ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»ପର୍ଦ୍ଦା ପଛରେ କାହାଣୀ କହିଲେ ଗହନା; କିପରି ଅଶ୍ଳୀଳ ଫଟୋ ଓ ଭିଡ଼ିଓ ସୁଟ ହେଉଥିଲା

ପର୍ଦ୍ଦା ପଛରେ କାହାଣୀ କହିଲେ ଗହନା; କିପରି ଅଶ୍ଳୀଳ ଫଟୋ ଓ ଭିଡ଼ିଓ ସୁଟ ହେଉଥିଲା

ଗହନା ବଶିଷ୍ଠ ଇନଷ୍ଟାଗ୍ରାମରେ ତାଙ୍କର ଦୁଇଟି ଫଟୋ ସେୟାର କରିଛନ୍ତି। ଏହି ଫଟୋ କିପରି ସୁଟ ହୋଇଥିଲା ସେ ତାହାର ରହସ୍ୟ ବି କହିଛନ୍ତି।

ପର୍ଦ୍ଦା ପଛରେ କାହାଣୀ କହିଲେ ଗହନା; କିପରି ଅଶ୍ଳୀଳ ଫଟୋ ଓ ଭିଡ଼ିଓ ସୁଟ ହେଉଥିଲା
ରାଜ କୁନ୍ଦ୍ରାଙ୍କ ଗିରଫ ପରେ ଗହନା ଚର୍ଚ୍ଚାରେ ଅଛନ୍ତି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 10, 2021, 6:33 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ : ଅଶ୍ଳୀଳତା ମାମଲାକୁ ନେଇ ମଡେଲ ଗହନା ବଶିଷ୍ଠ ଖୁବ ଚର୍ଚ୍ଚାରେ ଅଛନ୍ତି। ରାଜ କୁନ୍ଦ୍ରା ମାମଲାରେ ତାଙ୍କ ନାମ ବି ଯୋଡା ଯାଉଛି। ଏବେ ସେ ସୋସିଆଲ ମିଡ଼ିଆରେ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋ ସେୟାର କରି ଅଶ୍ଳୀଳ ଫଟୋ ଆଉ ଭିଡ଼ିଓ କିପରି ସୁଟିଂ ହେଉଥିଲା ସେ ତାଙ୍କ ପ୍ରଶଂସକଙ୍କୁ କହିଛନ୍ତି। ଗହନା ବଶିଷ୍ଠ କହିଛନ୍ତି, ତାଙ୍କୁ କିମ୍ବା ଅନ୍ୟ କୌଣସି ମଡେଲଙ୍କୁ ବିନା କପଡ଼ାରେ ଅଶ୍ଳୀଳ ଫଟୋ ସୁଟ କରିବା ନେଇ ବାଧ୍ୟ କରାଯାଉ ନ ଥିଲା ।

ଗହନା ବଶିଷ୍ଠ ଇନଷ୍ଟାଗ୍ରାମରେ ତାଙ୍କର ଦୁଇଟି ଫଟୋ ସେୟାର କରିଛନ୍ତି। ଏହି ଫଟୋ କିପରି ସୁଟ ହୋଇଥିଲା ସେ ତାହାର ରହସ୍ୟ ବି କହିଛନ୍ତି। ଫଟୋ ସେୟାର କରି ଗହନା କ୍ୟାପସନରେ ଲେଖିଛନ୍ତି ଯେ “ହୟାତ ରେଜେନ୍ସୀରେ ଫଟୋ ସୁଟ କରିବା ବେଳେ ଆମେ ପାଖାପାଖି ୨୦ ଲୋକ ଉପସ୍ଥିତ ଥିଲୁ। ମୋର କୌଣସି ଯୌନ ଶୋଷଣ ହୋଇନି। ନା ମୁଁ ନିଶାରେ ଥିଲି ନା ମୁଁ ସେଟରେ କୌଣସି ଜୁସ ପିଇଥିଲି। ମୁଁ ସମ୍ପୂର୍ଣ୍ଣ ହୋସରେ ଥିଲି। ମୁଁ ଏକ ଅଟୋରେ ସେଟକୁ ଯାଇଥିଲି। ଦ୍ୱିତୀୟ ଅଟୋରେ ସୁରକ୍ଷିତ ଭାବେ ଫେରିଆସିଥିଲି ମଧ୍ୟ। ମତେ ମୋ ପାରିଶ୍ରମିକ ମଧ୍ୟ ମିଳିଯାଇଥିଲା। ସବୁଠାରୁ ବଡ଼ କଥା ହେଲା ମତେ ୧୮ ବର୍ଷ ଓ ମୁଁ ଜଣେ କଳାକାର। ଦୟାକରି ଦେଢ଼ ବର୍ଷ ଅଧିକ ପରେ ବି ମୋ ନିର୍ମାତା ଉପରେ ୩୭୦, ୩୭୬ ଓ ୩୫୪ ଧାରା ଲଗାନ୍ତୁ ନାହିଁ।”

ପ୍ରକାଶଥାଉ ଯେ ଏହା ପୂର୍ବରୁ ଗହନା ବଶିଷ୍ଟ ମୁମ୍ବାଇ ପୁଲିସ ଉପରେ ବି ଅଭିଯୋଗ ଆଣିଥିଲେ। ସେ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଥିଲେ, ଯେଉଁଥିରେ ସେ ଏକ ଫଟା ଡ୍ରେସ ପିନ୍ଧିଥିଲେ। ଏନେଇ ସେ ମୁମ୍ବାଇ ପୋଲିସକୁ ଦୋଷୀ କରିଥିଲେ। ସେ ଫଟୋ ସହିତ ଏକ ଲମ୍ବା ପୋଷ୍ଟ ମଧ୍ୟ ଲେଖିଥିଲେ।

ଅଶ୍ଳୀଳ ଫିଲ୍ମ ତିଆରି କରିବା ନେଇ ମୁମ୍ବାଇ ପୋଲିସ ଫେବୃଆରୀରେ ଗହନା ବଶିଷ୍ଠଙ୍କୁ ଗିରଫ କରିଥିଲା। ସେ ଏବେ ବେଲରେ ବାହାରେ ଅଛନ୍ତି। ସେ ରାଜ କୁନ୍ଦ୍ରାଙ୍କ ଗିରଫ ପରେ ଚର୍ଚ୍ଚାକୁ ଆସିଥିଲେ। ସେତେବେଳେ ସେ ଲୋକଙ୍କୁ ଏରୋଟିକ ଓ ପର୍ଣ୍ଣ ଭିଡ଼ିଓ ଭିତରେ ଫରକ କ’ଣ କହିଥିଲେ। ଗହନା ୱେବ ସିରିଜ ‘ଗନ୍ଦୀ ବାତ’ରେ ନଜର ଆସିଥିଲେ।
Published by: Soumya Das
First published: September 10, 2021, 6:33 PM IST