ଖୁବ୍ ଶୀଘ୍ର ଚଳଚ୍ଚିତ୍ର ଦୁନିଆରେ ପାଦ ରଖିବେ ସୈଫଙ୍କ ଲାଡଲା ଇବ୍ରାହିମ୍‌ ଖାନ୍

ସୈଫ ଅଲ୍ଲି ଖାନଙ୍କ ବଡ ପୁଅ ଇବ୍ରାହିମ ଅଲ୍ଲି ଖାନ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି।

ଇବ୍ରାହିମ୍‌ ଖାନ୍

ଇବ୍ରାହିମ୍‌ ଖାନ୍

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ମୁମ୍ବାଇ: ସୈଫ ଅଲ୍ଲି ଖାନଙ୍କ ବଡ ପୁଅ ଇବ୍ରାହିମ ଅଲ୍ଲି ଖାନ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ତେବେ ତାଙ୍କୁ ଲଞ୍ଚ କିଏ କରିବେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ, ଚଳଚ୍ଚିତ୍ର ନିର୍ମାତା କରନ ଜୋହର ତାଙ୍କୁ ତାଙ୍କ ଆଗାମୀ ଫିଲ୍ମରେ ଲଞ୍ଚ କରିବେ। କରନଙ୍କ ବ୍ୟାନର ଧର୍ମା ପ୍ରଡକ୍ସନ୍ସରେ ନିର୍ମିତ ଏକ ଫିଲ୍ମ ସହିତ ଇବ୍ରାହିମ ବଲିଉଡରେ ପାଦ ଦେବେ। ତାଙ୍କୁ ପର୍ଦାରେ ଦେଖିବାକୁ ତାଙ୍କ ପ୍ରଶଂସକ ବହୁ ଦିନରୁ ଅପେକ୍ଷା ମଧ୍ୟ କରିଛନ୍ତି।

ସୂଚନା ଅନୁଯାୟୀ ଏହି ଚଳଚ୍ଚିତ୍ର ୨୦୨୩ରେ ପରଦାକୁ ଆସିବ। ବର୍ତ୍ତମାନ ଇବ୍ରାହିମ କରନଙ୍କୁ ତାଙ୍କର ଆଗାମୀ ଚଳଚ୍ଚିତ୍ର ରକି ଅର ରାନୀ କି ପ୍ରେମ କାହାନୀରେ ସାହାଯ୍ୟ କରୁଛନ୍ତି। ଇବ୍ରାହିମଙ୍କ ଭଉଣୀ ସାରା ଅଲି ଖାନ ମଧ୍ୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ଖୁବ୍‌ ଆକ୍ଟିଭ୍‌। ସେ ଯୁବ ପିଢିରେ ଜଣେ ସଫଳ ଅଭିନେତ୍ରୀ ମଧ୍ୟ ଅଟନ୍ତି। ଏହା ବ୍ୟତୀତ କରନ ଜୋହର ମଧ୍ୟ ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ଲଞ୍ଚ କରିବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ସେ ଏହାକୁ ମନା କରିଦେଇଥିଲେ। ଏହା ଥରେ ନୁହେଁ ପ୍ରତ୍ୟେକ ଥର କରନଙ୍କ ଅଫରକୁ ଆର୍ୟନ ମନା କରି ଦେଇଛନ୍ତି। ସେ କହିଛନ୍ତି ଯେ ମୁଁ ଫିଲ୍ମରେ ଅଭିନୟ କରିବାକୁ ଚାହୁଁ ନାହିଁ। ମୁଁ ଆଦୌ ଅଭିନୟ କରିବାକୁ ଆଗ୍ରହୀ ନୁହେଁ।
Published by:Soumyashree Mishra
First published: