ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»ହ୍ରିତିକ ରୋଶନଙ୍କ ବାଇସେପ୍ସକୁ ନେଇ ସୋସିଆଲ ମିଡିଆରେ ଚର୍ଟ୍ଟା; ସେଲିବ୍ରେଟି ଦେଲେ କମେଣ୍ଟ

ହ୍ରିତିକ ରୋଶନଙ୍କ ବାଇସେପ୍ସକୁ ନେଇ ସୋସିଆଲ ମିଡିଆରେ ଚର୍ଟ୍ଟା; ସେଲିବ୍ରେଟି ଦେଲେ କମେଣ୍ଟ

ହ୍ରିତିକ ରୋଶନ ଲାଇଟ ବ୍ଲଡ ବ୍ଲାକ ଆଣ୍ଡ ହ୍ୱାଇଟ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ବାଇସେପ ଦେଖେଇଥିବା ନଜର ଆସୁଛନ୍ତି। ଏହି ଫଟୋ ସେୟାର କରି ସେ ଲେଖିଛନ୍ତି ଯେ “ବୋଲୋ ବଲିଉଡ ବାଇସେପ କୀ ଜୟ।”

ହ୍ରିତିକ ରୋଶନଙ୍କ ବାଇସେପ୍ସକୁ ନେଇ ସୋସିଆଲ ମିଡିଆରେ ଚର୍ଟ୍ଟା; ସେଲିବ୍ରେଟି ଦେଲେ କମେଣ୍ଟ
ହ୍ରିତିକ ରୋଶନଙ୍କ ଲୁକ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 7, 2021, 2:07 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ : ଆଜିକାଲି ବଲିଉଡ଼ରେ ଫିଟନେସକୁ ବେଶ ଗୁରୁତ୍ୱ ଦେଉଛନ୍ତି ସେଲିବ୍ରେଟିମାନେ । ଏହି ଧାଡ଼ିରେ ହ୍ରିତିକ ରୋଶନ ବି କାହାଠାରୁ କମ ନୁହଁନ୍ତି। ସେ ତାଙ୍କର ୱାର୍କଆଉଟ୍ ସାଙ୍ଗକୁ ଡାଏଟର ଭରପୂର ନଜର ରଖିଛନ୍ତି। ନିକଟରେ ଏକ ଫଟୋରେ ସେ ତାଙ୍କର ବାଇସେପ୍ସ ଦେଖେଇଥିବା ଦେଖାଯାଏ। ତାଙ୍କର ଚମତ୍କାର ଫିଟନେସ ଦେଖି ଅନ୍ୟ ସେଲିବ୍ରିଟି ଓ ଫ୍ୟାନ୍ସମାନଙ୍କ ଆଖି ଖୋସିହୋଇ ଯାଉଛି।

ହ୍ରିତିକ ରୋଶନ ଲାଇଟ ବ୍ଲଡ ବ୍ଲାକ ଆଣ୍ଡ ହ୍ୱାଇଟ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ବାଇସେପ ଦେଖେଇଥିବା ନଜର ଆସୁଛନ୍ତି। ଏହି ଫଟୋ ସେୟାର କରି ସେ ଲେଖିଛନ୍ତି ଯେ “ବୋଲୋ ବଲିଉଡ ବାଇସେପ କୀ ଜୟ।” ହ୍ରିତିକଙ୍କ ବଡି ଦେଖି ରୋହିତ୍ ବୋସ ରାୟ କାବା ହୋଇଯାଇଛନ୍ତି। ସେ ତାଙ୍କ ରିଆକ୍ସନ ଦେଇ 'OMG' ଲେଖିଛନ୍ତି। ପ୍ରଶଂସକମାନେ ମଧ୍ୟ ହାର୍ଟ ଇମୋଜୀ ସହିତ ହ୍ରିତିକଙ୍କ ଫଟୋରେ ପଜିଟିଭ କମେଣ୍ଟ କରୁଛନ୍ତି।

ଅଭିନେତା ତାଙ୍କ ଇନଷ୍ଟାଷ୍ଟୋରୀରେ ମଧ୍ୟ କିଛି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଆକ୍ସନ ମୋଡରେ ନଜର ଆସିଛନ୍ତି। ଏହି ଫଟୋରେ ସେ ଲେଖିଛନ୍ତି “ଆକ୍ସନ ପାଇଁ ପ୍ରସ୍ତୁତ”। ସେହିପରି ଅନ୍ୟଏକ ଫଟୋରେ ସେ ଲେଖିଛନ୍ତି ଯେ “ଆଗକୁ ବଢ, ମତେ ପଞ୍ଚ ମାର”। ତାଙ୍କର ଏହି ଚାଲେଞ୍ଜ ଭରା କ୍ୟାପସନରୁ ଲାଗୁଛି, ହ୍ରିତିକ ରୋଶନ ଜୀମରେ ବହୁ ପରିଶ୍ରମ କରୁଛନ୍ତି ଓ ଝାଳ ନିଗାଡୁଛନ୍ତି। ଲାଗୁଛି ସେ ଆଗକୁ କୌଣସି ଫାଇଟ୍ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି।

ହ୍ରିତିକ୍ ଆଜିକାଲି ନିଜର ୱାର୍କଆଉଟ ସେଶନ୍ସର ଭିଡ଼ିଓ ସେୟାର କରୁଥିବା ଦେଖାଯାଏ। ସେ ଟାଇଗର ସ୍ରଫଙ୍କ ଫିଟସେନକୁ ନେଇ ମଧ୍ୟ ରେସ୍ପନ୍ସ ଦେଉଛନ୍ତି। ସେ ଟାଇଗରଙ୍କ ଷ୍ଟଣ୍ଟକୁ ଅନେକ ଥର ପ୍ରଶଂସା ମଧ୍ୟ କରିଛନ୍ତି।ହ୍ରିତିକଙ୍କୁ ଶେଷ ଥର ପାଇଁ ଆକ୍ସନ ଡ୍ରାମା ‘ୱାର’ରେ ଦେଖାଯାଇଥିଲା। ଏଥିରେ ସେ ଟାଇଗରଙ୍କ ସହିତ ଆକ୍ସନ, ଷ୍ଟଣ୍ଟ ଓ ଡାନ୍ସରେ ଧମାକା ମଚେଇ ଥିଲେ। ଏହି ଫିଲ୍ମକୁ ଦର୍ଶକ ବହୁ ପ୍ରଶଂସା କରିଥିଲେ। ତାଙ୍କର ଆଗକୁ ଆସୁଥିବା ଫିଲ୍ମର ନାମ ‘ଫାଇଟର୍’ ରହିଛି। ଏଥିରେ ସେ ବଲିଉଡ୍ ସୁନ୍ଦରୀ ଦୀପିକା ପାଦୁକୋନଙ୍କ ସହିତ ନଜର ଆସିବେ।
Published by: Soumya Das
First published: September 7, 2021, 2:07 PM IST