ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»ଶର୍ଲିନ ଚୋପ୍ରା ରାଜ କୁନ୍ଦ୍ରାଙ୍କୁ ପୂଜା କରିବା ଦରକାର; ଏମିତି କାହିଁକି କହିଲେ ଗେହନା ବଶିଷ୍ଠ

ଶର୍ଲିନ ଚୋପ୍ରା ରାଜ କୁନ୍ଦ୍ରାଙ୍କୁ ପୂଜା କରିବା ଦରକାର; ଏମିତି କାହିଁକି କହିଲେ ଗେହନା ବଶିଷ୍ଠ

ପୁଣି ଥରେ ଗେହନା ଶର୍ଲିନଙ୍କ ଉପରେ ବର୍ଷିଥିବା ଦେଖାଦେଇଛି। ସେ କହିଛନ୍ତି ଯେ ଶର୍ଲିନ ଚୋପ୍ରା ରାଜ କୁନ୍ଦ୍ରାଙ୍କୁ ପୂଜା କରିବା ଦରକାର।

ଶର୍ଲିନ ଚୋପ୍ରା ରାଜ କୁନ୍ଦ୍ରାଙ୍କୁ ପୂଜା କରିବା ଦରକାର; ଏମିତି କାହିଁକି କହିଲେ ଗେହନା ବଶିଷ୍ଠ
ଗେହନା ଶର୍ଲିନଙ୍କ ଉପରେ ବର୍ଷିଥିବା ଦେଖାଦେଇଛି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 29, 2021, 12:30 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ : ଯେବେଠାରୁ ରାଜ କୁନ୍ଦ୍ରାଙ୍କ ଅଶ୍ଳୀଳତା ମାମଲା ସାମ୍ନାକୁ ଆସିଛି ସେବେଠାରୁ ଶର୍ଲିନ୍ ଚୋପ୍ରା ଓ ଗେହନା ବଶିଷ୍ଠଙ୍କ ମଧ୍ୟରେ ବିବାଦ ବଢ଼ିଯାଇଛି। ଦୁହେଁ ପରସ୍ପରଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି। ଏବେ ପୁଣି ଥରେ ଗେହନା ଶର୍ଲିନଙ୍କ ଉପରେ ବର୍ଷିଥିବା ଦେଖାଦେଇଛି। ସେ କହିଛନ୍ତି ଯେ ଶର୍ଲିନ ଚୋପ୍ରା ରାଜ କୁନ୍ଦ୍ରାଙ୍କୁ ପୂଜା କରିବା ଦରକାର।

ଶର୍ଲିନ୍ ଚୋପ୍ରା ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ବିପକ୍ଷରେ କହିବା କେବଳ ନିଜ ଲୋକପ୍ରିୟତାକୁ ବଢ଼େଇବା ଛଡ଼ା ଆଉ କିଛି ନୁହେଁ ବୋଲି ଗେହନା କହିଛନ୍ତି। ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଗେହନା ବଶିଷ୍ଠ କହିଛନ୍ତି ଯେ ଶର୍ଲିନ୍ ଶିଳ୍ପା ଶେଟ୍ଟୀଙ୍କ ଉପରେ ବ୍ୟକ୍ତିଗତ ମତ ଦେଇ କେବଳ ଚର୍ଚ୍ଚାରେ ରହିବାକୁ ଚାହାଁନ୍ତି। ତାଙ୍କ ପାଖରେ ଆଉ କିଛି କରିବାକୁ ନାହିଁ। ତେଣୁ ସେ ଏଭଳି କରୁଛନ୍ତି। ସେ ନିଜର ମତ ଦେଲାବେଳେ ସେଥିପ୍ରତି ଧ୍ୟାନ ମଧ୍ୟ ଦେଉ ନାହାଁନ୍ତି। ଶିଳ୍ପା ମଧ୍ୟ ଶର୍ଲିନଙ୍କ ମତକୁ ସେତେ ଗୁରୁତ୍ୱ ଦେଉ ନାହାଁନ୍ତି। ତାଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିବା ଉଚିତ ବୋଲି ଗେହନା କହିଛନ୍ତି।

ଗେହନା ଆହୁରି ମଧ୍ୟ କହିଛନ୍ତି ଯେ ଶର୍ଲିନ ରାଜ କୁନ୍ଦ୍ରାଙ୍କ ପାଖରେ କେବଳ ଋଣୀ ହେବା ଉଚିତ ନୁହେଁ ତାଙ୍କୁ ପୂଜା କରିବା ମଧ୍ୟ ଦରକାର। ଆଜି ଶର୍ଲିନ୍ ଚୋପ୍ରା ଯାହା ବି କିଛି ହୋଇପାରିଛନ୍ତି କେବଳ ରାଜ କୁନ୍ଦ୍ରାଙ୍କ ପାଇଁ। ସେ ଶର୍ଲିନ୍ ହିଁ ଥିଲେ ଯିଏ ରାଜ କୁନ୍ଦ୍ରାଙ୍କୁ ବୋଲ୍ଡ କଣ୍ଟେଣ୍ଟ୍‌ କରିବା ନେଇ ଉସକେଇଥିଲେ। ଶର୍ଲିନ ରାଜ କୁନ୍ଦ୍ରାଙ୍କୁ ଅଢ଼େଇ ବର୍ଷ ତଳେ ଭେଟିଥିଲେ। କିନ୍ତୁ ସେ ୨୦୧୨ରୁ ପର୍ଣ୍ଣ କଣ୍ଟେଣ୍ଟ୍ କରୁଛନ୍ତି। ସେ କେବଳ ପଟି ମାରିବା ଜାଣିଛନ୍ତି। ବର୍ତ୍ତମାନ ସେ ଖବରକୁ ପଥଭ୍ରଷ୍ଟ କରୁଛନ୍ତି। ସେ ଭଲ ଭାବରେ ଜାଣିଛନ୍ତି ଯେ ରାଜ କୁନ୍ଦ୍ରାଙ୍କ ବିରୋଧରେ କହିଲେ ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିବେ। ଯେତେବେଳେ ରାଜ କୁନ୍ଦ୍ରା ଜେଲରୁ ବାହାରିଲେ ଶର୍ଲିନଙ୍କୁ ଲାଗିଲା ଲୋକେ ତାଙ୍କୁ ଭୁଲିଯିବେ ତେଣୁ ସେ ଶିଳ୍ପାଙ୍କ ଉପରେ ଆକ୍ରମଣ କରିବା ଆରମ୍ଭ କରିଦେଲେ। କିନ୍ତୁ ଶିଳ୍ପାଙ୍କ ପାଇଁ ତାଙ୍କ କଥାର କୌଣସି ଅସ୍ତିତ୍ୱ ନାହିଁ।

କିଛିଦିନ ହେବ ଶର୍ଲିନ ଚୋପ୍ରା ସୋସିଆଲ ମିଡ଼ିଆ ଓ ସାକ୍ଷାତକାରରେ ଶିଳ୍ପା ଶେଟ୍ଟୀଙ୍କୁ ଟାର୍ଗେଟ୍ କରୁଛନ୍ତି। ଶର୍ଲିନ କୁହନ୍ତି ଯେ ରାଜ କୁନ୍ଦ୍ରା ହିଁ ତାଙ୍କୁ ପୋର୍ଣ୍ଣୋଗ୍ରାଫି କରିବା ନେଇ ପ୍ରବର୍ତ୍ତାଇଥିଲେ। ସେ ପ୍ରଥମରୁ ହିଁ ରାଜଙ୍କ ବିରୋଧରେ କହିଆସୁଛନ୍ତି। କିନ୍ତୁ ଗହନା ବଶିଷ୍ଠ ରାଜ କୁନ୍ଦ୍ରାଙ୍କ ଗିରଫ ପରଠାରୁ ଶିଳ୍ପା ଶେଟ୍ଟୀ ଓ ତାଙ୍କ ସପକ୍ଷରେ କହିଆସୁଛନ୍ତି। ଅଶ୍ଳୀଳ ମାମଲାରେ ଗହନା ବଶିଷ୍ଠଙ୍କୁ ମଧ୍ୟ ଜେଲର ହାୱା ଖାଇବାକୁ ପଡିଛି। ଗହାନାଙ୍କ କହିବା କଥା ସେ ପୋର୍ଣ୍ଣ କଣ୍ଟେଣ୍ଟ୍‌ ନୁହେଁ ବରଂ ଏରୋଟିକ ଭିଡ଼ିଓ କରୁଥିଲେ।
Published by: Soumya Das
First published: September 29, 2021, 12:30 PM IST