News 18 Odia Digital
ଭୁବନେଶ୍ୱର; ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ( Singer Human sagar ) ଓ ଗାୟିକା ପତ୍ନୀ ଶ୍ରୀୟା ମିଶ୍ରଙ୍କ ମାମଲାରେ ବେଳକୁ ବେଳ ନୂଆ ମୋଡ଼ ସାମ୍ନାକୁ ଆସୁଛି । ଆସନ୍ତାକାଲି ସବୁ ଅଭିଯୋଗର ଖୁଲାସା କରିବେ ଶ୍ରୀୟା । ପୁରୀରେ ଏକ ପ୍ରେସମିଟ୍ ( Press meet ) କରି ସ୍ୱାମୀ ହ୍ୟୁମାନ ଓ ଶାଶୂ ସେଫାଳିଙ୍କ ବିରୋଧରେ ଆଣିଥିବା ଅଭିଯୋଗର ପ୍ରମାଣ ଗଣମାଧ୍ୟମକୁ ଦେବେ । ଏ ସମ୍ପର୍କରେ ଗଣମାଧ୍ୟମକୁ ଲିଖିତ ଭାବେ ଜଣାଇଛନ୍ତି ଶ୍ରୀୟା ।
ଶ୍ରୀୟା କହିଛନ୍ତି ଯେ, ତାଙ୍କ ଶାଶୂ ଆଣିଥିବା ସମସ୍ତ ଅଭିଯୋଗ ମିଥ୍ୟା । ତାଙ୍କ ନାମରେ ଓ ତାଙ୍କ ପରିବାର ନାମରେ ଶାଶୂ ଯାହା କିଛି ଅଭିଯୋଗ ଆଣିଛନ୍ତି ସେଥିରେ କୌଣସି ସତ୍ୟତା ନାହିଁ । ଏ ସମ୍ପର୍କରେ ସେ ଆସନ୍ତାକାଲି ଗଣମାଧ୍ୟମରେ ଖୁଲାସା କରିବେ । ପୁରୀ ବଳିଆପଣ୍ଡା ସ୍ଥିତ ହୋଟେଲ ଗୋଲଡେନ ଡଷ୍ଟରେ ଏକ ପ୍ରେସମିଟ୍ କରି ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ କେତେ ମିଥ୍ୟା, ତାର ସମସ୍ତ ପ୍ରମାଣ ରଖିବେ । ଏଥିସହ ସ୍ୱାମୀ ହ୍ୟୁମାନ ଏବଂ ଶାଶୂଙ୍କ ନାଁରେ ସେ ଆଣିଥିବା ଅଭିଯୋଗର ରେକର୍ଡିଂ ପ୍ରମାଣ ଉପସ୍ଥାପନ କରିବେ । ଆସନ୍ତାକାଲି ଗଣମାଧ୍ୟମ ଆଗରେ ସେ ଆଣିଥିବା ସବୁ ଅଭିଯୋଗର ଠୋସ୍ ପ୍ରମାଣ ଦେବେ ବୋଲି ଶ୍ରେୟା ଜଣାଇଛନ୍ତି ।
ସୂଚନାଯୋଗ୍ୟ, ବୁଧବାର ଦିନ ହ୍ୟୁମାନ ସାଗରଙ୍କ ପତ୍ନୀ ଶ୍ରୀୟା ମିଶ୍ର କଟକ ମହିଳା ଥାନାରେ ହ୍ୟୁମାନ ସାଗରଙ୍କ ବିରୋଧରେ ଅଭିଯୋଗ କରିଥିଲେ। କାଉନସେଲିଂ ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ଗୁରବାର ଦିନ ଥାନାରେ ହାଜର ହେବାକୁ ଉଭୟଙ୍କୁ ସମନ କରାଯାଥିଲା। ଆଉ ଉଭୟ ହାଜର ମଧ୍ୟ ହୋଇଥିଲେ।
ଉଭୟଙ୍କର କାଉନସେଲିଂ କରାଯାଇଥିବାବେଳେ ପରସ୍ପର ମଧ୍ୟରେ ରହିଥିବା ମନୋମାଳିନ୍ୟ ସମାଧାନ କରିବା ଲାଗି ହ୍ୟୁମାନ ଏବଂ ଶ୍ରୀୟାଙ୍କୁ ସମୟ ଦିଆଯାଇଛି। ଦୁଇ ଦିନ ମଧ୍ୟରେ ବିବାଦ ନତୁଟିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସିପି କହିଥିଲେ।
ହ୍ୟୁମାନଙ୍କ ମାଆ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ‘‘ମୋ ଘରେ ଜଗନ୍ନାଥ ଅଛନ୍ତି। ବୋହୂକୁ କେବେ ବି ଧର୍ମ ପରିବର୍ତ୍ତନ ପାଇଁ କହନୁ। ଶ୍ରୀୟାଙ୍କୁ ଧର୍ମାନ୍ତରୀକରଣ କଥା କେବେ ବି ଆମେ କହିନୁ। ମୋ ଘରେ ଜଗନ୍ନାଥଙ୍କ ଫଟୋ ଅଛି, ବୋହୂ ପୂଜା କରେ। ମୁଁ ମୋ ବୋହୂ ଓ ନାତୁଣୀଙ୍କୁ ମିସ୍ କରୁଛି। ପୁଅ, ବୋହୂ ଓ ନାତୁଣୀ ମିଶିକି ରହିଲେ ଖୁସି ହେବି।’’
ପ୍ରକାଶ ଥାଉକି ଗୁରୁବାର ହ୍ୟୁମାନଙ୍କ ମା' କହିଥିଲେ, “ମୋ ବୋହୂ ମଦ ପିଏ। ଶ୍ରୀୟା, ତା’ ବାପା, ମା’, ଭାଇ ଏବଂ ଡ୍ରାଇଭର ମୋ ପୁଅକୁ ମଦ ପିଆନ୍ତି। ମୁଁ ଏମିତି କିଛି ଘଟଣା ଦେଖିଛି ଯାହାରକୁ ନେଇ ଶ୍ରୀୟା ଏଭଳି କାଣ୍ଡ କରିଛି। ସମୟ ଆସିଲେ ସେ ବିଷୟରେ କହିବି।”
ପଢ଼ନ୍ତୁ ପୂରା ଖବର -
http://ବାଗେଶ୍ୱର ବାବାଙ୍କୁ ସମର୍ଥନ କଲେ ଯୋଗଗୁରୁ ବାବା ରାମଦେବନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।