ମତେ ନିର୍ଯ୍ୟାତନା ଦିଆଯାଉଥିଲା କିନ୍ତୁ ଲୋକ ସେଲ୍‌ଫି ନେଉଥିଲେ; ପ୍ରକୃତି ମିଶ୍ର

ପ୍ରକୃତି କହିଛନ୍ତି ଯେ, ଯଦି ଚାହୁଁଛ ତୁମ ସ୍ବାମୀ ବାହାରକୁ ନଯାଆନ୍ତୁ, ଶିକୁଳି ବାନ୍ଧି ରଖ । ଗୋଟେ ଫିଲ୍ମ ନିର୍ମାଣ କରିବା କରିବା ପାଇଁ ମୁଁ ବାହାରକୁ ଯାଉଥିଲି । ଯାହା ହେଇଛି ଭଲ ହେଇଛି । କିଏ କଣ ଜଣା ପଡ଼ିଗଲା । ଅନ୍ୟ ଝିଅକୁ ଯାଇ ଟଣା ଓଟରା କରି ରାସ୍ତାରେ ଅପଦସ୍ତ କରନି ।

(ପ୍ରତୀକାତ୍ମକ ଛବି)

(ପ୍ରତୀକାତ୍ମକ ଛବି)

  • Share this:
News 18 Odia Digital

ଭୁବନେଶ୍ୱର; ବାବୁସାନ୍‌, ତାଙ୍କ ପତ୍ନୀ ତୃପ୍ତି ଓ ପ୍ରକୃତି ମିଶ୍ର ବିବାଦ ମାମଲାରେ ଅଭିନେତ୍ରୀ ପ୍ରକୃତି ମିଶ୍ର ସୋସିଆଲ ମିଡିଆରେ ମୁହଁ ଖୋଲିଛନ୍ତି । ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ପ୍ରକୃତି କହିଛନ୍ତି ଯେ , ମୋ ପ୍ରତି ହୋଇଥିବା ଆକ୍ରମଣକୁ ବିରୋଧ କରୁଛି । ମୋତେ ଗୁଣ୍ଡା ଆସି ଟଣା ଓଟରା କଲେ । ଜଣେ ନାରୀ ହୋଇ ବିନା କଥାବାର୍ତ୍ତାରେ ମୋର ଡ୍ରେସ୍ କୁ ଭିଡ଼ାଭିଡି କଲେ ଓ ନିର୍ଯ୍ୟାତନା ଦେଲେ। ଘଟଣାସ୍ଥଳରେ ଲୋକେ ମୋତେ ସାହାଯ୍ୟ କରିବା ପରିବର୍ତ୍ତେ ‌ସେଲ୍‌ଫି ନେଉଥିଲେ । ସେ ଝିଅମାନଙ୍କୁ ଆହ୍ୱାନ ଦେଇ କହିଛନ୍ତି ଯେ ଯେତେବେଳ ବି ଆପଣଙ୍କ ସହ ଏଭଳି କିଛି ଘଟଣା ଘଟୁଛି ତେବେ ଦୟାକରି ମୋତେ ଫୋନ କରିବେ । କେହି ଛିଡା ହୁଅନ୍ତୁ କି ନାହିଁ ମୁଁ ଆପଣଙ୍କ ସହ ଛିଡା ହେବି ଦୃଢତାର ସହ ପ୍ରତିବାଦ କରିବି । ତା ସହ ତୃପ୍ତି ଏବଂ ତାଙ୍କ ବାପାଙ୍କ ଉପରେ ମଧ୍ୟ ସେ ଅଭିଯୋଗ କରିଛନ୍ତି । ଯେଉଁଭଳି ମୋ ସହ ବ୍ୟବହାର କରାଗଲା ତାହା ସମାଜ ପାଇଁ ଗୋଟିଏ ଉଦାହରଣ ହେଇ ରହିବ ।

ପ୍ରକୃତି କହିଛନ୍ତି ଯେ, ଯଦି ଚାହୁଁଛ ତୁମ ସ୍ବାମୀ ବାହାରକୁ ନଯାଆନ୍ତୁ, ଶିକୁଳି ବାନ୍ଧି ରଖ । ଗୋଟେ ଫିଲ୍ମ ନିର୍ମାଣ କରିବା କରିବା ପାଇଁ ମୁଁ ବାହାରକୁ ଯାଉଥିଲି । ଯାହା ହେଇଛି ଭଲ ହେଇଛି । କିଏ କଣ ଜଣା ପଡ଼ିଗଲା । ଅନ୍ୟ ଝିଅକୁ ଯାଇ ଟଣା ଓଟରା କରି ରାସ୍ତାରେ ଅପଦସ୍ତ କରନି । ତାଙ୍କ ବ୍ୟବହାର ପାଇଁ ଯାହା ବି ହେବା କଥା ଆଇନ ଅନୁସାରେ ହେବ । ମୋତେ ଯେତେ ଭାଙ୍ଗିଲେ ବି ମୁଁ ହାର ମାନିବି ନାହିଁ । ମୁଁ ଅଟକିବିନି । ଆହୁରି ଆଗକୁ ବଢ଼ି ଚାଲିବି । ମୋ ସଂଘର୍ଷ ଜାରି ରଖିବି ।
Published by:Sujit Swain
First published: