ଆରମ୍ଭ ହେଲା ବାବୁସାନଙ୍କ ସୁପରହିଟ୍ ଫିଲ୍ମ ‘ଦମନ’ର ହିନ୍ଦୀ ଡବିଂ; ଖୁସି ପ୍ରକାଶ କଲେ ଅଭିନେତା

ହିନ୍ଦୀ ଭାଷାରେ ରିଲିଜ ହେବ ଓଡିଆ ଫିଲ୍ମ ‘ଦମନ’। ଏହା ଓଡିଶାବାସୀଙ୍କ ପାଇଁ ଗର୍ବର ବିଷୟ ବୋଲି ପ୍ରକାଶ କରିଛନ୍ତି ଅଭିନେତା ବାବୁସାନ ମହାନ୍ତି।

ଆରମ୍ଭ ହେଲା ବାବୁସାନଙ୍କ ସୁପରହିଟ୍ ଫିଲ୍ମ ‘ଦମନ’ର ହିନ୍ଦୀ ଡବିଂ

ଆରମ୍ଭ ହେଲା ବାବୁସାନଙ୍କ ସୁପରହିଟ୍ ଫିଲ୍ମ ‘ଦମନ’ର ହିନ୍ଦୀ ଡବିଂ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ବର: ଦିନକୁ ଦିନ ବଢୁଛି ଓଡ଼ିଆ ଚଳଚ୍ଚିତ୍ର 'ଦମନ'ର ଲୋକପ୍ରିୟତା। କେବଳ ଓଡ଼ିଶାରେ ନୁହେଁ ବାହାର ରାଜ୍ୟରେ ସିନେମା ହଲରେ ମଧ୍ୟ ଏହି ଚଳଚ୍ଚିତ୍ର ପ୍ରଦର୍ଶିତ ହେଉଛି। ବାହାରେ ରହୁଥିବା ଓଡ଼ିଆମାନେ ମଧ୍ୟ ‘ଦମନ’କୁ ବେଶ ପସନ୍ଦ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଦମନ ଚଳଚ୍ଚିତ୍ରର ଲୋକପ୍ରିୟତା ଓ ଗୁରୁତ୍ୱକୁ ଦୃଷ୍ଟିରେ ରଖି ହିନ୍ଦୀ ଭାଷାରେ ଏହା ଡ଼ବିଂ ହେବା ନେଇ ନିକଟରେ ସୂଚନା ଦେଇଥିଲେ ଦମନ ଅଭିନେତା ବାବୁସାନ ମହାନ୍ତି।

ଇତିମଧ୍ୟରେ ଆରମ୍ଭ ହୋଇଯାଇଛି ‘ଦମନ’ର ହିନ୍ଦୀ ଭର୍ସନ ଡବିଂ। ମୁମ୍ବାଇରେ ଏହାର କାମ ଚାଲିଛିl ଓଡ଼ିଆ ଫିଲ୍ମ ଭାବେ ଆଗାମୀ ଦିନରେ ଏହା ଏବେ ଏକ ନୂଆ ରେକର୍ଡ କରିବାକୁ ଯାଉଛି।

ଜାନୁଆରୀରେ ଏହାର ହିନ୍ଦୀ ଭର୍ସନ ଫ୍ଲୋରକୁ ଆସିବ ବୋଲି ଜଣାପଡ଼ିଛିl ଏହାକୁ ନେଇ ‘ଦମନ’ର ପୂରା ଟିମ ଖୁସି ଅଛନ୍ତି। ବିଶେଷ କରି ବାବୁସାନ ବହୁମାତ୍ରାରେ ଖୁସି ଅଛନ୍ତିl କାରଣ ପ୍ରଥମ ଥର ଲାଗି ହିନ୍ଦୀ ଭର୍ସନରେ ସେ ରେକଡିଂ କରୁଛନ୍ତି। ଏହି ଡିବିଂ ସମୟରେ ସାଙ୍ଗରେ ଅଛନ୍ତି ଫିଲ୍ମର ଦୁଇ ନିର୍ଦ୍ଦେଶକ ତଥା ଵିଶାଲ ମୌର୍ଯ୍ୟ ଓ ଦେବୀପ୍ରସାଦ ଲେଙ୍କାl

ପ୍ରଯୋଜନା ସଂସ୍ଥା ପକ୍ଷରୁ ମଧ୍ୟ ଏହି ଫିଲ୍ମଟି ହିନ୍ଦୀ ଭର୍ସନରେ ରିଲିଜ ହେଲେ ବହୁମାତ୍ରାରେ ଦର୍ଶକଆଦୃତ ହେବ ବୋଲି କୁହାଯାଇଛିl କେବଳ ଓଡ଼ିଆ କି ହିନ୍ଦି ଭାଷା ନୁହେଁ ଅନ୍ୟ ଭାଷାରେ ମଧ୍ୟ ଖୁବ୍ ଶୀଘ୍ର ଡବିଂ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।
Published by:Lipina Das
First published: