ସୋନାଲି ଫୋଗାଟଙ୍କ ମୃତ୍ୟୁକୁ ନେଇ ହତ୍ୟା ମାମଲା ରୁଜୁ କଲା ଗୋଆ ପୋଲିସ

ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ମୃତ୍ୟୁ ମାମଲାରେ ଗୋଆ ପୋଲିସ ଏକ ହତ୍ୟା ମାମଲା ରୁଜୁ କରିଛି। ତାଙ୍କ ଭାଇଙ୍କ ଅଭିଯୋଗ ଆଧରରେ ଏହି ମାମଲା ରୁଜୁ କରିଛି ପୋଲିସ।

ସୋନାଲି ଫୋଗଟଙ୍କ ମୃତ୍ୟୁକୁ ନେଇ ହତ୍ୟା ମାମଲା ରୁଜୁ କଲା ଗୋଆ ପୋଲିସ

ସୋନାଲି ଫୋଗଟଙ୍କ ମୃତ୍ୟୁକୁ ନେଇ ହତ୍ୟା ମାମଲା ରୁଜୁ କଲା ଗୋଆ ପୋଲିସ

  • Share this:
News 18 Odia Digital

ଗୋଆ : ବିଜେପି ନେତ୍ରୀ ତଥା ଟିକଟକ୍  ଷ୍ଟାର ସୋନାଲି ଫୋଗାଟଙ୍କ ମୃତ୍ୟୁ ମାମଲାରେ ଗୋଆ ପୋଲିସ ଏକ ହତ୍ୟା ମାମଲା ରୁଜୁ କରିଛି। ଫୋଗାଟଙ୍କ ଭାଇଙ୍କ ଅଭିଯୋଗ ଆଧରରେ ପୋଲିସ ଏହି ହତ୍ୟା ମାମଲା ରୁଜୁ କରିଛି । ପୋଲିସର ସୂଚନାନୁସାରେ, ହରିୟାଣାର ହିସାର ନିବାସୀ ଫୋଗାଟଙ୍କର ହୃଦଘାତରେ ସନ୍ଦେହଜନକ ଥିଲା ଯାହା ପରେ ମଙ୍ଗଳବାର ସକାଳେ ତାଙ୍କୁ ଉତ୍ତର ଗୋଆ ଜିଲ୍ଲାର ଅଞ୍ଜୁନା ସ୍ଥିତ ଏସ୍ଏଏଚ ଡାକ୍ତରଖାନାକୁ ନିଆଯାଇଥିଲା । ତାଙ୍କୁ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ ।

ତାଙ୍କ ପୋଷ୍ଟମର୍ଟମ ବୁଧବାର ଗୋଆ ମେଡିକାଲ କଲେଜ (ଜିଏମଏଚସି) ରେ ହେବାର ଥିଲା କିନ୍ତୁ ବୁଧବାର ଫୋଗାଟଙ୍କ ଭାଇ ରିଙ୍କୁ ଢାକା ତାଙ୍କ ଭଉଣୀର ଦୁଇ ସହଯୋଗୀ ତାଙ୍କୁ ହତ୍ୟା କରିଥିବା ଦାବି କରିଥିଲେ। ଢାକା କହିଥିଲେ ଯେ ଗୋଆ ପୋଲିସ ଦୁଇ ଜଣଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜୀକରଣ କରିବା ପରେ ହିଁ ପରିବାର ପୋଷ୍ଟମର୍ଟମ ପାଇଁ ଅନୁମତି ଦେବେ। ଏହା ପରେ ପୋଲିସ ଅପମୃତ୍ୟୁ ନେଇ ଏକ ମାମଲା ରୁଜୁ କରିଥିଲା।

ଫୋଗାଟଙ୍କୁ ଦୁଇ ସହଯୋଗୀ ହତ୍ୟା କରିଛନ୍ତି

ଫୋଗାଟଙ୍କ ଭାଇ ରିଙ୍କୁ ଗୋଆ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ଯେ  ତାଙ୍କ ଭଉଣୀଙ୍କୁ ଦୁଇ ସହଯୋଗୀ ହତ୍ୟା କରିଛନ୍ତି। ଢାକା କହିଛନ୍ତି ଯେ ମୃତ୍ୟୁର କିଛି ସମୟ ପୂର୍ବରୁ ଫୋଗାଟ ତାଙ୍କ ମା, ଭଉଣୀ ଓ ଭାଉଜଙ୍କ ସହ କଥା ହୋଇଥିଲେ  ତା’ପରେ ସେ ନର୍ଭସ ହୋଇ ତାଙ୍କର ଦୁଇ ସହକର୍ମୀଙ୍କ ବିରୋଧରେ ଅଭିଯୋଗ କରିଥିଲେ।

ଢାକା କହିଛନ୍ତି ଯେ ଭଉଣୀଙ୍କ ମୃତ୍ୟୁ ପରେ ସିସିଟିଭି କ୍ୟାମେରା, ଲାପଟପ୍ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଜିନିଷ ସେମାନଙ୍କ ହରିୟାଣା ଫାର୍ମହାଉସରୁ ପାଉନାହାଁନ୍ତି । ଢାକା ଥାନାରେ ଅଭିଯୋଗ କରି କହିଛନ୍ତି ଯେ ତିନି ବର୍ଷ ପୂର୍ବେ ଫୋଗାଟଙ୍କର ଜଣେ ସହଯୋଗୀ ତାଙ୍କ ଖାଦ୍ୟରେ କିଛି ମିଶ୍ରଣ କରି ଯୌନ ଶୋଷଣ କରିଥିଲେ ଓ ପରେ ତାଙ୍କୁ ବ୍ଲାକମେଲ କରିଥିଲେ।

ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ବୁଧବାର କହିଛନ୍ତି ଯେ ଫୋଗାଟଙ୍କ ମୃତ୍ୟୁକୁ ରାଜ୍ୟ ପୋଲିସ ବିସ୍ତୃତ ଭାବେ ଯାଞ୍ଚ କରୁଛି। ଡାକ୍ତରଙ୍କ ଅନୁଯାୟୀ, ଫୋଗାଟଙ୍କ ହୃଦଘାତରେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି।
Published by:Sujit Swain
First published: