ମୁଁ ହିଁ ଏକମାତ୍ର ଯିଏ ରଣବୀରଙ୍କୁ ହସାଇ ପାରେ: ଆଲିଆ ଭଟ୍ଟ

ୟୁଟ୍ୟୁବ୍ ଚ୍ୟାନେଲ ସହିତ କଥାବାର୍ତ୍ତା ବେଳେ ସ୍ହାମୀ ରଣବୀର କପୁରଙ୍କୁ ନେଇ ଏମିତି କହିଲେ ଆଲିୟା ଭଟ୍ଟ।

ରଣବୀର ଓ ଆଲିଆ ଙ୍କ (ପ୍ରତୀକାତ୍ମକ ଛବି)

ରଣବୀର ଓ ଆଲିଆ ଙ୍କ (ପ୍ରତୀକାତ୍ମକ ଛବି)

  • Share this:
News 18 Odia Digital

ମୁମ୍ବାଇ: ଆଜିକାଲି ରଣବୀର କପୁର ଓ ଆଲିଆ ଭଟ୍ଟ ଅନେକ ଚର୍ଚ୍ଚାରେ ରହୁଛନ୍ତି। ଇତିମଧ୍ୟରେ ଏକ ୟୁଟ୍ୟୁବ ଚ୍ୟାନେଲ ସହିତ କଥାବାର୍ତ୍ତା ବେଳେ ଆଲିଆଙ୍କୁ ପଚରାଯାଇଥିଲା ଯେ ରଣବୀରଙ୍କୁ ତାଙ୍କର ସମସ୍ତ ଫଟୋରେ ଦୁଃଖିତ ରୂପରେ କାହିଁକି ଦେଖାଯାଉଛନ୍ତି?

ଆଲିଆ ଭଟ୍ଟ ଉତ୍ତରରେ ଏମିତି କହିଲେ

ଆଲିଆ କହଛନ୍ତି ଯେ ତାଙ୍କ ସ୍ୱାମୀ ରଣବୀର ଆଖିରେ ବୁଡ଼ି ଯାଇଛନ୍ତି, ଯେଉଁଥିପାଇଁ ସେ ଦୁଃଖି ଓ ଗମ୍ଭୀର ଦେଖାଯାଉଛନ୍ତି। ଆଲିଆ ଆହୁରି କହିଛନ୍ତି ଯେ ତାଙ୍କ ଚେହେରା ଏହିପରି । କିନ୍ତୁ ସେ ସବୁବେଳେ ହସୁଛନ୍ତି ଓ ହସାଉଛନ୍ତି ମଧ୍ୟ। ଏହା ସହିତ ଆଲିଆ ମଧ୍ୟ ଏକ ମଜାଳିଆ ଢଙ୍ଗରେ କହିଛନ୍ତି, ଆପଣ ଏହା ମଧ୍ୟ କହିପାରିବେ, ‘‘ମୁଁ ହିଁ ଏକମାତ୍ର ଯିଏ ତାଙ୍କୁ ହସାଇ ଓ ତାଙ୍କ ମୁହଁରେ ହସ ଆଣିପାରେ।’’

ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ପାଇଁ ଏହି ବର୍ଷ ବହୁତ ଶାନଦାର ସାବ୍ୟସ୍ତ ହୋଇଛି । କାରଣ ଦୁହେଁ ପ୍ରଥମ ଥର ପାଇଁ ଆୟାନ ମୁଖାର୍ଜୀଙ୍କ ଫିଲ୍ମ 'ବ୍ରହ୍ମାସ୍ତ୍ର'ରେ ଏକାଠି ନଜରି ଆସିବେ। ସେପ୍ଟେମ୍ବର ୯ରେ ଏହି ଫିଲ୍ମ ରିଲିଜ ହେବାକୁ ଯାଉଛି। ରଣବୀର-ଆଲିଆଙ୍କ ପ୍ରଶଂସକମାନେ ଉତ୍ସାହର ସହିତ ଫିଲ୍ମ ଦେଖିବାକୁ ଅପେକ୍ଷା କରିଛନ୍ତି। ଏହି ଫିଲ୍ମରେ ଅମିତାଭ ବଚ୍ଚନ, ନାଗାର୍ଜୁନ ଭଳି ଷ୍ଟାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି।

ପ୍ରକାଶ ଥାଉକି ଏହି ଯୋଡି ଶୀଘ୍ର ପିତାମାତା ହେବାକୁ ଯାଉଛନ୍ତି। ଏହି ସମୟରେ, ସେମାନେ ନିଜ ନିଜ କାର୍ଯ୍ୟରେ ବହୁତ ବ୍ୟସ୍ତ ମଧ୍ୟ ରହୁଛନ୍ତି । ସମସ୍ତଙ୍କ ନଜର ବିଶେଷ ଭାବରେ ଆଲିଆଙ୍କ ଉପରେ ରହିଥାଏ । ଏଭଳି ଅବସ୍ଥାରେ ମଧ୍ୟ ତାଙ୍କର କାମ କରିବାର ଉତ୍ସର୍ଗକୁ ଦେଖି ସମସ୍ତେ ମଧ୍ୟ ତାଙ୍କୁ ପ୍ରଶଂସା କରୁଛନ୍ତି । ଫିଲ୍ମ ନିର୍ମାତା ଭାବରେ ମୁକ୍ତିଲାଭ କରିଥିବା ତାଙ୍କର ପ୍ରଥମ ଚଳଚ୍ଚିତ୍ର 'ଡାର୍ଲିଙ୍ଗ୍ସ'କୁ ମଧ୍ୟ ଲୋକ ବର୍ତ୍ତମାନ ପ୍ରଶଂସା କରୁଛନ୍ତି।
Published by:Sujit Swain
First published: