News18 Odia Digital
ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ଆଲିଆ ଭଟ୍ଟ ଆଜିକାଲି ବେଶ ଚର୍ଚ୍ଚାରେ ରହୁଛନ୍ତି । କେବେ ରଣବୀର କପୁରଙ୍କ ସହ ବିବାହକୁ ନେଇ ତ କେତେବେଳେ ଟ୍ରୋଲ୍ର ଶିକାର ହେଉଛନ୍ତି ଆଲିଆ । ଏବେ ଆଉ ଏକ ଅଡ଼ୁଆରେ ଫସି ଯାଇଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ । ନିକଟରେ ଆଲିଆ ଭଟ୍ଟ ଏକ ବିବାହ ପୋଷାକ ବ୍ରାଣ୍ଡର ବିଜ୍ଞାପନ(କନ୍ୟାଦାନ) କରିଥିଲେ । ଆଲିଆଙ୍କ ବିଜ୍ଞାପନକୁ ନେଇ ମୁମ୍ବାଇର ସାଣ୍ଟାକ୍ରୁଜ୍ ପୋଲିସ୍ ଷ୍ଟେସନରେ ଆଲିଆଙ୍କ ବିରୋଧରେ ଅଭିଯୋଗ ହୋଇଥିବାର ଜଣାପଡ଼ିଛି ।
ଏହି ମାମଲାରେ ମାନ୍ୟବର କମ୍ପାନୀ ଓ ଆଲିଆ ଭଟ୍ଟଙ୍କ ବିରୋଧରେ ଅଭିଯୋଗ ହୋଇଛି । ଆଲିଆ ହିନ୍ଦୁ ଧର୍ମର ଭାବନାକୁ ଆଘାତ ଦେଇଛନ୍ତି ବୋଲି ଅଭିଯୋଗ ହୋଇଛି । ଏହି ବିଜ୍ଞାପନରେ ଅଭିଷେକ ବର୍ମନଙ୍କ ନିର୍ଦ୍ଦେଶିତ ଏକ ବ୍ରାଇଡାଲ ୱିଅର୍ ବ୍ରାଣ୍ଡ ପାଇଁ ଆଲିଆଙ୍କୁ ଏଥିରେ କନ୍ୟା ରୂପରେ ଦେଖାଯାଇଛି।
ଆଲିଆ ଭଟ୍ଟ ତାଙ୍କ ନୂଆ ବିଜ୍ଞାପନ ଭିଡ଼ିଓରେ କହିଛନ୍ତି ଯେ ବିବାହ ପରେ 'କନ୍ୟାଦାନ' ସମାରୋହ କାହିଁକି ହୋଇଥାଏ ? ଝିଅମାନେ କ’ଣ ଏକ ବସ୍ତୁ, ଯାହାକୁ ଦାନ କରାଯିବ? ବିଜ୍ଞାପନରେ ଆଲିଆ ତାଙ୍କ ଭବିଷ୍ୟତ ସ୍ୱାମୀଙ୍କ ସହ ମଣ୍ଡପରେ ବସି ଦର୍ଶକଙ୍କୁ ତାଙ୍କ ମନର କଥା କହୁଛନ୍ତି । ସେ ତାଙ୍କ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ବିଷୟରେ କୁହନ୍ତି ଯେ ସେମାନଙ୍କୁ ତାଙ୍କୁ କେତେ ଭଲ ପାଆନ୍ତି। ସେ ତାଙ୍କ ଜେଜେମା, ବାପା ଓ ମାଙ୍କ ବିଷୟରେ କୁହନ୍ତି। ତେବେ ବିବାହରେ 'କନ୍ୟାଦାନ'ର ପ୍ରଥା ବିରୋଧରେ ସେ ଏକ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି। ସେ କୁହନ୍ତି “ମୁଁ କ’ଣ କେବଳ ଦାନରେ ଯିବାର ବସ୍ତୁ କି? ତେବେ କନ୍ୟାଦାନ କାହିଁକି? ତେବେ ଆଲିଆଙ୍କ ଏହି ବିଜ୍ଞାପନ ସାମ୍ନାକୁ ଆସିବା ପରେ ଅନେକ ଲୋକ ସୋସିଆଲ ମିଡିଆରେ ନିଜର ମତ ରଖିଥିଲେ। ଏହି ବିଜ୍ଞାପନ ଭିଡ଼ିଓକୁ ଲୋକେ ନାପସନ୍ଦ କରିଛନ୍ତି ।
ନିକଟରେ ଆଲିଆଙ୍କ ଏହି ବିଜ୍ଞାପନକୁ ନେଇ ଅଭିନେତ୍ରୀ କଙ୍ଗନା ରାଣାୱତ ମଧ୍ୟ ନିଜର ପ୍ରତିକ୍ରିୟା ରଖିଥିଲେ । ବିଜ୍ଞାପନରେ ନିଜର ବିଚାରକୁ ଶେୟାର କରି କଙ୍ଗନା ରାଣାୱତ ଆଲିଆ ଭଟ୍ଟ ଓ ବ୍ରାଣ୍ଡକୁ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଟ୍ୟାଗ କରିଥିଲେ । କଙ୍ଗନା ବିଶାସ କରନ୍ତି ଯେ ଏହି ବିଜ୍ଞାପନ ଗ୍ରାହକଙ୍କୁ ବିଭ୍ରାନ୍ତ କରିବା ଓ ଧର୍ମ ଓ ସଂଖ୍ୟାଲଘୁ ରାଜନୀତିର ଫାଇଦା ଉଠାଇବା ପାଇଁ ଏକ ପ୍ରୟାସ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।