ବିଜ୍ଞାପନ କ୍ଷେତ୍ରରେ ମଧ୍ୟ ସମସ୍ତଙ୍କୁ ପଛରେ ପକାଇଲେ ଖିଲାଡି କୁମାର; ସାଜିଲେ ନମ୍ବର ୱାନ ଅଭିନେତା

ବଲିଉଡର ଖିଲାଡି କୁମାର ଅକ୍ଷୟ ପୁଣି ଥରେ ହେଡଲାଇନରେ ସ୍ଥାନ ପାଇଛନ୍ତି। ଏଥର ସେ ଏକ ଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହିଛନ୍ତି।

ବିଜ୍ଞାପନ କ୍ଷେତ୍ରରେ ମଧ୍ୟ ସମସ୍ତଙ୍କୁ ପଛରେ ପକାଇଲେ ଖିଲାଡି କୁମାର

ବିଜ୍ଞାପନ କ୍ଷେତ୍ରରେ ମଧ୍ୟ ସମସ୍ତଙ୍କୁ ପଛରେ ପକାଇଲେ ଖିଲାଡି କୁମାର

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ମୁମ୍ବାଇ: ବଲିଉଡର ସବୁଠାରୁ ଫିଟ୍ ତଥା ଲୋକପ୍ରିୟ ଅଭିନେତା ଅକ୍ଷୟ କୁମାର, ଯାହାକୁ ଫ୍ୟାନ୍ସ ଖିଲାଡି କୁମାର ବୋଲି କୁହନ୍ତି, ସେ ପୁଣି ଥରେ ହେଡଲାଇନରେ ସ୍ଥାନ ପାଇଛନ୍ତି। ଏହାର କାରଣ ଜାଣି ଅକ୍ଷୟଙ୍କ ପ୍ରଶଂସକମାନେ ବହୁତ ଖୁସି ହେବାକୁ ଯାଉଛନ୍ତି।

ଅଭିନୟ ସହିତ ସମସ୍ତଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଅକ୍ଷୟ ସିନେମା ଜଗତରେ ଅନେକ ହିଟ୍ ଦେଇଛନ୍ତି। ଏଥି ସହିତ, ଫିଲ୍ମ ବ୍ୟତୀତ ସେ ଟିଭି ସାହାଯ୍ୟରେ ଦର୍ଶକଙ୍କ ଟିଭି ସ୍କ୍ରିନ୍ କ୍ୟାପଚର କରୁଥିବା ମଧ୍ୟ ନଜର ଆସିଛନ୍ତି।

ଗୋଟିଏ ବର୍ଷରେ ୧ରୁ ଅଧିକ ଫିଲ୍ମ କରୁଥିବା ଖିଲାଡି କୁମାର ମଧ୍ୟ ବିଜ୍ଞାପନ ଜଗତରେ ବେଶ ଜଣାଶୁଣା। TAMର ସର୍ବଶେଷ AdEx ରିପୋର୍ଟ ଅନୁଯାୟୀ (୨୦୨୨ ଜାନୁଆରୀ-ଜୁନ)ରେ ଅକ୍ଷୟ ଟିଭିରେ ସର୍ବାଧିକ ଦେଖାଯାଇଥିବା ଅଭିନେତା ହୋଇପାରିଛନ୍ତି।

ରିପୋର୍ଟ ଅନୁଯାୟୀ, ସମସ୍ତ ଚ୍ୟାନେଲ ସମେତ ଅକ୍ଷୟ କୁମାର ପ୍ରତିଦିନ ହାରାହାରି ୩୭ ଘଣ୍ଟା ଦେଖାଯାଆନ୍ତି। ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ଦର୍ଶକ ଅଭିନେତାଙ୍କୁ ଫିଲ୍ମ ବ୍ୟତୀତ ବିଜ୍ଞାପନରେ ମଧ୍ୟ ଦେଖିବାକୁ ପସନ୍ଦ କରନ୍ତି। ଏହି ସମୟରେ, ଏହି ରେକର୍ଡରେ ଆଉ ଦୁଇଟି ପ୍ରସିଦ୍ଧ ସେଲିବ୍ରିଟି ମଧ୍ୟ ସାମିଲ ଅଛନ୍ତି।

ଦ୍ୱିତୀୟ ସ୍ଥାନରେ ଅମିତାଭ ବଚ୍ଚନ ଅଛନ୍ତି, ଯିଏ ସମସ୍ତ ଚ୍ୟାନେଲ ସମେତ ପ୍ରତିଦିନ ହାରାହାରି ୧୮ ଘଣ୍ଟା ଦେଖାଯାଆନ୍ତି। ଏହି ଦୁଇ ଜଣଙ୍କ ବ୍ୟତୀତ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ନାମ ତିନି ନମ୍ବରରେ ଅଛି, ଯିଏ ସମସ୍ତ ଚ୍ୟାନେଲ ସମେତ ଟିଭିରେ ଦିନକୁ ହାରାହାରି ୧୪ ଘଣ୍ଟା ନଜର ଆସନ୍ତି।

ଯଦି ଅକ୍ଷୟ କୁମାରଙ୍କ ବିଷୟରେ କାମ ବିଷୟରେ କଥା ହେବା ତାହାଲେ ସେ ତାଙ୍କର ଆଗାମୀ ଫିଲ୍ମ 'ରାମ ସେତୁ'ର ରିଲିଜକୁ ଅପେକ୍ଷା କରିଛନ୍ତି। ଏହା ଏକ ଆକ୍ସନ୍ ଡ୍ରାମା ଫିଲ୍ମ, ଯେଉଁଥିରେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ ଓ ନୁସରତ ଭରୁଚା ମଧ୍ୟ ଅକ୍ଷୟଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ।
Published by:Lipina Das
First published: