ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»HBD ରାଜକୁମାର ରାଓ: ସାଙ୍ଗ ବାଇକ ପଛରେ ବସି ଅଭିନୟ ଶିଖିବା ପାଇଁ ଯାଉଥିଲେ ରାଓ

HBD ରାଜକୁମାର ରାଓ: ସାଙ୍ଗ ବାଇକ ପଛରେ ବସି ଅଭିନୟ ଶିଖିବା ପାଇଁ ଯାଉଥିଲେ ରାଓ

ଅଭିନୟ ଶିଖିବା ପାଇଁ ରାଜକୁମାର ରାଓଙ୍କ ପାଖରେ ପଇସା ନଥିଲା । ସାଇକେଲ ନେଇ କିମ୍ୱା ସାଙ୍ଗ ବାଇକରେ ବସି ଅଡିସନ ଦେବା ପାଇଁ ସେ ମୁମ୍ୱାଇ ଯାଉଥିଲେ ।

HBD ରାଜକୁମାର ରାଓ: ସାଙ୍ଗ ବାଇକ ପଛରେ ବସି ଅଭିନୟ ଶିଖିବା ପାଇଁ ଯାଉଥିଲେ ରାଓ
ଆଜି ରାଜକୁମାରଙ୍କର ଜନ୍ମଦିନ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: August 31, 2021, 11:43 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ଜନ୍ମଦିନର ଶୁଭେଚ୍ଛା ରାଜକୁମାର ରାଓ। ରାଜକୁମାର ରାଓ ୩୧ଅଗଷ୍ଟରେ ନିଜର ୩୭ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି। ସେ ୩୧ଅଗଷ୍ଟ ୧୯୮୪ରେ ଗୁରୁଗାଓଁର ଅହିରୱାଲରେ ଜନ୍ମଗ୍ରହଣ କରିଥିଲେ। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଅଟାରାମ ସନାତନ ଧର୍ମ ମହାବିଦ୍ୟାଳୟରୁ ସ୍ନାତକ ହାସଲ କରିବା ପରେ ଓ ଭାରତୀୟ ଚଳଚ୍ଚିତ୍ର ଓ ଟେଲିଭିଜନ ପ୍ରତିଷ୍ଠାନରେ ଅଧ୍ୟୟନ କରିବା ପରେ ରାଜକୁମାର ମୁମ୍ବାଇରେ ପହଞ୍ଚି ଫିଲ୍ମ ଇଣ୍ଡଷ୍ଟ୍ରିରେ ଭାଗ୍ୟ ପରୀକ୍ଷା କରିଥିଲେ।  ଫିଲ୍ମ 'ରାନ'ରେ ରାଜକୁମାର ରାଓ ବଲିଉଡରେ ତାଙ୍କର ପ୍ରଥମ ବ୍ରେକ୍ ପାଇଥିଲେ। ଏହା ପରେ ସେ 'ଲଭ୍ ସେକ୍ସ ଅର ଧୋକା' ଓ 'ରାଗିଣୀ ଏମ୍ଏମ୍ଏସ୍' ଭଳି ଚଳଚ୍ଚିତ୍ରରେ କାମ କରିଥିଲେ।

କିନ୍ତୁ ଫିଲ୍ମ 'କାଇ ପୋ ଚେ' ରୁ ତାଙ୍କୁ ଅଭିନେତା ଭାବେ ଲୋକେ ସ୍ୱୀକୃତି ଦେଇଥିଲେ। ରାଜକୁମାର 'ଆଲିଗଡ', 'ସହିଦ', 'ବରେଲି କି ବର୍ଫି', 'ସ୍ତ୍ରୀ', 'ନ୍ୟୁଟନ୍' ଓ 'ଶାଧି ମେନ୍ ଜରୁର ଆନା' ଭଳି ଚଳଚ୍ଚିତ୍ରରେ ତାଙ୍କର ଶ୍ରେଷ୍ଠ ଅଭିନୟ ଦେଇଛନ୍ତି। ଫିଲ୍ମ 'ସହିଦ' ପାଇଁ ରାଜକୁମାରଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି।  ରାଜକୁମାର ରାଓଙ୍କ ଜନ୍ମଦିନ ଅବସରରେ, ତାଙ୍କ ବିଷୟରେ କିଛି ରୋଚକ କଥା ଶୁଣନ୍ତୁ।

ପ୍ରକୃତ ଉପନାମ କ’ଜାଣନ୍ତୁ।

ରାଜକୁମାର ରାଓଙ୍କର ପ୍ରକୃତ ନାମ ହେଉଛି ରାଜକୁମାର ଯାଦବ।କିନ୍ତୁ ସେ ତାଙ୍କର ଉପନାମକୁ ରାଓ ରଖିଛନ୍ତି। କ୍ୟାରିୟରର ପ୍ରାରମ୍ଭ ଦିନରେ ସେ କୌଣସି ଉପନାମ ବ୍ୟବହାର କରିନଥିଲେ। କିନ୍ତୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ରାଜକୁମାର ସାଣ୍ଟୋସି, ରାଜକୁମାର ଗୁପ୍ତା ଓ ରାଜକୁମାର ହିରାନୀଙ୍କୁ ନେଇ ଲୋକମାନେ ଦ୍ୱନ୍ଦ୍ୱରେ ପଡୁଥିଲେ। ସେଥିପାଇଁ ସେ ଯାଦବ ଉପନାମକୁ ତାଙ୍କ ନାମ ଆଗରେ ରଖିବା ଆରମ୍ଭ କଲେ। କିନ୍ତୁ ପରେ ହୃଦୟଙ୍ଗମ କଲେ ଯେ ହରିୟାଣା ଯାଦବଙ୍କୁ ରାଓ ଆଖ୍ୟା ଦିଆଯାଇଛି,ସେ ରାଓ ଉପନାମକୁ ତାଙ୍କ ନାମ ସହ ରଖିବା ଆରମ୍ଭ କଲେ।

ଫି ଦେବାକୁ ପାଖରେ ଟଙ୍କା ନଥିଲା।

ରାଜକୁମାର ରାଓଙ୍କ ପାଖରେ ପାଖରେ ଟଙ୍କା ନଥିଲା। ଆର୍ଥିକ ପ୍ରତିବନ୍ଧକ ହେତୁ ତାଙ୍କ ଶିକ୍ଷକ ତାଙ୍କ ପାଇଁ ଦୁଇ ବର୍ଷ ପାଇଁ ଫି ଦେଇଥିଲେ। ମାସର ଖର୍ଚ୍ଚ ବିଷୟରେ କହିବାକୁ ଗଲେ ତାଙ୍କୁ ପ୍ରତି ମାସରେ ୧୫-୨୦ହଜାର ଟଙ୍କା ଦରକାର ଥିଲା। ଯେଉଁଥିରେ ରାଜକୁମାରଙ୍କୁ ତାଙ୍କ ଅଂଶର ୭ ହଜାର ଟଙ୍କା ଦେବାକୁ ପଡୁଥିଲା। କିନ୍ତୁ ଏପରି ଏକ ସମୟ ଆସିଥିଲା ​​ଯେତେବେଳେ ତାଙ୍କ ଆକାଉଣ୍ଟରେ ମାତ୍ର ୧୮ ଟଙ୍କା ଥିଲା ଓ ତାଙ୍କ ବନ୍ଧୁଙ୍କ ପାଖରେ ମାତ୍ର ୨୩ଟଙ୍କା ଥିଲା। ରାଜକୁମାର ନିଜ ବନ୍ଧୁଙ୍କ ବାଇକରେ ଅଡିସନ୍ ଦେବା ପାଇଁ ମୁମ୍ବାଇ ଯାଉଥିଲେ ଓ ଭଲ ଦେଖାଯିବା ପାଇଁ ସେ ମୁହଁରେ ଗୋଲାପ ଜଳ ଲଗାଉଥିଲେ।
Published by: Soumya Das
First published: August 31, 2021, 11:43 AM IST