ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»ଏକ୍ଟିଭିସ୍ଟ ରିୟାଲିଟି ଶୋକୁ ନେଇ ଟ୍ରୋଲ ହେଲେ ପ୍ରିୟଙ୍କା ଚୋପ୍ରା; ସେଲିବ୍ରେଟି ଦେଲେ କମେଣ୍ଟ

ଏକ୍ଟିଭିସ୍ଟ ରିୟାଲିଟି ଶୋକୁ ନେଇ ଟ୍ରୋଲ ହେଲେ ପ୍ରିୟଙ୍କା ଚୋପ୍ରା; ସେଲିବ୍ରେଟି ଦେଲେ କମେଣ୍ଟ

ବର୍ତ୍ତମାନ ପ୍ରିୟଙ୍କାଙ୍କର ଏକ ନୂଆ ଶୋ ସାମ୍ନାକୁ ଆସିଛି। ଏହା ଏକ ରିୟାଲିଟି ଶୋ ଯେଉଁଥିରେ ବିଭିନ୍ନ ପ୍ରକାର ସମାଜସେବା ରହିବ। ଏହି ଶୋ ସାମ୍ନାକୁ ଆସିବା ପରେ ସୋସିଆଲ ମିଡ଼ିଆ ଉପଭୋକ୍ତାମାନେ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି।

ଏକ୍ଟିଭିସ୍ଟ ରିୟାଲିଟି ଶୋକୁ ନେଇ ଟ୍ରୋଲ ହେଲେ ପ୍ରିୟଙ୍କା ଚୋପ୍ରା; ସେଲିବ୍ରେଟି ଦେଲେ କମେଣ୍ଟ
ପ୍ରିୟଙ୍କା ଚୋପ୍ରା ଏକ ରିୟାଲିଟି ଶୋ କରିବାକୁ ଯାଉଛନ୍ତି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 12, 2021, 9:21 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ : ପ୍ରିୟଙ୍କା ଚୋପ୍ରା ଏବେ ଗ୍ଲୋବାଲ ଷ୍ଟାର ହୋଇଯାଇଛନ୍ତି। ଏନେଇ ତାଙ୍କ ପାଖରେ କାମର ଅଭାବ ନାହିଁ। ଏବେ ତାଙ୍କ ପାଖରେ ଅନେକ ଇଣ୍ଟରନ୍ଯାସନାଲ ପ୍ରୋଜେକ୍ଟ ରହିଛି, ଯାହାକୁ ନେଇ ସେ ଏବେ ଚର୍ଚ୍ଚାରେ ରହିଛନ୍ତି। ବର୍ତ୍ତମାନ ପ୍ରିୟଙ୍କାଙ୍କର ଏକ ନୂଆ ଶୋ ସାମ୍ନାକୁ ଆସିଛି। ଏହା ଏକ ରିୟାଲିଟି ଶୋ , ଯେଉଁଥିରେ ବିଭିନ୍ନ ପ୍ରକାର ସମାଜସେବା ରହିବ। ଏହି ଶୋ’ରେ ପ୍ରିୟଙ୍କାଙ୍କ ସହିତ ସିଙ୍ଗର ଅଶର ଓ ଡାନ୍ସର୍ ଜୁଲିଆନେ ହଗ୍ ଜଜ୍‌ ଭୂମିକାରେ ନଜର ଆସିବେ।

ଏହି ଶୋ’ରେ ୬ ପ୍ରକାର ସମାଜସେବା ରହିବା ସହିତ ଯେଉଁମାନେ ଏହି ହାଇ ପ୍ରୋଫାଇଲ ପବ୍ଲିକ ଫିଗରଙ୍କ ସହିତ କାମ କରିବେ ନିଶ୍ଚିତ କିଛି ନୂଆ କରିବାର ଯୋଜନା ନେଇ ଆସିବେ। ଏଥିରେ ସ୍ୱାସ୍ଥ୍ୟ, ଶିକ୍ଷା ଓ ପର୍ଯ୍ୟାବରଣ ମଧ୍ୟ ସାମିଲ ହେବ। କିନ୍ତୁ ଅନେକ ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ଏହି ଶୋ ପ୍ରତି ନକରାତ୍ମକ ଭାବନା ରଖନ୍ତି। ଏହି ଶୋ ସାମ୍ନାକୁ ଆସିବା ପରେ ସୋସିଆଲ ମିଡ଼ିଆ ଉପଭୋକ୍ତାମାନେ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି। ସେହିପରି ଅନେକ ସେଲିବ୍ରିଟି ମଧ୍ୟ ଏହାକୁ ନିନ୍ଦା କରୁଛନ୍ତି।

ହଲିଉଡ଼ ଅଭିନେତ୍ରୀ ଜମୀଲା ଜମୀଲ ଟ୍ୱିଟ୍ କରି କହିଛନ୍ତି ଯେ “ଏହି ଲୋକମାନେ କ’ଣ ସମାଜସେବାକୁ ଗେମରେ ପରିବର୍ତ୍ତନ ନ କରି, ଏହି ମହଙ୍ଗା ଶୋ’ରେ ଖର୍ଚ୍ଚ ହେବାକୁ ଥିବା ଟଙ୍କାକୁ ସିଧାସଳଖ ସାମାଜିକ କର୍ମୀଙ୍କୁ ଦେଇପାରିବେନି? ଲୋକେ ମରୁଛନ୍ତି।” ସେହିପରି ସମାଜସେବୀ କ୍ୟାମେରନ କାସ୍କୀ ମଧ୍ୟ ଟ୍ୱିଟ କରି କହିଛନ୍ତି “ଏହା ସମ୍ପୂର୍ଣ୍ଣ ଏକ ବେକାର ଧନ୍ଦା, ସମାଜସେବା ଶବ୍ଦ କେତେ ଶସ୍ତା ହୋଇଗଲାଣି। ଏଠାରେ ଲୋକେ ଶାସକ ଶ୍ରେଣୀର ପରିବର୍ତ୍ତନ ଦାବି କରି ନିଜ ଜୀବନକୁ ବିପଦରେ ପକାଉଛନ୍ତି ଓ ତା’ପରେ ମୋ ଭଳି କିଛି ଲୋକ ଅଛନ୍ତି ଯେଉଁମାନେ ଇଣ୍ଟରନେଟରେ ଅଭିଯୋଗ କରୁଛନ୍ତି।”

କିଛି ଲୋକ ଏହି ଶୋ’ର ମଜାକ ମଧ୍ୟ ଉଡ଼ାଇଛନ୍ତି। ଜଣେ ଉପଭୋକ୍ତା ଲେଖିଛନ୍ତି ଯେ “ଶୋ’କୁ ଆସୁଥିବା ସମାଜସେବୀଙ୍କୁ ଅଶର କହିବେ ଯେ – ତୁମର ଇନ୍ସୁଲିଙ୍ଗ ରେଶନିଙ୍ଗ ଉପରେ ହୋଇଥିବା ଟିକଟକ ଭିଡ଼ିଓ ପ୍ରେରଣାଦାୟକ ଥିଲା, କିନ୍ତୁ ସେଥିରେ ମାତ୍ର ୯୦ ଭ୍ୟୁଜ ମିଳିବା ଦୁଃଖଦାୟକ। ଏନେଇ ମୁଁ ତୁମକୁ ନିର୍ବାଚିତ କରିପାରୁନି।” ସେହିପରି ଆଉ ଜଣେ ଉପଭୋକ୍ତା ଲେଖିଛନ୍ତି, “ବେଳେବେଳେ ମୁଁ ଚିନ୍ତା କରୁଛି ଯେ ଆମେ କ’ଣ ଏବେ ସବୁଠାରୁ ଏକ ଖରାପ ସମୟ ଦେଇ ଯାଉଛେ। ଆଉ ପାଖାପାଖି ସବୁଦିନେ ମୁଁ ମୋର ଏହି ଚିନ୍ତାଧାରାକୁ ସତ ହେଉଥିବା ଦେଖୁଛି।”ପ୍ରକାଶଥାଉ ଯେ ଏହି ଶୋ’ରେ ସମାଜସେବୀମାନେ ନିଜ ନିଜ କାମକୁ ପ୍ରମୋଟ କରିବା ସହିତ ଜଣେ ଅନ୍ୟ ସହିତ ପ୍ରତିଯୋଗିତା କରିବେ। ସେମାନଙ୍କ ସଫଳତାକୁ ଅନଲାଇନ ଏନଗେଜମେଣ୍ଟ, ସୋସିଆଲ ମେଟ୍ରିକ୍ସ ଆଉ ହୋଷ୍ଟ ଇନପୁଟ ଆଧାରରେ ବିଚାର କରାଯିବ।
Published by: Soumya Das
First published: September 12, 2021, 9:21 AM IST