ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»ପତି, ପତ୍ନୀ, ଲକଡାଉନ୍ ଓ ୱର୍କ୍ ଫ୍ରମ୍ ହୋମ୍: ଜଣେ ପତ୍ନୀଙ୍କ ଅନୁରୋଧ ଶୁଣି ଲୋକେ ହସି ହସି ଗଡୁଛନ୍ତି

ପତି, ପତ୍ନୀ, ଲକଡାଉନ୍ ଓ ୱର୍କ୍ ଫ୍ରମ୍ ହୋମ୍: ଜଣେ ପତ୍ନୀଙ୍କ ଅନୁରୋଧ ଶୁଣି ଲୋକେ ହସି ହସି ଗଡୁଛନ୍ତି

Husband wife relation in work from home times during lockdown | ପ୍ରସିଦ୍ଧ ଶିଳ୍ପପତି ହର୍ଷ ଗୋଏଙ୍କାଙ୍କ ଅଫିସର କର୍ମଚାରୀମାନଙ୍କ ମଧ୍ୟରୁ ଜଣଙ୍କ ପତ୍ନୀଙ୍କ ଠାରୁ ଏହି ମେସେଜଟି ଆସିଥିଲା । ଏଥିରେ ପତ୍ନୀ ଜଣକ ତାଙ୍କୁ ପୁଣି ଥରେ ଅଫିସ୍ ଖୋଲିବାକୁ ଅନୁରୋଧ କରିଥିଲେ ।

ପତି, ପତ୍ନୀ, ଲକଡାଉନ୍ ଓ ୱର୍କ୍ ଫ୍ରମ୍ ହୋମ୍: ଜଣେ ପତ୍ନୀଙ୍କ ଅନୁରୋଧ ଶୁଣି ଲୋକେ ହସି ହସି ଗଡୁଛନ୍ତି
‘ଦି ଗ୍ରେଟ୍ ଇଣ୍ଡିଆନ୍ କିଚେନ୍’ ଫିଲ୍ମରୁ ଏକ ଦୃଶ୍ୟ
  • News18 Odia
  • Last Updated: September 10, 2021, 11:15 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କରୋନା ଭାଇରସ୍‌ ସଂକ୍ରମଣ ଯୋଗୁଁ ଜାରି ହୋଇଥିବା ଲକଡାଉନ୍‌ ସମୟରେ ଅନେକ ଅଫିସ୍‌ ବନ୍ଦ ରହୁଥିଲା । ଦେଶ ସାରା ଅଫିସଗୁଡ଼ିକରେ କାମ କରୁଥିବା ଲୋକଙ୍କ ମଧ୍ୟରୁ ଅନେକ ଏହି ସମୟରେ ଘରେ ରହି କାମ କରୁଥିଲେ (ଅର୍ଥାତ୍‌ ‘ୱର୍କ ଫ୍ରମ୍‌ ହୋମ୍‌’ କରୁଥିଲେ) । ମାସ ମାସ ଧରି ଚାଲିଥିବା ଏହି ବ୍ୟବସ୍ଥାରେ ପତି ଓ ପତ୍ନୀମାନଙ୍କ ମଧ୍ୟରେ ଥିବା ସମ୍ପର୍କ ବିଭିନ୍ନ ରୂପରେ ପ୍ରବାବିତ ହୋଇଥିଲା ।

ପ୍ରସିଦ୍ଧ ଶିଳ୍ପପତି ହର୍ଷ ଗୋଏଙ୍କା (Harsh Goenka) ଏହି ୱର୍କ ଫ୍ରମ୍‌ ହୋମ୍‌ ଓ ପତି-ପତ୍ନୀ ସମ୍ପର୍କକୁ ନେଇ ଟ୍ୱିଟରରେ ଶେୟାର୍‌ କରିଥିବା ଏକ ପୋଷ୍ଟ ଏବେ ଲୋକଙ୍କୁ ହସାଇ ହସାଇ ବେଦମ୍‌ କରୁଛି ।ହର୍ଷ ଗୋଏଙ୍କା ଏକ ମେସେଜର ଫଟୋ ପୋଷ୍ଟ କରିଛନ୍ତି ଓ ତା’ କ୍ୟାପସନରେ ଲେଖିଛନ୍ତି “ମୁଁ ଜାଣିନି ଏହି ମହିଳାଙ୍କୁ କି ଉତ୍ତର ଦେବି…”

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ବର୍ଷା-ଅନୁଭବ ବିବାଦ: ବର୍ଷାଙ୍କୁ ଲାଗିଲା ଝଟକା! ତାଙ୍କ ଆବେଦନ ଖାରଜ କଲେ କଟକ ଫ୍ୟାମିଲି କୋର୍ଟ

ପରେ ଜଣାପଡ଼ିଥିଲା ଯେ ଏହି ମେସେଜଟି ହର୍ଷ ଗୋଏଙ୍କାଙ୍କ ଅଫିସର କର୍ମଚାରୀମାନଙ୍କ ମଧ୍ୟରୁ ଜଣଙ୍କ ପତ୍ନୀଙ୍କ ଠାରୁ ଆସିଥିଲା । ଏଥିରେ ପତ୍ନୀ ଜଣକ ତାଙ୍କୁ ପୁଣି ଥରେ ଅଫିସ୍‌ ଖୋଲିବାକୁ ଅନୁରୋଧ କରିଥିଲେ ।

ଶିଳ୍ପପତି ହର୍ଷ ଗୋଏଙ୍କା (ଏ.ଏଫ୍.ପି. ଫଟୋ)


‘‘ଡିଅର୍‌ ସର୍‌, ମୁଁ ଆପଣଙ୍କ କର୍ମଚାରୀ ମନୋଜଙ୍କ ପତ୍ନୀ ।ତାଙ୍କୁ ଏବେ ଅଫିସ୍‌ ଯାଇ କାମ କରିବାକୁ ଅନୁମତି ଦେବା ପାଇଁ ମୁଁ ଆପଣଙ୍କୁ ବିନମ୍ର ନିବେଦନ କରୁଛି । ସେ କୋଭିଡ୍‌ ଟିକାର ଦୁଇଟି ଯାକ ଡୋଜ୍‌ ନେଇସାରିଛନ୍ତି ଓ ଅଫିସରେ ସେ ସବୁ କୋଭିଡ୍‌ ନିୟମ ପାଳନ କରିବେ,’’ ସେହି ବାର୍ତ୍ତାରେ ମହିଳା ଜଣକ ଲେଖିଥିଲେ ।

ଏହା ବି ପଢ଼ନ୍ତୁ | ବରଗଡ଼: ବିଜେପୁର BDO .୫୧ ଲକ୍ଷ ଟଙ୍କା ନେଇ ଭୁବନେଶ୍ବର ଯାଉଥିବା ବେଳେ ଗିରଫ ହେଲେ

ମହିଳା ତା’ ପରେ ଲେଖିଥିଲେ, ‘‘ଯଦି ସେ ଆଉ କିଛି ଦିନ ଘରୁ କାମ କରନ୍ତି ତାହେଲେ ଆମ ବିବାହ ନିଶ୍ଚିତ ଭାବରେ ଭାଙ୍ଗିଯିବ । ସେ ଦିନକୁ ଦଶ ଥର କଫି ପିଉଛନ୍ତି, ବିଭିନ୍ନ ରୁମରେ ଯାଇ ବସୁଛନ୍ତି ଓ ସେହି ରୁମଗୁଡ଼ିକୁ ମଇଳା କରୁଛନ୍ତି, ଆଉ ବାରମ୍ବାର ଖାଇବାକୁ ମାଗୁଛନ୍ତି ।ୱର୍କ କଲ୍ ସମୟରେ ମୁଁ ତାଙ୍କୁ ଶୋଇଯାଉଥିବାର ବି ଦେଖିଛି ।’’

ଏହା ବି ପଢ଼ନ୍ତୁ | ଖୋର୍ଦ୍ଧାରେମାନବବାଦ ସଙ୍ଗଠନ ସଦସ୍ୟମାନେ ବାପ-ପୁଅଙ୍କୁ ନିସ୍ତୁକ ପିଟୁଥିବା VIDEO ଭାଇରାଲ୍ହେଲା

‘‘ମୋ’ ଯତ୍ନ ନେବାକୁ ଘରେ ମୋ’ର ଦୁଇଟି ସନ୍ତାନ ଅଛନ୍ତି । ମୁଁ ନିଜ ମାନସିକ ସ୍ୱାସ୍ଥ୍ୟ ଫେରିପାଇବା ପାଇଁ ଅପଣଙ୍କ ସାହାଯ୍ୟ ଲୋଡୁଛି,’’ ଲେଖିଛନ୍ତି ସେହି ମହିଳା ।ଏହି ମେସେଜର ଏକ ଫଟୋ ଟ୍ୱିଟରରେ ପୋଷ୍ଟ କରିଛନ୍ତି ହର୍ଷ ଗୋଏଙ୍କା ।

ହର୍ଷ ଗୋଏଙ୍କା ଶେୟାର୍ କରିଥିବା ମେସେଜ୍


ଏହି ପୋଷ୍ଟଟି ଶେୟାର୍‌ ହେବା ପରଠାରୁ ୭,୦୦୦ରୁ ଅଧିକ ଲାଇକ୍ ଓ ୪୫୦ରୁ ଅଧିକ ରିଟ୍ୱିଟ୍‌ ପାଇସାରିଛି । ଏହି ଟ୍ୱିଟର୍‌‌ ପୋଷ୍ଟ ଉପରେ ଅନେକ ଲୋକ ମନ୍ତବ୍ୟ ବି ଦେଉଛନ୍ତି । ଅସଲରେ ଅନେକ ଲୋକ ଏହି ମହିଳାଙ୍କ ମେସେଜ୍‌ ସହିତ ନିଜକୁ ଯୋଡ଼ି ଦେଖୁଛନ୍ତି ବୋଲି ଲାଗୁଛି ।

ଏହା ବି ପଢ଼ନ୍ତୁ | ମନ୍ତ୍ରୀ ପ୍ରତାପ ଜେନାଙ୍କ ପାଇଁ ଅଡୁଆ ବଢ଼ିଲା; ମାହାଙ୍ଗା ଡବଲ ମର୍ଡ଼ରର ସାନି ତଦନ୍ତ ଆଦେଶ ଆସିଲା

ଯେବେଠୁ ୱର୍କ ଫ୍ରମ୍‌ ହୋମ୍‌ ଆରମ୍ଭ ହୋଇଛି, ବିବାହିତା ମହିଳାମାନେ ନିଜ ସ୍ୱାମୀଙ୍କ ସହ ଅଧିକ ସମୟ ବିତାଇ ପାରୁଛନ୍ତି । ହେଲେ ଏନେକ ସ୍ୱାମୀ ଘରେ ରହି କାମରେ ବ୍ୟସ୍ତ ରହୁଥିବାରୁ ସ୍ତ୍ରୀଙ୍କ ସହ ରହୁଥିଲେ ବି ତାଙ୍କ ପ୍ରତି ଧ୍ୟାନ ଦେଇପାରୁ ନାହାନ୍ତି । ପୁଣି କେତେକ ଘରେ ଏମିତି ବି ହେଉଥିବା ଦେଖିବାକୁ ମିଳିଛି ଯେ ସାଙ୍ଗରେ ବେଶୀ ସମୟ ବିତାଇବା ପରେ ପତି ଓ ପତ୍ନୀଙ୍କ ମଧ୍ୟରେ ସମ୍ପର୍କ ବିଗିଡ଼ିଯାଇଛି ।



ହର୍ଷ ଗୋଏଙ୍କା ଶେୟାର୍‌ କରିଥିବା ମେସେଜଟି ବିଶେଷ ଭାବେ ମହିଳାମାନଙ୍କ ଦ୍ୱାରା ଅଧିକ ଆଦୃତ ହେଉଛି । ଏହାର କାରଣ ଏହା ହୋଇପାରେ ଯେ ପୁରୁଷମାନଙ୍କଠାରୁ ମହିଳାମାନେ ୱର୍କ ଫ୍ରମ୍‌ ହୋମ୍‌ ଦ୍ୱାରା ଅଧିକ ପ୍ରଭାବିତ ହୋଇଛନ୍ତି ।
Published by: Anand S.T. Das
First published: September 10, 2021, 11:15 PM IST