍ରିୟତା ହାସଲ କରିଥିଲେ। ସେହିପରି ସେ ଅନେକ ତେଲୁଗୁ ଫିଲ୍ମରେ ଦମଦାର ଅଭିନୟ କରିସାରିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।