ହେମା ମାଳିନୀ (ପ୍ରତୀକାତ୍ମକ ଛବି)
News18 Odia Digital
ସିନେମାରେ ନିଜର ଚମତ୍କାର ସୌନ୍ଦର୍ଯ୍ୟରେ ଲକ୍ଷ ଲକ୍ଷ ହୃଦୟକୁ ଆକର୍ଷିତ କରିଥିବା 'ଡ୍ରିମ୍ ଗାର୍ଲ' ହେମା ମାଳିନୀଙ୍କର ନିକଟରେ ମୁମ୍ବାଇକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ପୂର୍ବରୁ ମୁମ୍ବାଇ ଏହିପରି ନଥିଲା ଓ ସେଥିପାଇଁ ସେ ଘରୁ ବାହାରକୁ ଯିବାକୁ ଭୟ କରୁଛନ୍ତି।
ବର୍ଷା ଯୋଗୁଁ ଗ୍ଲାମର ସିଟି ଭାବରେ ଜଣାଶୁଣା ମୁମ୍ବାଇର ଅବସ୍ଥା କିପରି ହୁଏ ତାହା ପ୍ରାୟ ସମସ୍ତେ ଜାଣିଛନ୍ତି। ରାସ୍ତାରେ ବର୍ଷା ପାଣିରେ ବୁଡ଼ି ରହେ, ଯାହାକୁ ନେଇ ହେମା ମାଳିନୀ ମଧ୍ୟ ଚିନ୍ତିତ ଅଛନ୍ତି। 'ଇ-ଟାଇମ୍ସ' ସହ ବାର୍ତ୍ତାଳାପରେ ଅଭିନେତ୍ରୀ କହିଛନ୍ତି ଯେ ମୁମ୍ବାଇରେ ଟ୍ରାଫିକ ଅବସ୍ଥା କ’ଣ? ମୁଁ କଳ୍ପନା କରିପାରୁ ନାହିଁ ଯେ ଜଣେ ଗର୍ଭବତୀ ମହିଳା କିପରି ଏହି ଖାଲଖମା ରାସ୍ତାରେ ଯାତ୍ରା କରୁଛନ୍ତି। ମୁମ୍ବାଇର ଲୋକଙ୍କ ପାଇଁ ମୁଁ ଚିନ୍ତିତ। ରାସ୍ତାରେ ଜାମକୁ ରୋକିବା ପୋଲିସର କାମ। ଆଜି ମୁଁ ଏହାକୁ ସିଧାସଳଖ ଅନୁଭବ କରିଛି।"
ସେ ଏହା ମଧ୍ୟ କହିଛନ୍ତି ଯେ ନିକଟରେ ମୀରା ରୋଡରୁ ଜୁହୁ ଯିବାକୁ ତାଙ୍କୁ ୨ ଘଣ୍ଟା ସମୟ ଲାଗିଥିଲା, ଯେଉଁ କାରଣରୁ ସେ ବିରକ୍ତ ହୋଇଯାଇଥିଲେ।
ହେମା ମାଳିନୀ ଏପରିକି କହିଛନ୍ତି ଯେ ସେ ଘରୁ ବାହାରକୁ ଯିବାକୁ ବହୁତ ଡରୁଛନ୍ତି। ଏହାର କାରଣ ବର୍ଣ୍ଣନା କରି ଅଭିନେତ୍ରୀ କହିଛନ୍ତି, “ମୁଁ ବାସ୍ତବରେ ବାହାରକୁ ଯିବାକୁ ଡରୁଛି, କାରଣ ରାସ୍ତାରେ ବହୁତ ଟ୍ରାଫିକ୍ ଓ ଯାତାୟାତ ହେଉଛି। ଦିଲ୍ଲୀ ଓ ମଥୁରାରେ ମଧ୍ୟ ବହୁତ ଟ୍ରାଫିକ୍ ଥିଲା, କିନ୍ତୁ ବର୍ତ୍ତମାନ ସେଠାରେ କିଛିଟା ଠିକ ହୋଇଛି। ସୁଟିଂ ପାଇଁ ଆମେ ଏହି ରାସ୍ତାରେ ବହୁତ ଯାତ୍ରା କରିଛୁ, କିନ୍ତୁ ବର୍ତ୍ତମାନ ଏହା ବହୁତ କଷ୍ଟକର। ମୁମ୍ବାଇ କଣ ଥିଲା ଓ କଣ ହୋଇଛି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।