'ହେରା ଫେରି ୩'ରେ କାର୍ତ୍ତିକ ଆର୍ୟନ ନୁହଁନ୍ତି ରାଜୁଙ୍କ ଚରିତ୍ରରେ ଅଭିନୟ କରିବେ ଅକ୍ଷୟ କୁମାର, ସୁଟିଂ ଆରମ୍ଭ

'ହେରା ଫେରି ୩'ରେ କାର୍ତ୍ତିକ ଆର୍ୟନ ଅକ୍ଷୟ କୁମାରଙ୍କ ସ୍ଥାନରେ ଦେଖିବାକୁ ମିଳିବେ। କିନ୍ତୁ ବର୍ତ୍ତମାନ ସବୁ ଚର୍ଚ୍ଚା ଶେଷ ହୋଇଛି ।

'ହେରା ଫେରି ୩'ରେ କାର୍ତ୍ତିକ ଆର୍ୟନ ନୁହଁନ୍ତି ରାଜୁଙ୍କ ଚରିତ୍ରରେ ଅଭିନୟ କରିବେ ଅକ୍ଷୟ

'ହେରା ଫେରି ୩'ରେ କାର୍ତ୍ତିକ ଆର୍ୟନ ନୁହଁନ୍ତି ରାଜୁଙ୍କ ଚରିତ୍ରରେ ଅଭିନୟ କରିବେ ଅକ୍ଷୟ

  • News18 Odia
  • Last Updated :
  • Mumbai, India
  • Share this:
News 18 Odia Digital

ମୁମ୍ୱାଇ: 'ହେରା ପେରି ୩' (hera pheri 3) କୁ ଆପଣ ବି ଅପେକ୍ଷା କରିଛନ୍ତି କି? । ଆମେ ଆପଣଙ୍କ ପାଇଁ ଚଳଚ୍ଚିତ୍ର ସମ୍ପର୍କରେ ଏକ ବଡ଼ ଖବର ଆଣିଛୁ । ' ଭୁଲ୍ ଭୁଲେୟା ୨' ପରେ ଶୁଣିବାକୁ ମିଳୁଥିଲା ଯେ, 'ହେରା ଫେରି ୩'ରେ କାର୍ତ୍ତିକ ଆର୍ୟନ (kartik aaryan) ଅକ୍ଷୟ କୁମାରଙ୍କ (akshya kumar) ସ୍ଥାନରେ ଦେଖିବାକୁ ମିଳିବେ। କିନ୍ତୁ ବର୍ତ୍ତମାନ ସବୁ ଚର୍ଚ୍ଚା ଶେଷ ହୋଇଛି । କାରଣ ଫିଲ୍ମର ତୃତୀୟ ସିକ୍ୱେଲରେ ମଧ୍ୟ ଆପଣଙ୍କୁ ବାବୁ ଭାଇ ଓ ଘନଶ୍ୟାମଙ୍କ ସହିତ ରାଜୁଙ୍କ ଭୂମିକାରେ ଅକ୍ଷୟ କୁମାର ହିଁ ନଜର ଆସିବେ।

'ହେରା ଫେରି ୩' 'ର ସୁଟିଂ ଆରମ୍ଭ ହୋଇଛି

ଏଥିସହିତ, 'ହେରା ଫେରି ୩' ର ନିର୍ଦ୍ଦେଶନା ଦାୟିତ୍ୱ ଆନିଜ ବାଜମି ନୁହେଁ ବରଂ ଫରହାଦ୍ ସାମଜୀ ନେବେ। ଏଥି ସହିତ ଟାଇମ୍ସ ଅଫ୍ ଇଣ୍ଡିଆର ଖବର ଅନୁଯାୟୀ ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ ହୋଇଛି। ତେବେ କିଛି ମାସ ପୂର୍ବରୁ ଅକ୍ଷୟ କୁମାର ସ୍କ୍ରିପ୍ଟ ପସନ୍ଦ ଆସୁ ନାହିଁ ଦର୍ଶାଇ ମନା କରିଦେଇ ଥିଲେ। ଏଭଳି ପରିସ୍ଥିତିରେ ଫିଲ୍ମରେ ତାଙ୍କର ପ୍ରତ୍ୟାବର୍ତ୍ତନ କେବଳ ପ୍ରଶଂସକଙ୍କୁ ନୁହେଁ ବଲିଉଡକୁ ମଧ୍ୟ ଆଶ୍ଚର୍ଯ୍ୟ କରିଥିଲା।

କାର୍ତ୍ତିକ 'ହେରା ଫେରି ୩'ର ଅଂଶ ହେବେ ନାହିଁ

ଆପଣଙ୍କୁ ଜଣାଇ ଦେବାକୁ ଚାହିଁବୁ ଯେ କାର୍ତ୍ତିକ ଆର୍ୟନ୍ ଏହି ଚଳଚ୍ଚିତ୍ର କରୁନାହାଁନ୍ତି । କୁହାଯାଉଥିଲା ଯେ, ସେ ଅକ୍ଷୟଙ୍କ ସ୍ଥାନରେ ନଜର ଆସିବେ। ଏହା ପରେ ସୁନୀଲ ଶେଟ୍ଟୀ କହିଥିଲେ ଯେ କାଷ୍ଟିଂରେ ବୋଧହୁଏ କିଛି ହେରାଫେରି ହୋଇଛି , କିନ୍ତୁ ଏସବୁ କିପରି ଘଟିଲା ସେ ଜାଣି ନାହାନ୍ତି । ଆମେ ଭାବୁଛୁ ଯେ ଅକ୍ଷୟଙ୍କୁ ଫେରାଇ ଆଣିବାରେ ଫିରୋଜ ଏବଂ ସୁନୀଲଙ୍କ ହାତ ରହିଛି।

ଏହି ଖବର ପଢ଼ନ୍ତୁ - http://ସିରିୟା ଓ ଇରାକ ଭଳି ଖେଳ ଖେଳୁଛି ଆମେରିକା: ପୁତିନ

୧୭ ବର୍ଷ ପରେ ତୃତୀୟ ଭାଗ ପ୍ରସ୍ତୁତ କରାଯାଉଛି

ଏଥି ସହିତ ଏକ ସପ୍ତାହ ପୂର୍ବରୁ ଏହି ଖବର ମଧ୍ୟ ପ୍ରକାଶ ପାଇଥିଲା ଯେ ଅକ୍ଷୟ, ସୁନୀଲ ଓ ପରେଶ ରାୱଲ ଏହି ଚଳଚ୍ଚିତ୍ର ପାଇଁ ମୁମ୍ବାଇର ଏମ୍ପାୟାର ଷ୍ଟୁଡିଓରେ ଏକ ବୈଠକ କରିଥିଲେ। ଯାହା ପରେ ଫିଲ୍ମର ସୁଟିଂ ଆରମ୍ଭ ହୋଇଛି। ଚଳଚ୍ଚିତ୍ରର ପ୍ରଥମ ଭାଗ ୨୦୦୦ ମସିହାରେ, ଦ୍ୱିତୀୟ ଭାଗ ୨୦୦୬ ମସିହାରେ ଆସିଥିଲା ​​। ଏଥି ସହିତ, ୧୭ ବର୍ଷ ପରେ ଫିଲ୍ମର ତୃତୀୟ ଭାଗ ସୁଟିଂ ହେବାକୁ ଯାଉଛି ।
Published by:Soubhagya Mishra
First published: