ଏହି ରୋଗ ପାଇଁ କେବେ ପିଲା ଜନ୍ମ କରିପାରିବେନି ଫେମସ ସିଙ୍ଗର ସେଲିନା ଗୋମେଜ

Selena Gomez: ୨୦୨୦ରେ, ସେଲିନା ନିଜ ଇନଷ୍ଟାଗ୍ରାମରେ ଲାଇଭ ଆସିକି ନିଜ ଏହି ରୋଗ ବିଷୟରେ ପ୍ରକାଶ କରିଥିଲେ। ସେ ତାଙ୍କର ଭବିଷ୍ୟତ ଯୋଜନା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ।

ଏହି ରୋଗ ପାଇଁ କେବେ ପିଲା ଜନ୍ମ କରିପାରିବେନି ଫେମସ ସିଙ୍ଗର ସେଲିନା ଗୋମେଜ

ଏହି ରୋଗ ପାଇଁ କେବେ ପିଲା ଜନ୍ମ କରିପାରିବେନି ଫେମସ ସିଙ୍ଗର ସେଲିନା ଗୋମେଜ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digial

Selena Gomez: ଚର୍ଚ୍ଚାରେ ଆମେରିକାର ଫେମସ ସିଙ୍ଗର ସେଲିନା ଗୋମେଜ। ତାଙ୍କର ଏକ ନୂଆ ସାକ୍ଷାତକାରକୁ ନେଇ ନିରାଶ ଫ୍ୟାନ୍ସ। କାରଣ ସେ ଏମିତି କଥା କହିଛନ୍ତି, ଯାହା ଶୁଣି ସମସ୍ତେ ମନ ଦୁଃଖ କରିଦେଇଛନ୍ତି।

ଆଜ୍ଞା ହଁ ସେ କହିଛନ୍ତି ଯେ ଭବିଷ୍ୟତରେ କେବେ ମଧ୍ୟ ମା' ହୋଇପାରିବେନି। ସେ ସନ୍ତାନ ଜନ୍ମ କରିପାରିବେନି। ସେଲେନା ୨୦୨୦ରେ ତାଙ୍କର ଅସୁସ୍ଥତା ବିଷୟରେ ପ୍ରକାଶ କରିଥିଲେ, ଯେଉଁଥିପାଇଁ ସେ ବର୍ତ୍ତମାନ ମା' ହେବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେ କହିଛନ୍ତି ଯେ ଯଦି ସେ ଗର୍ଭବତୀ ହେବାକୁ ଚେଷ୍ଟା କରନ୍ତି ତେବେ ଏହା ତାଙ୍କ ପାଇଁ ବିପଜ୍ଜନକ ହେବ, କାରଣ ସେ ବାଇପୋଲର ଡିସଅର୍ଡର (Bipolar disorder) ନାମକ ଏକ ରୋଗରେ ପୀଡିତ।

୨୦୨୦ରେ ଏହି ରୋଗ ବିଷୟରେ ପ୍ରକାଶ କରିଥିଲେ

ଫକ୍ସ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ୨୦୨୦ରେ ସେଲିନା ନିଜ ଇନଷ୍ଟାଗ୍ରାମରେ ଲାଇଭ୍ ଆସି ଏହି ରୋଗ ବିଷୟରେ ପ୍ରକାଶ କରିଥିଲେ। ସେ ତାଙ୍କର ଭବିଷ୍ୟତ ଯୋଜନା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ସେ କହିଛନ୍ତି, 'ମୁଁ ଏକ ପରିବାର ପ୍ରତିପୋଷଣ କରିବାକୁ ପସନ୍ଦ କରେ, କିନ୍ତୁ ଚିକିତ୍ସା ଅବସ୍ଥା ଯୋଗୁଁ ଏହା କରିବା ମୋ ପାଇଁ ବିପଦଜନକ ହୋଇପାରେ। ସେଲିନା ଆହୁରି କହିଥିଲେ ଯେ ବାଇପୋଲର ଡିସଅର୍ଡର ରୋଗରୁ ମୁକ୍ତି ପାଇଁ ସେ ନେଉଥିବା ଔଷଧ ଯୋଗୁଁ ସେ କୌଣସି ସନ୍ତାନ ପ୍ରସବ କରିବାରେ ସମର୍ଥ ହେବେ ନାହିଁ। ଏହା ଏକ ମାନସିକ ରୋଗ।

ସେ କହିଛନ୍ତି, ‘‘ବର୍ଷ ବର୍ଷ ଧରି ବିଭିନ୍ନ ଅବସ୍ଥା ଦେଇ ଗତି କରିବା ପରେ ମୁଁ ଅନୁଭବ କଲି ଯେ ମୁଁ ବାଇପୋଲର ଡିସଅର୍ଡର ରୋଗରେ ପୀଡିତ। ଯଦିଓ ଅନେକ ଲୋକ ଏହାକୁ ଭୟ କରନ୍ତି, କିନ୍ତୁ ଯେତେବେଳେ ମୁଁ ଏହା ବିଷୟରେ ଜାଣିଲି, ଏହା ମୋତେ ଆଉ ଭୟଭୀତ କଲା ନାହିଁ। ତଥାପି, ଯେତେବେଳେ ମୁଁ ଜଣେ ମା ହେବାକୁ ପ୍ରସ୍ତୁତ ହେବି, ଏହାର ଭିନ୍ନ ଉପାୟ ରହିବ।’’

୨୦୧୪ରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଗାୟିକା

ପ୍ରକାଶ ଥାଉକି କହିବା ଯେ ୨୦୧୪ରେ ସେଲିନା ଗୋମେଜଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେ କିଡନୀ ପ୍ରତିରୋପଣ କରିଥିଲେ। ସେଲିନାଙ୍କ ବନ୍ଧୁ ତାଙ୍କୁ କିଡନୀ ଦେଇଥିଲେ। ନିକଟରେ ସେ ତାଙ୍କର ଡକ୍ୟୁମେଣ୍ଟାରୀ ଫିଲ୍ମ 'ମାଇ ମାଇଣ୍ଡ ଆଣ୍ଡ ମି' ରିଲିଜ କରିଥିଲେ, ଯେଉଁଥିରେ ସେ ତାଙ୍କ ଜୀବନର ଉତ୍ଥାନ-ପତନ ବିଷୟରେ ପ୍ରକାଶ କରିଥିଲେ।
Published by:Lipina Das
First published: