News 18 Odia Digital
ମୁମ୍ୱାଇ; ଶାହରୁଖ ଖାନ ଓ ଦୀପିକା ପାଦୁକୋନଙ୍କ ଫିଲ୍ମ ପଠାନକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଜୋର ଧରିଛି । ଫିଲ୍ମର ଗୀତ 'ବେସରମ ରଙ୍ଗ' ରିଲିଜ ହେବା ମାତ୍ରେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କରିଥିଲା । ଶାହାରୁଖ-ଦୀପିକାଙ୍କ ପ୍ରଶଂସକଙ୍କୁ ଦୁହିଁଙ୍କ କେମେଷ୍ଟ୍ରୀ ଖୁବ୍ ସୁନ୍ଦର ଲାଗିଛି । କିନ୍ତୁ, ବେସରମ ରଙ୍ଗ ଗୀତରେ ଦୀପିକାଙ୍କ ଗେରୁଆ ରଙ୍ଗର ବିକିନି ଉପରେ କିଛି ଧାର୍ମିକ ସଂଗଠନ ଆପତ୍ତି ଉଠାଇଛନ୍ତି । ଚଳଚ୍ଚିତ୍ରକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ହ୍ରିତିକ ରୋଶନଙ୍କ ଗର୍ଲଫ୍ରେଣ୍ଡ ସବା ଆଜାଦ ବର୍ତ୍ତମାନ କିଙ୍ଗ ଖାନଙ୍କୁ ସମର୍ଥନ କରିଛନ୍ତି ।
ସବା ଆଜାଦ ଶାହାରୁଖ-ଦୀପିକାଙ୍କୁ ସମର୍ଥନ କରିଛନ୍ତିଶାହରୁଖ ଖାନଙ୍କ ଫିଲ୍ମ ପଠାନକୁ ନେଇ ବିବାଦ ମଧ୍ୟରେ ହ୍ରିତିକ ରୋଶନଙ୍କ ଗର୍ଲଫ୍ରେଣ୍ଡ ସବା ଆଜାଦ କିଙ୍ଗ ଖାନ ଓ ଦୀପିକା ପାଦୁକୋନଙ୍କୁ ସମର୍ଥନ କରିଛନ୍ତି । ସବା ଆଜାଦ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ପଠାନର ବେସରାମ ରଙ୍ଗ ଗୀତରୁ ଶାହରୁଖ ଏବଂ ଦୀପିକାଙ୍କ ଫଟୋ ସେୟାର କରିଛନ୍ତି । ସେ ଷ୍ଟାରଙ୍କ ଫଟୋ ସହିତ କ୍ୟାପସନରେ ଲେଖିଛନ୍ତି - ମୁଁ ଦୁଇଥର ସିନେମା ହଲରେ ପଠାନ ଦେଖିବାକୁ ଯିବି ।
ଶାହାରୁଖଙ୍କ ପ୍ରଶଂସକମାନେ ପଠାନ ପାଇଁ ଉତ୍ସାହିତ ଅଛନ୍ତିଶାହାରୁଖ ଖାନଙ୍କୁ ସବା ଆଜାଦଙ୍କ ସମର୍ଥନରେ ଦେଖି କିଙ୍ଗ ଖାନଙ୍କ ପ୍ରଶଂସକମାନେ ଅତ୍ୟନ୍ତ ଖୁସି ଅଛନ୍ତି ଓ ସେମାନେ ଆଶା କରୁଛନ୍ତି ଯେ ପଠାନ ବକ୍ସ ଅଫିସରେ ଧମାଲ ମଚାଇବ। ଏହି ଚଳଚ୍ଚିତ୍ରକୁ ନେଇ SRK ର ପ୍ରଶଂସକମାନେ ଅତ୍ୟଧିକ ଉତ୍ସାହିତ ଅଛନ୍ତି । ଏବେ ଫ୍ୟାନ୍ସ କେବଳ ଫିଲ୍ମ ରିଲିଜକୁ ଅପେକ୍ଷା କରିଛନ୍ତି।
ଅନ୍ୟପକ୍ଷରେ ବେଶରାମ ରଙ୍ଗ ଗୀତକୁ ନେଇ ତୀବ୍ର ବିବାଦ ଲାଗି ରହିଛି । ଏହି ଫିଲ୍ମ ମାଧ୍ୟମରେ ଶାହାରୁଖ ଓ ଦୀପିକାଙ୍କ ବିରୋଧରେ ଅଶ୍ଳୀଳତା ପ୍ରଚାର କରୁଥିବା ଅଭିଯୋଗ ହୋଇଛି । ହିନ୍ଦୁ ସଂଗଠନର ଲୋକମାନେ କହିଛନ୍ତି, ବେସରମ ରଙ୍ଗ ଗୀତରେ ପବିତ୍ର ରଙ୍ଗ ଅପମାନିତ ହୋଇଛି । ଅନେକ ଲୋକ ଫିଲ୍ମକୁ ବୟକଟ କରିବାକୁ କହୁଥିବାବେଳେ କିଛି ଲୋକ ଏହାକୁ ବ୍ୟାନ କରିବାକୁ ମଧ୍ୟ ଦାବି କରୁଛନ୍ତି।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।