News18 Odia Digital
Hussain Rabi gandhi Death: ପ୍ରଖ୍ୟାତ କବି ତଥା ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ପୁରୋଧା ଡଃ ହୁସେନ ରବି ଗାନ୍ଧିଙ୍କ ଦେହାନ୍ତ ହୋଇଛି। ଗତ କିଛି ଦିନ ହେବ ସେ ଅସୁସ୍ଥ ଥିଲେ। ଆଜ ୧୨.୩୫ ସମୟରେ ସେ ଦେହତ୍ୟାଗ କରିଥିଲେ।
ଜୟା କିଶୋରୀ ଓ ବାବା ବାଗେଶ୍ୱର; କିଏ ବଡ଼; କାହାର ଅଧିକ ଶିକ୍ଷାଗତ ଯୋଗ୍ୟତା
ଜାତି ବର୍ଣ୍ଣ ବର୍ଗ ନିର୍ବିଶେଷରେ ଜଣେ ବାଗ୍ମୀ, କବି, ଓଡିଶା ସାହିତ୍ୟ ଏକାଡେମୀ ପୂର୍ବତନ ସଭାପତି, ଜଣେ ସୁବକ୍ତା ଭାବେ ହୁସେନ ରବି ବେଶ ପରିଚିତ ଥିଲେ। ସମସ୍ତଙ୍କ ପାଖରେ ପ୍ରିୟ ହୁସେନ ଭାଇ ନାମରେ ବେଶ ପରିଚିତ ଥିଲେ ସେ। ଜଣେ ବିଶିଷ୍ଟ ପ୍ରଗତିବାଦୀ ଲେଖକ, ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ତଥା ବିଜୁ ଜନତା ଦଳର ସାଧାରଣ ସମ୍ପାଦକଙ୍କ ବିୟୋଗରେ ବୁଦ୍ଧିଜୀବୀ ମହଲରେ ଦୁଃଖର ଛାୟା ଖେଳି ଯାଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।