ହଂସିକା ମୋଟୱାନୀଙ୍କ ବିବାହ ପ୍ରସ୍ତୁତି ଆରମ୍ଭ, ମୁମ୍ୱାଇରେ ଆରମ୍ଭ ହେବ ବିବାହ ପରମ୍ପରା
- News18 Odia
- Last Updated :
- New Delhi, India
News 18 Odia Digital
ମୁମ୍ବାଇ: ଅଭିନେତ୍ରୀ ହଂସିକା ମୋଟୱାନି ଡିସେମ୍ବର ମାସରେ ବ୍ୟବସାୟୀ ବିଉ ସୋହେଲ ଖଟୁରିଆଙ୍କୁ ବିବାହ କରିବାକୁ ଯାଉଛନ୍ତି ଏବଂ ଆସନ୍ତା ସପ୍ତାହରୁ ବିବାହ ଉତ୍ସବ ଆରମ୍ଭ ହେବ। ଏହି ଦମ୍ପତି ହୁଏତ ଜୟପୁରରେ ବିବାହ ବନ୍ଧନରେ ବାନ୍ଧି ହେବେ କିନ୍ତୁ ତାଙ୍କ ସଙ୍ଗୀତ ଓ ମେହେନ୍ଦି ମୁମ୍ବାଇରୁ ଆରମ୍ଭ ହେବ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ବିବାହ ଉତ୍ସବ ଆରମ୍ଭ କରିବା ପାଇଁ ଅଭିନେତ୍ରୀ ଏକ "ମାତା କି ଚୌକି" ଯୋଜନା କରୁଛନ୍ତି। ବିବାହ ଜୟପୁରରେ ଅନୁଷ୍ଠିତ ହେବାବେଳେ ଅଭିନେତ୍ରୀ ଆସନ୍ତା ସପ୍ତାହରେ ମୁମ୍ବାଇ ଉପକଣ୍ଠରେ ମାତା କି ଚୌକିକୁ ସଂଗଠିତ କରି ଏକ ଶୁଭ ପରିବେଶରେ ବାହାଘର ନୀତି ନିୟମ ଆରମ୍ଭ କରିବାକୁ ଯାଉଛନ୍ତି।
ଏହି ୩୦ ବର୍ଷୀୟା ଅଭିନେତ୍ରୀଙ୍କର ମ୍ୟାରେଜ୍ ସେରେମୋନି ଡିସେମ୍ବର ୨ରୁ ଆରମ୍ଭ ହେବ। ବିବାହ କାର୍ଯ୍ୟରେ ପରିବାର ଓ କେତେଜଣ ଖାସ୍ ବନ୍ଧୁ ଉପସ୍ଥିତ ରହିବେ ବୋଲି କୁହାଯାଉଛି। ପ୍ରତ୍ୟେକ କାର୍ଯ୍ୟକ୍ରମ ପାଇଁ ସ୍ବତନ୍ତ୍ର ପ୍ରକାର ଡ୍ରେସ୍କୋର୍ଟର ବ୍ୟବସ୍ଥା କରାଯାଇଥିବାବେଳେ ଜୟପୁର ରାଜପ୍ରସାଦରେ ବିବାହ ସମାରୋହର ଆୟୋଜନ କରାଯାଇଛି। ବଲିଉଡ ଓ ସାଉଥ ଫିଲ୍ମରେ ଦମଦାର ଅଭିନୟ ପାଇଁ ଦର୍ଶକଙ୍କ ମନରେ ହଂସିକାଙ୍କ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ରହିିଛି । ବଲିଉଡ ଫିଲ୍ମ କୋଇ ମିଲ ଗେୟାରେ ତାଙ୍କୁ ଶିଶୁ କଳକାର ଭୂମିକାରେ ଦେଖିବାକୁ ମିଳିଥିଲା । ଶେଷ ଥର ପାଇଁ ସେ ଫିଲ୍ମ 'ମହା'ରେ ହଂସିକାଙ୍କୁ ଦେଖିବାକୁ ମିଳିଥିଲା ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।