News18 Odia Digital
ଭୁବନେଶ୍ବର: ନିଜ ନିଜର ଫେଭରେଟ କଳାକାରଙ୍କ ପାଇଁ ଫ୍ୟାନ୍ସ କିଛି ବି କରିଥିବାର ନଜର ଆସନ୍ତି। କିଛି ଫ୍ୟାନ୍ସ ନିଜ ଫେଭରେଟ କଳାକାରଙ୍କ ଟି-ସାର୍ଟ ପିନ୍ଧି ନିଜ ପ୍ରେମ ପ୍ରକାଶ କରନ୍ତି ତ ଆଉ କିଛି କଳାକାରଙ୍କ ଜନ୍ମଦିନ ଧୁମଧାମରେ ପାଳନ କରି ପ୍ରେମ ଦେଖାଆନ୍ତି।
ହେଲେ ଏମିତି ଏକ ଫ୍ୟାନ ଅଛନ୍ତି ଯିଏ ନିଜର ଫେଭରେଟ ଗାୟିକାଙ୍କୁ ଏତେ ପ୍ରେମ କରୁଛନ୍ତି ଯିଏ ତାଙ୍କ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଅଛନ୍ତି। ଆମେ ଏଠାରେ କୌଣସି ପୁଅ ଫ୍ୟାନଙ୍କ ବିଷୟରେ କଥା ହେଉନାହୁଁ। ଆମେ ଏଠାରେ ଜଣେ ଝିଅ ଫ୍ୟାନଙ୍କ ବିଷୟରେ କହୁଛି।
ଆଜ୍ଞା ହଁ, ଜଣେ ଦିବ୍ୟାଙ୍ଗ ଝିଅ ଫ୍ୟାନ ଯିଏ ଓଡ଼ିଆ ଇଣ୍ଡଷ୍ଟ୍ରିର ଲୋକପ୍ରିୟ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀଙ୍କ ପାଇଁ ପୂରା ଦିୱାନୀ। ହେଲେ ନା ସେ ତାଙ୍କୁ କେବେ ଭେଟିଛନ୍ତି ନା ମୁହାଁମୁହିଁ କଥା ହୋଇଛନ୍ତି। ଖାଲି ତାଙ୍କ କଣ୍ଠ ଶୁଣି ସେ ତାଙ୍କ ପାଇଁ ପ୍ରକୃତ ଫ୍ୟାନ ସାଜିଛନ୍ତି। ଇତିମଧ୍ୟରେ ସେ ଏମିତି ଏକ କାମ କରିଛନ୍ତି ଯାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ।
କେବେ ହାତ କାଟି ଅନ୍ତରାଙ୍କ ପାଇଁ ନିଜର ପ୍ରେମ ଜାହିର କରିଥିଲେ ତ ଆଉ କେବେ ନିଜ ମୁଦିରେ ତାଙ୍କ ନାମ ଲେଖିଥିଲେ। ହେଲେ ଏଥର ପୂରା ଜୀବନ ପାଇଁ ଅନ୍ତରାଙ୍କ ନାମର ଟାଟୁ ନିଜ ହାତରେ କରି ପ୍ରକୃତ ଫ୍ୟାନ ସାଜିଛନ୍ତି।
ଏହି ଫ୍ୟାନ ଜଣକ ହେଲେ ସୁନ୍ଦରଗଡ଼ ବାସିନ୍ଦା ପ୍ରିୟଦର୍ଶିନୀ। ଗୋଟିଏ ଆଖିରେ ଦୁନିଆ ଦେଖୁଛନ୍ତି ସେ, ହେଲେ ଅନ୍ତରାଙ୍କ ପ୍ରେମ ପାଇଁ ସବୁ କିଛି କରୁଛନ୍ତି। ଟାଟୁ କରିବା ପୂର୍ବରୁ ସେ ହାତ କାଟି ଅନ୍ତରାଙ୍କ ନାମ ମଧ୍ୟ ଲେଖିଥିଲେ। ଯାହାକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା।
ସେପଟେ ଅନ୍ତରା ମଧ୍ୟ ପ୍ରିୟାଙ୍କ ଏହି କାମ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଆଉ ତାଙ୍କୁ ଟ୍ୟାଗ କରି ଲେଖିଛନ୍ତି, ‘‘ମୁଁ ଜାଣିନାହିଁ ଏଥିରେ କେମିତି ରିଆକ୍ସନ ଦେବି। ଧନ୍ୟବାଦ ଆପଣଙ୍କ ଏହି ପ୍ରେମ ପାଇଁ। ତୁମେ ଦୁନିଆର ସବୁଠୁ ବାହାରେ। ସୁସ୍ଥ ରୁହ। ସବୁବେଳେ ଖୁସିରେ ରୁହ ଆଉ ମତେ ଏମିତି ପ୍ରେମ କରୁଥାଅ।’’
ପ୍ରକାଶ ଥାଉକି ଅନ୍ତରା ଚକ୍ରବର୍ତ୍ତୀ, ଜଣେ ଓଡ଼ିଆ କଣ୍ଠଶିଳ୍ପୀ। ସେ ଚଳଚ୍ଚିତ୍ର, ଆଲବମ ଆଦିରେ କଣ୍ଠଦାନ କରନ୍ତି। ଏଯାବତ ସେ ୮୦ଟି କଥାଚିତ୍ର, ୫୦୦ଆଲବମ୍ ଓ ୧୫ଟି ଟେଲି ଧାରାବାହିକରେ କଣ୍ଠଦାନ କରିସାରିଛନ୍ତି। ଓଡ଼ିଆ ବ୍ୟତୀତ ସେ ହିନ୍ଦୀ ଓ ବଙ୍ଗଳା ଚଳଚ୍ଚିତ୍ରରେ ମଧ୍ୟ କଣ୍ଠଦାନ କରନ୍ତି। ତାଙ୍କ ପିତା ମୋହିତ ଚକ୍ରବର୍ତ୍ତୀ ଜଣେ ଓଡ଼ିଆ କଥାଚିତ୍ର ଗୀତିକାର।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।