ଭାରତ ଯୋଡ଼ ଯାତ୍ରାକୁ ସମର୍ଥନ ଜଣାଇଲେ ହଲିଉଡ଼ ଅଭିନେତା ଜନ୍ କ୍ଯୁସେକ

କଂଗ୍ରେସର ଭାରତ ଯୋଡ ଯାତ୍ରାକୁ ବିଦେଶରୁ ମିଳିଲା ସମର୍ଥନ। ଭାରତ ଯୋଡ ଯାତ୍ରକୁ ସମର୍ଥନ କରିଛନ୍ତି ହଲିଉଡ ଅଭିନେତା ଜନ୍ କ୍ଯୁସେକ।

ହଲିଉଡ଼ ଅଭିନେତା ଜନ୍ କ୍ଯୁସେକ(ପ୍ରତୀକାତ୍ମକ ଛବି)

ହଲିଉଡ଼ ଅଭିନେତା ଜନ୍ କ୍ଯୁସେକ(ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ନୂଆ ଦିଲ୍ଲୀ: ଆଜିକାଲି କଂଗ୍ରେସର ଭାରତ ଯୋଡ ଯାତ୍ରା ବହୁ ଚର୍ଚ୍ଚାରେ। କଂଗ୍ରେସ ନେତା ରାହୁଲ ଗାନ୍ଧି ଏହି ଯାତ୍ରାର ନେତୃତ୍ୱ ନେଉଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାରତ ଯୋଡ ଯାତ୍ରକୁ ସମର୍ଥନ କରିଛନ୍ତି ହଲିଉଡ ଅଭିନେତା ଜନ୍ କ୍ଯୁସେକ। ଏହା ପୂର୍ବରୁ ସେ କୃଷକ ତଥା ନାଗରିକତ୍ୱ ସଂଶୋଧନ ଆଇନ ବିରୋଧରେ ନିଜର ସମର୍ଥନ ଜଣାଇଛନ୍ତି।

ଜନ୍ କ୍ଯୁସେକ ଶନିବାର ଦିନ ରାହୁଲ ଗାନ୍ଧୀଙ୍କ 'ଭାରତ ଯୋଡ ଯାତ୍ରା'କୁ ସମର୍ଥନ କରି ଟ୍ୱିଟ କରିଛନ୍ତି ଯେ ଭାରତୀୟ ନେତା ରାହୁଲ ଗାନ୍ଧି କାଶ୍ମୀରରୁ କେରଳ ଯାତ୍ରା କରୁଛନ୍ତି। କିଛି ସମୟ ପରେ ଜଣେ ୟୁଜର୍ସ ସମର୍ଥନ ପାଇଁ ଧନ୍ୟବାଦ ଜଣାଇବାରୁ ସେ ଆଉ ଏକ ଟ୍ୱିଟ କରି  ଏକତା ଅଛି ବୋଲି କହିଥିଲେ।

କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ୩୫୦) କିଲୋମିଟର ଲମ୍ବା 'ଭାରତ ଯୋଡ ଯାତ୍ରା' ୧୫୦ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ହେବ।  ଯାହାକି ଏହି ଅବଧି ମଧ୍ୟରେ ୧୨ ଟି ରାଜ୍ୟ ଦେଇ ଗତି କରିବ। କେରଳ ଦେଇ ଯାଉଥିବା ଏହି ଯାତ୍ରା ୩୦ ସେପ୍ଟେମ୍ବରରେ କର୍ଣ୍ଣାଟକରେ ପହଞ୍ଚିବ। ଯାହା ଉତ୍ତର ଦିଗକୁ ଯିବା ପୂର୍ବରୁ ୨୧ ଦିନ କର୍ଣ୍ଣାଟକରେ ରହିବ। ଏହି ପଦଯାତ୍ରା ଦୈନିକ ୨୫ କିଲୋମିଟର ଦୂରତା ଅତିକ୍ରମ କରିବ।
Published by:Soumya Das
First published: