News 18 Odia Digital
ଭୁବନେଶ୍ୱର: ଉତ୍କଳ ଦିବସ ଅବସରରେ ଭୁବନେଶ୍ୱରରେ ଆୟୋଜିତ ହୋଇଥିଲା ରନୱେ ଓ୍ୱିକ୍ (runway week) ଫ୍ୟାସନ କାର୍ଯ୍ୟକ୍ରମ । ଯେଉଁଥିରେ ଯୋଗ ଦେଇଥିଲେ ଓଲିଉଡ (ollywood)ର ଅନେକ କଳାକାର । ସେମଧ୍ୟରେ ଥିଲେ ଶିବାଶିଷ, ଦେବଜାନୀ, ଶିବାନୀ, ଭୂମିକା ଏବଂ ପ୍ରକୃତି ମିଶ୍ର ।
ଓଲିଉଡ କଳାକାରମାନେ ନିଜ ନିଜର ଷ୍ଟାଇଲରେ ରାମ୍ପ୍ ଉପରେ ଦର୍ଶକଙ୍କୁ ଫ୍ୟାସନ (fashion)ର ଜଲୱା ଦେଖାଇଥିଲେ । ସୁନ୍ଦର ଲୁକରେ ରାମ୍ପରେ ଚାଲିବା ସମୟରେ ଦର୍ଶକମାନେ ମଧ୍ୟ ନିଜ ପସନ୍ଦର କଳାକାରଙ୍କୁ ଉତ୍ସାହିତ କରିବା ପାଇଁ ତାଳି ମାରିଥିଲେ । କାର୍ଯ୍ୟକ୍ରମରେ କଳାକାରମାନେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ । ତେବେ ସବୁଠୁ ବଡ଼ କଥା ହେଉଛି ଯେତେବେଳେ ଅଭିନେତ୍ରୀ ତଥା ମଡେଲ୍ ପ୍ରକୃତି ମିଶ୍ର (prakruti mishra)ଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନ ପଚାରିଥିଲେ ସେତେବେଳେ ପ୍ରକୃତି ଏପରି ପ୍ରତିକ୍ରିୟା ଦେଇଥିଲେ ଯେ, ତାହାକୁ ଶୁଣି ସେଠାରେ ଥିବା ଲୋକେ ହସିବାରେ ଲାଗିଥିଲେ ।
ପ୍ରକୃତି କହିଥିଲେ ଯେ, ଖୁବ୍ ଖୁସି ଲାଗିଲା ଏ ଫ୍ୟାସନ ଶୋକୁ ଆସି । ମୋ ପର୍ସନାଲିଟିକୁ ରିଫ୍ୱେକ୍ଟ କରେ ଫ୍ୟାସନ । ଭଲ କପଡା ପିନ୍ଧିଲେ ଭଲ ଫିଲ୍ ବି ହେବ । ମୁଁ ଚାହେଁ ମୁଁ ଦୁଖରେ ଥାଏ କି ସୁଖରେ ଥାଏ ଭଲ କପଡା ପିନ୍ଧି ହସିବି ଭଲ କପଡା ପିନ୍ଧି କାନ୍ଦିବି । ମୁଁ ଆଉ ଭାଇରାଲ୍ ହେବାକୁ ଚାହୁଁନି, ମତେ ଭାଇରାଲ୍ ଫିଭର୍ ହେଇଗଲାଣି, ମତେ କ୍ଷମା କରନ୍ତୁ ମୁଁ ଆଉ କିଛି କହିବାକୁ ଚାହୁଁନି । ଏଥିସହ ପ୍ରକୃତି କହିଥିଲେ ଯେ, ମୁଁ ଗୋଟେ ୟୁଟୁବ୍ ଚ୍ୟାନେଲ ଖୋଲିଛି । ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ଅଭିନେତ୍ରୀ ପ୍ରକୃତି ମିଶ୍ର ବର୍ତ୍ତମାନ ମୁମ୍ୱାଇରେ ରହୁଛନ୍ତି । କିନ୍ତୁ କାମ ତଥା ସୁଟିଂ ପଡିଲେ ସେ ଓଡ଼ିଶା ଆସିଥାନ୍ତି । ଫ୍ୟାସନ କାର୍ଯ୍ୟକ୍ରମରେ ଯୋଗଦେବାପାଇଁ ପ୍ରକୃତିଙ୍କୁ ନିମନ୍ତ୍ରଣ କରାଯାଇଥିଲା ।
ଅନ୍ୟପଟେ ପ୍ରକୃତିଙ୍କୁ ନେଇ ଏବେ ବି ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି । ନିଜ ଇନଷ୍ଟାଗ୍ରାମ ପେଜରେ ପ୍ରକୃତି ଅନେକ ପ୍ରକାରର ଡ୍ୟାନ୍ସ ଭିଡିଓ ସହ ଫଟୋ ମଧ୍ୟ ଅନେକ ସମୟରେ ସେୟାର କରିଥାନ୍ତି । ନିଜର ଫ୍ୟାନ୍ସ ସେହି ଭିଡିଓରେ ବିଭିନ୍ନ ପ୍ରକାରର ମତ ଦେଉଥିବା ଦେଖିବାକୁ ମିଳିଥାଏ । ଏଥିସହ ପ୍ରକୃତି ନିଜର ମୁଡ୍ ହିସାବରେ କେତେବେଳେ ରୋମାଣ୍ଟିକ୍ ତ ଆଉ କେତେବେଳେ ସ୍ୟାଡ୍ ସଙ୍ଗ ଗାଇ ନିଜ ସୋସିଆଲ ମିଡିଆରେ ସେୟାର କରିଥାନ୍ତି । ପ୍ରକୃତିଙ୍କ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ମଧ୍ୟ ହୋଇଥାଏ ।
ସୂଚନାଯୋଗ୍ୟ, କିଛି ମାସ ତଳେ ପ୍ରକୃତି ମିଶ୍ରଙ୍କୁ ନେଇ ବିବାଦ ଦେଖାଦେଇଥିଲା । ଓଲିଉଡ ନାୟକ ବାବୁସାନ ମହାନ୍ତିଙ୍କ ସହ ଏୟାରପୋର୍ଟ ଯାଉଥିବା ସମୟରେ ବାବୁସାନଙ୍କ ପତ୍ନୀ ତୃପ୍ତି ବାଟରେ ଅଟକାଇ ପ୍ରକୃତିଙ୍କୁ ମାଡ ମାରିଥିବାର ଅଭିଯୋଗ ଆସିଥିଲା । ପରେ ପ୍ରକୃତିଙ୍କ ପରିବାର ଲୋକେ ଥାନାର ଦ୍ୱାରସ୍ଥ ହୋଇଥିଲେ । ପରେ ମାମଲା କୋର୍ଟ ପର୍ଯ୍ୟନ୍ତ ବି ଯାଇଥିଲା । ଓଲିଉଡ ସମେତ ଦର୍ଶକଙ୍କ ମହଲରେ ଏହି ଖବର ସେତେବେଳେ ସବୁଠୁ ଅଧିକ ଚର୍ଚ୍ଚାରେ ଥିଲା ।
ଏହି ଖବର ପଢ଼ନ୍ତୁ -
IPL 2023: ବିଗ୍ ଇଭେଣ୍ଟରେ ଓଡ଼ିଆ କ୍ରିକେଟର: ଏହି ଖେଳାଳିଙ୍କୁ ନେଇ ଅଧିକ ଚର୍ଚ୍ଚା !ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।