ଇନ୍ଦିରା ଗାନ୍ଧୀଙ୍କ ସହ ଥିବା ମହିଳା ଜଣଙ୍କ ସୁପରଷ୍ଟାରଙ୍କ ମାଆ
News 18 Odia Digital
ମୁମ୍ୱାଇ; ଶାହାରୁଖ ଖାନ ତାଙ୍କ ଅଭିନୟର ଯାଦୁରେ ବଲିଉଡରେ ନିଜର ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ତାଙ୍କ ମାତା ଲତିଫ ଫାତିମା ଖାନ ମଧ୍ୟ ତାଙ୍କ ସମୟର ଜଣେ ଶକ୍ତିଶାଳୀ ମହିଳା ଥିଲେ । ସେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ଅତି ନିକଟତର ଥିଲେ । ସେ ଇଂଲଣ୍ଡର ଅକ୍ସଫୋର୍ଡରେ ଅଧ୍ୟୟନ କରିବା ପରେ ପ୍ରଥମ ଶ୍ରେଣୀର ମାଜିଷ୍ଟ୍ରେଟ୍ ଥିଲେ ।
ବଲିଉଡ କିଙ୍ଗ ଶାହରୁଖ ଖାନ ତାଙ୍କ ଅଭିନୟ ଯାଦୁରେ ନିଜର ସ୍ଵତନ୍ତ୍ର ସ୍ଥାନ ବଜାୟ ରଖିଛନ୍ତି । ସେ ପ୍ରଶଂସକଙ୍କ ହୃଦୟରେ ସବୁବେଳେ ରାଜ କରନ୍ତି । ଯେଉଁଥିପାଇଁ ତାଙ୍କୁ ବଲିଉଡର ସୁପରଷ୍ଟାର କୁହାଯାଏ ଏବଂ ତାଙ୍କୁ କିଙ୍ଗ ଖାନ, ବାଦଶାହଙ୍କ ଭଳି ନାମ ଦିଆଯାଇଛି । ତାଙ୍କ ସମୟରେ ତାଙ୍କ ମାତା ଲତିଫ ଫାତିମା ଖାନ ମଧ୍ୟ ଜଣେ ଶକ୍ତିଶାଳୀ ମହିଳା ଥିଲେ । ଏଥିସହ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସହ ତାଙ୍କର ଅତି ଘନିଷ୍ଠତା ଥିଲେ। ପରେ ହାଇଦ୍ରାବାଦର ବାସିନ୍ଦା ଲାତିଫ ଫାତିମା ଇନ୍ଦିରା ଗାନ୍ଧୀଙ୍କ ସହ ମିଶି କାମ କରିଥିଲେ । ସେ ଇଂଲଣ୍ଡର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରି ପ୍ରଥମ ଶ୍ରେଣୀର ମାଜିଷ୍ଟ୍ରେଟ ଥିଲେ । ସେହି ସମୟରେ ଜଣେ ମହିଳାଙ୍କ ପାଇଁ ଏହା ଏକ ବଡ କଥା ଥିଲା ।
ସେତେବେଳେ ଶାହାରୁଖ ଖାନଙ୍କ ମା ସମୟଠାରୁ ଆଗରେ ଥିଲେ । ସେ ବହୁତ ସୁନ୍ଦର ମହିଳା ଥିଲେ । ଶାହାରୁଖ ଖାନଙ୍କ ପିତା ପାକିସ୍ଥାନର ପେଶୱାରର ବାସିନ୍ଦା ଥିଲେ। ସେ MA, LLB କରିଥିଲେ ଏବଂ ଅନେକ ଭାଷାରେ ଭଲଭାବେ ପାରଙ୍ଗମ ଥିଲେ । ଶାହାରୁଖଙ୍କ ପିତାମାତା ପ୍ରେମ ବିବାହ କରିଥିଲେ । ଏକ ଦୁର୍ଘଟଣାରେ ତାଙ୍କ ମାଆ ଆହତ ହୋଇଥିଲେ । ଡାକ୍ତରଖାନା ଥିବା ସମୟରେ ସେଠାରେ ଉପସ୍ଥିତ ଥିବା ତାଙ୍କ ପିତା ରକ୍ତ ଦେଇଥିଲେ । ପରେ ଦୁହେଁ ପ୍ରେମରେ ପଡ଼ିଗଲେ ଏବଂ ସେମାନେ ବିବାହ କଲେ । ଶାହାରୁଖଙ୍କ ପିତା ତାଙ୍କ ମା ଠାରୁ ୧୧ ବର୍ଷ ବଡ ଥିଲେ । ବଲିଉଡରେ ଡେବ୍ୟୁ ପୂର୍ବରୁ ଶାହାରୁଖ ଖାନଙ୍କ ମାଙ୍କର ଦେହାନ୍ତ ହୋଇଥିଲା । ସେ ୧୯୯୧ ମସିହାରେ ବଡ ଭଉଣୀ ଶାହନାଜ ଲାଲୁରୁଖ ଏବଂ ଶାହାରୁଖଙ୍କୁ ଛାଡ଼ି ଆରପାରିକୁ ଚାଲି ଯାଇଥିଲେ । ତା’ପରେ ଶାହାରୁଖଙ୍କୁ ତାଙ୍କ ଭଉଣୀର ଦାୟିତ୍ଵ ଗ୍ରହଣ କରିବାକୁ ପଡିଲା ।
ଶାହାରୁଖ ଖାନ ୧୯୯୨ ମସିହାରେ ଦିୱାନା ଚଳଚ୍ଚିତ୍ରରୁ ବଲିଉଡରେ ଡେବ୍ୟୁ କରିଥିଲେ। ଏହା ପରେ ସେ ଅନେକ ଚଳଚ୍ଚିତ୍ରରେ କାମ କରି ବଲିଉଡର ସୁପରଷ୍ଟାର ହୋଇଥିଲେ । ସେ ଜଣେ ରୋମାଣ୍ଟିକ୍ ଅଭିନେତା ଭାବରେ ନିଜର ପରିଚୟ ସୃଷ୍ଟି କରିଥିଲେ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।