ରାନୁ ମଣ୍ଡଳଙ୍କ ବାୟୋପିକ ପାଇଁ ହିମେଶ ରେଶମିୟାଙ୍କ ସହ ଆଲୋଚନା; ୨୦୨୨ରେ ହେବ ରିଲିଜ
ରାନୁ ମଣ୍ଡଳଙ୍କ ବାୟୋପିକ ପାଇଁ ହିମେଶ ରେଶମିୟାଙ୍କ ସହିତ ସଂପର୍କ କରୁଛନ୍ତି ନିର୍ଦ୍ଦେଶକ ଋଷିକେଶ ମଣ୍ଡଳ । ଏବେ ତାଙ୍କଠାରୁ କୌଣସି ଉତ୍ତର ମିଳି ନାହିଁ। କିନ୍ତୁ ଆଶା କରାଯାଉଛି ଯେ ହିମେଶଙ୍କ ଉତ୍ତର ପଜିଟିଭ ହେବ।
ତିଆରି ହେବ ରାନୁ ମଣ୍ଡଳଙ୍କ ବାୟୋପିକ (ପ୍ରତୀକାତ୍ମକ ଛବି)
- News18 Odia
- Last Updated: September 5, 2021, 11:53 AM IST
ମୁମ୍ବାଇ : ସୋସିଆଲ ମିଡ଼ିଆ ଜୀବନର ଏକ ମହତ୍ୱପୂର୍ଣ୍ଣ ପ୍ଲାଟଫର୍ମ ରୂପରେ ଆସିଛି। ଏହା ଏପରି ଏକ ପ୍ଲାଟଫର୍ମ ଯାହା ଅନେକ ଲୋକଙ୍କୁ ରାତାରାତି ଷ୍ଟାର କରିଦେଉଛି। ଆପଣଙ୍କର ନିଶ୍ଚୟ ମନେଥିବ ରେଲ୍ୱେ ପ୍ଲାଟ୍ଫର୍ମରେ ଗୀତ ଗାଉଥିବା ରାନୁ ମଣ୍ଡଳଙ୍କ କଥା। ଲତା ଲଙ୍ଗେସକରଙ୍କ ଏକ ଗୀତ “ଏକ୍ ପ୍ୟାର କା ଲଗମା” ଗାଇ ସେ ରାତାରାତି ପ୍ରସିଦ୍ଧ ହୋଇଯାଇଥିଲେ। ଏହା ଶୁଣି ସଙ୍ଗୀତକାର ତଥା କଣ୍ଠଶିଳ୍ପୀ ହିମେଶ ରେସମିୟା ତାଙ୍କୁ ଏକ ସୁଯୋଗ ଦେଇଥିଲେ। କିନ୍ତୁ ଏହା ପରେ ରାନୁ ମଣ୍ଡଳ ପୁଣି ଗାୟବ ହୋଇଯାଇଥିଲେ। ଏବେ ତାଙ୍କୁ ନେଇ ଏକେ ବାୟୋପିକ ନିର୍ମାଣ ହେଉଥିବା ଖବର ଆସୁଛି।
ରାନୁ ମଣ୍ଡଳଙ୍କ ସୁମଧୁର ଗୀତ ପରେ ଏବେ ତାଙ୍କ ଜୀବନୀର କାହାଣୀକୁ ଫିଲ୍ମ ପର୍ଦ୍ଦାରେ ଦେଖିବାକୁ ମିଳିବ। ଫିଲ୍ମର ନାମ ‘ମିସ ରାନୁ ମାରିୟା’ ହେବ ଯାହାକୁ ଋଷିକେଶ ମଣ୍ଡଳ ନିର୍ଦ୍ଦେଶିତ କରୁଥିବା ଜଣାଯାଏ। ଏହି ଫିଲ୍ମରେ ରାନୁ ମଣ୍ଡଳଙ୍କ ଭୂମିକା ବଙ୍ଗାଳୀ ଓ ହିନ୍ଦୀ ଫିଲ୍ମରେ କାମ କରିଥିବା ଅଭିନେତ୍ରୀ ଇଶିକା ଦେ’ ନିଭେଇବେ। ଫିଲ୍ମର ସୁଟିଂ କୋଲକାତା ଓ ମୁମ୍ବାଇରେ ହେବ ବୋଲି ଇଶିକା କହିଛନ୍ତି।
ଇଶିକା କହିଛନ୍ତି ଯେ ରାନୁ ମଣ୍ଡଳ ବୟୋପିକ ପାଇଁ ସେ ନିର୍ମାତାଙ୍କ ପ୍ରଥମ ପସନ୍ଦ ନ ଥିଲେ। ପୂର୍ବରୁ ଶୁଣାଯାଉଥିଲା ଯେ ସୁଦୀପା ଚକ୍ରବର୍ତ୍ତୀ ଏହି ଭୂମିକାରେ ଆସିବେ, କିନ୍ତୁ ଲକଡାଉନ କାରଣରୁ ସେଡ୍ୟୁଲ୍ ଡେଟରେ ସମସ୍ୟା ଆସିବାରୁ ଇଶିକାଙ୍କୁ ନିଆଯାଇଛି। ଇଶିକା ପୂର୍ବରୁ ଫିଲ୍ମ ‘ଲାଲ କପ୍ତାନ’ ଓ ୱେବ ସିରିଜ ‘ସିକ୍ରେଡ ଗେମ୍ସ’ରେ ନଜର ଆସିଛନ୍ତି।






