ହରିୟାଣାର ବିଜେପି ନେତ୍ରୀ ସୋନାଲି ଫୋଗଟଙ୍କ ହୃଦଘାତରେ ମୃତ୍ୟୁ

ଗୋଆରେ ବିଜେପି ନେତ୍ରୀ ତଥା ଟିକଟକ୍ ଷ୍ଟାର ସୋନାଲି ଫୋଗଟଙ୍କ ହୃଦଘାତରେ ମୃତ୍ୟୁ ହୋଇଛି । ୨୦୧୯ରେ ହରିୟାଣାର ଆଦମପୁର ବିଧାନସଭା ଆସନରୁ ପ୍ରାର୍ଥୀ କରିଥିଲା ବିଜେପି ।

ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ହୃଦଘାତରେ ମୃତ୍ୟୁ

ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ହୃଦଘାତରେ ମୃତ୍ୟୁ

  • Share this:
News 18 Odia Digital

ଗୋଆ : ଗୋଆରେ ଟିକଟକ୍ ଷ୍ଟାର ତଥା ବିଜେପି ନେତ୍ରୀ ସୋନାଲି ଫୋଗଟଙ୍କ ହୃଦଘାତରେ ମୃତ୍ୟୁ ହୋଇଛି । ତାଙ୍କ ଭାଇ ୱାଟନ ଢାକା ଏହି ସୂଚନା ଦେଇଛନ୍ତି । ବିଜେପି ୨୦୧୯ରେ ତାଙ୍କୁ ହରିୟାଣାର ହିସର ଜିଲ୍ଲାର ଆଦମପୁର ବିଧାନସଭା ଆସନରୁ ପ୍ରାର୍ଥୀ କରିଥିଲା, କିନ୍ତୁ ସେ ଏହି ନିର୍ବାଚନରେ ​​ହରିଯାଇଥିଲେ ।

ବିଜେପିର ହରିୟାଣା ଶାଖାର ମଧ୍ୟ ତାଙ୍କୁ ମହିଲା ମୋର୍ଚ୍ଚାର ରାଜ୍ୟ ଉପାଧ୍ୟକ୍ଷ ଭାବରେ ନିଯୁକ୍ତି କରାଯାଇଥିଲା । ସୋନାଲିଙ୍କ ସ୍ୱାମୀ ସଞ୍ଜୟ ଫୋଗଟଙ୍କ ମଧ୍ୟ ରହସ୍ୟମୟ ପରିସ୍ଥିତିରେ ୨୦୧୬ ରେ ଦେହାନ୍ତ ହୋଇଥିଲା । ସୋନାଲି ଛୋଟ ପରଦାର ଅନେକ ସିରିଏଲରେ କାମ କରିଛନ୍ତି । ସୋନାଲି ଫୋଗଟ ସୋମବାର ରାତିରେ ନିଜ ଇନଷ୍ଟାଗ୍ରାମ ଏବଂ ଫେସବୁକରେ ଏକ ଭିଡିଓ ପୋଷ୍ଟ ମଧ୍ୟ କରିଛନ୍ତି।

ସୋନିଆ ଫୋଗାଟଙ୍କ ମୃତ୍ୟୁରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ସମବେଦନା ଜଣାଇଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ, "ବିଜେପି ନେତ୍ରୀ ସୋନାଲି ଫୋଗଟଙ୍କର ହଠାତ୍ ଦେହାନ୍ତ ହେବାର ଖବର ଅତ୍ୟନ୍ତ ଦୁଃଖଦ ଘଟଣା । ଭଗବାନ ତାଙ୍କର ଅମର ଆତ୍ମ କୁ ଶାନ୍ତି ଦିଅନ୍ତୁ । ଶୋକସନ୍ତପ୍ତ ପରିବାରକୁ ଏଭଳି ଦୁଃଖ ସହିବାକୁ ଶକ୍ତି ଦିଅନ୍ତୁ । ଓଁ ଶାନ୍ତି!"

ଉପସ୍ଥାପିକା ଭାବେ ଜୀବନ ଆରମ୍ଭ କରିଥିଲେ

ସୋନାଲି ୨୧ ସେପ୍ଟେମ୍ବର ୧୯୭୯ ରେ ଜନ୍ମଗ୍ରହଣ କରିଥିଲେ । ହରିୟାଣାର ଫତେହବାଦରେ ଜନ୍ମ ହୋଇଥିବା ସୋନାଲି ସ୍ନାତକୋତ୍ତର ପର୍ଯ୍ୟନ୍ତ ପଢ଼ିଛନ୍ତି ଏବଂ ତାଙ୍କର ଏକ ଝିଅ ଅଛି । ସେ ୨୦୦୬ ରେ ହିସାରର ଦୁରଦର୍ଶନରେ ଉପସ୍ଥାପିକା ଭାବେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ ।
Published by:Sujit Swain
First published: