ଆରମ୍ଭ ହେବାକୁ ଯାଉଛି କେବିସି (ପ୍ରତୀକାତ୍ମକ ଛବି)
News18 Odia Digital
ମୁମ୍ବାଇ : ଟେଲିଭିଜନରେ କେତେକ ଶୋକୁ ଦେଖିବାକୁ ଲୋକମାନେ ବେଶ ପସନ୍ଦ କରନ୍ତି । ସେହିଭଳି ଶୋଗୁଡ଼ିକ ମଧ୍ୟରୁ 'କୌନ୍ ବନେଗା କରୋଡ୍ପତି'(କେବିସି) ଅନ୍ୟତମ। ତେବେ ଲୋକଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ କେବିସି ପୁଣି ଥରେ ଆସୁଛି। କେବିସିର ୧୩ ତମ ସିଜନ ଆୟୋଜନ କରିବାକୁ ବଲିଉଡ଼ ମେଗାଷ୍ଟାର ଅମିତାଭ ବଚ୍ଚନ ଉତ୍ସାହିତ ଅଛନ୍ତି। ନିର୍ମାତା ମଧ୍ୟ ନିଜର ନୂଆ ଶୋ ପାଇଁ ପ୍ରସ୍ତୁତ ଅଛନ୍ତି। ଆଜିଠାରୁ ଠିକ ୧୨ ଦିନ ପରେ, 'କୌନ ବନେଗା କରୋଡ଼ପତି-୧୩' ଆରମ୍ଭ ହୋଇଯିବ। ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନ ଏହାର ସୋସିଆଲ ମିଡ଼ିଆ ପେଜରେ ପ୍ରୋମୋ ସେୟାର କରିଛି ।
ଅମିତାଭ ବଚ୍ଚନଙ୍କ ଲୋକପ୍ରିୟତାର କାରଣ କେବଳ ତାଙ୍କ ଚଳଚ୍ଚିତ୍ର ନୁହେଁ। ଏଥିରେ ତାଙ୍କ ଟିଭି ଶୋ 'କୌନ ବନେଗା କରୋଡ଼ପତି'ର ମଧ୍ୟ ଅବଦାନ ରହିଛି। ଶୋ’ର ନୂଆ ସିଜନ ୨୩ ଅଗଷ୍ଟରୁ ସୋନି ଟିଭିରେ ଟେଲିକାଷ୍ଟ୍ ଆରମ୍ଭ ହେବ। କେବିସି ସପ୍ତାହରେ ପାଞ୍ଚ ଦିନ ପାଇଁ ଅର୍ଥାତ ସୋମବାରରୁ ଶୁକ୍ରବାର ରାତି ୯ଟାରେ ପ୍ରସାରିତ ହେବ।
ଶୋ’ର ଏକ ନୂଆ ପ୍ରୋମୋ ସାମ୍ନାକୁ ଆସିଛି ଯାହାକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି। ତେବେ ସେୟାର ହୋଇଥିବା ପ୍ରୋମୋର ଅଂଶ ହେଉଛି ଶୋ’ର ତୃତୀୟ ଭାଗ। ଏହି ଭିଡ଼ିଓକୁ ସେୟାର କରିବାବେଳେ ଏହାର କ୍ୟାପସନରେ ଲେଖାଯାଇଛି ଯେ ପ୍ରଥମ ଓ ଦ୍ୱିତୀୟ ଭାଗରେ ଜବରଦସ୍ତ ପ୍ରତିକ୍ରିୟା ପାଇଁ ଧନ୍ୟବାଦ। ବର୍ତ୍ତମାନ ଆମେ ଆପଣଙ୍କ ପାଇଁ ତୃତୀୟ ଭାଗ #KBCFilmSammaanPart3 ର ଫାଇନ ସିରିଜ ସେୟାର କରୁଛୁ! ଅଗଷ୍ଟ ୨୩, ରାତି ୯ଟା, କେବଳ ସୋନିରେ।
କେବିସିର ପ୍ରମୋସନ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା 'ସମ୍ମାନ' ମଧ୍ୟପ୍ରଦେଶରେ ସୁଟିଂ କରାଯାଇଛି। ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନେତା ଓମକାର ଦାସ ମାଣିକପୁରୀ ଅଛନ୍ତି। କେବିସି ପ୍ରତ୍ୟେକ ସାଧାରଣ ଲୋକଙ୍କ ଜୀବନରେ ନିକଟତର ହେବା ପାଇଁ ଶୋ ନିର୍ମାତାମାନେ ଏହି ପ୍ରୋମୋ ପ୍ରସ୍ତୁତ କରିଛନ୍ତି। ଏହି ଚଳଚ୍ଚିତ୍ରର ବିଶେଷତ୍ୱ ହେଉଛି ସ୍ଥାନୀୟ ପ୍ରତିଭାବାନ ଲୋକଙ୍କୁ ଏଥିରେ ଅଭିନୟ କରିବାର ସୁଯୋଗ ଦିଆଯାଇଛି।
‘କୌନ ବନେଗା କରୋଡ଼ପତି’ ଏହାର ୨୧ ବର୍ଷର ଯାତ୍ରା ସମାପ୍ତ କରୁଛି। ଶୋ ପ୍ରଥମେ ୨୦୦୦ରେ ଷ୍ଟାର ପ୍ଲସରେ ଆରମ୍ଭ ହୋଇଥିଲା।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।