News 18 Odia Digital
BJP: ଗଜଲ ଗାୟକ ମନହର ଉଦାସ ମଙ୍ଗଳବାର ଦିନ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ମନହର ଉଦାସ କହିଛନ୍ତି ଯେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜଣେ ପ୍ରଶଂସକ ଓ ସମସ୍ତ ପ୍ରକାର ଉପାୟରେ ଲୋକଙ୍କ ସେବା କରିବା ପାଇଁ ସେ ଚେଷ୍ଟା କରିବେ।
ସେ କହିଛନ୍ତି, ‘‘ମୁଁ ନରେନ୍ଦ୍ର ମୋଦିଙ୍କ ପାର୍ଟିରେ ଯୋଗ ଦେଇଥିବାରୁ ବହୁତ ଖୁସି। ବିଜେପିରେ ଯୋଗଦେବା ମୋର ଏକମାତ୍ର ଲକ୍ଷ୍ୟ ହେଉଛି ଦଳ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା କରାଯାଉଥିବା କାର୍ଯ୍ୟରେ ସହଯୋଗ କରିବା। ଯେହେତୁ ମୁଁ ଜଣେ କଳାକାର, ମୁଁ ପାର୍ଟି ପାଇଁ ଗୀତ ଲେଖିବି ଓ ଗାଇବି ମଧ୍ୟ।’’
ବର୍ତ୍ତମାନ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆମ୍ ଆଦମୀ ପାର୍ଟି ୧୦ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି ଯେଉଁଥିରେ ଆଦିବାସୀ, ପଛୁଆ ବର୍ଗ ଓ ଅନୁସୂଚିତ ଜାତିର ପ୍ରାର୍ଥୀ ସାମିଲ ହେବାକୁ ଦାବି କରିଛନ୍ତି। ବିଜେପି ଶାସିତ ଗୁଜୁରାଟରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି AAP ପ୍ରଥମେ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି।
ଗୁଜୁରାଟରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଘର। ତେବେ ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ଘୋଷଣା କରିନାହିଁ। ଡିସେମ୍ବର ୨୦୧୭ ରେ ରାଜ୍ୟରେ ଶେଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।