Hema malini BDY: ହେମାଙ୍କ ସାଥ ଦେବା ପାଇଁ ପ୍ରିୟ ଜିନିଷ ଛାଡ଼ିଦେଇଥିଲେ ଧର୍ମେନ୍ଦ୍ର

Hema malini Birthday Special: ହେମାଙ୍କୁ ବିବାହ କରିବା ପାଇଁ ଧର୍ମେନ୍ଦ୍ର କେବଳ ନିଜର ଧର୍ମ ପରିବର୍ତ୍ତନ କରିନାହାଁନ୍ତି, ବରଂ ସେ ଅଭିନେତ୍ରୀଙ୍କ ପାଇଁ ତାଙ୍କର ପ୍ରିୟ ଜିନିଷ ମଧ୍ୟ ଛାଡିଥିଲେ।

ହେମା ମାଳିନୀ (ପ୍ରତୀକାତ୍ମକ ଛବି)

ହେମା ମାଳିନୀ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିର ସେହି ଦମ୍ପତିମାନଙ୍କ ମଧ୍ୟରୁ ହେମା ମାଳିନୀ ଓ ଧର୍ମେନ୍ଦ୍ର ହେଉଛନ୍ତି ସଚ୍ଚା ପ୍ରେମ ଉଦାହରଣ। ଉଭୟଙ୍କ ପ୍ରେମ କାହାଣୀ ଏକ ଚଳଚ୍ଚିତ୍ର କାହାଣୀଠାରୁ କମ୍ ନୁହେଁ। ଖୁବ୍ କମ୍ ଲୋକ ଜାଣନ୍ତି ଯେ ଧର୍ମେନ୍ଦ୍ର କେବଳ ହେମାଙ୍କୁ ବିବାହ କରିବା ପାଇଁ ନିଜର ଧର୍ମ ପରିବର୍ତ୍ତନ କରିନାହାଁନ୍ତି, ବରଂ ସେ ଅଭିନେତ୍ରୀଙ୍କ ପାଇଁ ତାଙ୍କର ପ୍ରିୟ ନନଭେଜ୍ ଖାଦ୍ୟ ମଧ୍ୟ ଛାଡିଥିଲେ। ଏକ ସାକ୍ଷାତକାରରେ ଉଭୟଙ୍କ ଝିଅ ଇଶା ଦେଓଲ ଏହା ପ୍ରକାଶ କରିଛନ୍ତି। ପୁରା କାହାଣୀ କ’ଣ, ଜାଣନ୍ତୁ।

ବାସ୍ତବରେ, କିଛି ବର୍ଷ ପୂର୍ବେ ଦିଆଯାଇଥିବା ଏକ ସାକ୍ଷାତକାରରେ ଇଶା ଦେଓଲ ତାଙ୍କ ପିତା ଧର୍ମେନ୍ଦ୍ର ଓ ମା ହେମା ମାଳିନୀଙ୍କ ସମ୍ପର୍କ ବିଷୟରେ ଅନେକ ଖୁଲାସା କରିଥିଲେ। ସେ କହିଥିଲେ ଯେ ସେ ଦୁହିଁଙ୍କ ସମ୍ପର୍କକୁ ପ୍ରେରଣା ବୋଲି ଭାବନ୍ତି। ଏହି ସମୟରେ, ଇଶା ଏହା ମଧ୍ୟ କହିଥିଲେ ଯେ ମୋ ବାପା ମାଙ୍କ ପାଇଁ ଖାଇବା ଅଭ୍ୟାସରେ ପରିବର୍ତ୍ତନ କରିଛନ୍ତି। ସେଥିପାଇଁ ସେମାନଙ୍କ ବିବାହ କେବଳ ମୋ ପାଇଁ ନୁହେଁ ସମଗ୍ର ବିଶ୍ୱ ପାଇଁ ପ୍ରେରଣାଦାୟକ ଅଟେ।

ଇଶା ଆହୁରି କହିଛନ୍ତି ଯେ, ମୋ ମା ସଂପୂର୍ଣ୍ଣ ଶାକାହାରୀ ଏବଂ ମୁଁ ମଧ୍ୟ ତାଙ୍କ ଭଳି ଶାକାହାରୀ। କିନ୍ତୁ ମୋ ବାପା ପଞ୍ଜାବୀ ପରିବାରର, ତେଣୁ ସେ ଚିକେନ୍ ୱାହିରା ଖାଇବାକୁ ବହୁତ ପସନ୍ଦ କରନ୍ତିମ  ଆମ ଘରେ ଡାଇନିଂ ଟେବୁଲ ଉପରେ ଅନେକ ପ୍ରକାରର ଖାଦ୍ୟର ମିଶ୍ରଣ ହେବାର ଏହା ହେଉଛି କାରଣ। କିନ୍ତୁ ମୋ ମା ଆମିଷ ପସନ୍ଦ କରନ୍ତି ନାହିଁ। ସେଥିପାଇଁ ପାପା ଆମିଷ ଖାଇବା ଛାଡିଦେଲେ ଇ ଯେତେବେଳେ ମୁଁ ଏହା ଦେଖିଲି, ବାପାଙ୍କ ପାଇଁ ମୋର ହୃଦୟ ତରଳିଗଲା।
Published by:Soumya Das
First published: