Pushpa 2: ମାଲକାନଗିରି ଅଞ୍ଚଳରେ ଆରମ୍ଭ ହେଲା ‘ପୁଷ୍ପା -୨’ର ସୁଟିଂ; ଆସିବେ ଅଲ୍ଲୁ ଅର୍ଜୁନ

ମାଲକାନଗିରି ଅଞ୍ଚଳରେ ଆରମ୍ଭ ହେଲା ‘ପୁଷ୍ପା -୨’ର ସୁଟିଂ; ଆସିବେ ଅଲ୍ଲୁ ଅର୍ଜୁନ

ମାଲକାନଗିରି ଅଞ୍ଚଳରେ ଆରମ୍ଭ ହେଲା ‘ପୁଷ୍ପା -୨’ର ସୁଟିଂ; ଆସିବେ ଅଲ୍ଲୁ ଅର୍ଜୁନ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Pushpa The Rule Part 2: ମାଲକାନଗିରିରେ ଅଞ୍ଚଳରେ ଆରମ୍ଭ ହୋଇଛି ଫିଲ୍ମ ପୁଷ୍ପା -୨ର ସୁଟିଂ । ଏନେଇ ସୁଟିଂ ପାଇଁ ଉପଯୁକ୍ତ ସ୍ଥାନ ବୁଲି ଦେଖୁଛନ୍ତି ‘ପୁଷ୍ପା -୨’ର ନିର୍ଦ୍ଦେଶକ ସୁକୁମାର । ଏହି ଟିମ୍‌ରେ ସହାୟକ ନିର୍ଦ୍ଦେଶକ ଏମ. ପ୍ରସାଦ ବି ସୁଟିଂ ସ୍ଥାନ ପରିଦର୍ଶନ କରିଛନ୍ତି । ସାଉଥଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଭିନୀତି ଫିଲ୍ମ ‘ପୁଷ୍ପା -୨’କୁ ନେଇ ଉତ୍ସାହିତ ଅଛନ୍ତି ସମସ୍ତେ । ମାଲକାନଗିରିରେ ଫିଲ୍ମର ପୁରା ଟିମ୍ ପହଞ୍ଚି ଏହି ସୁଟିଂ କରୁଛି । ମାଲକାନଗିରିର ଜଙ୍ଗଲ, ପାହାଡ ଇଲାକାରେ ଫିଲ୍ମର ସୁଟିଂ କରାଯାଉଛି । ନିର୍ଦ୍ଦେଶକ ସୁକୁମାର, ପୋଲାଣ୍ଡରୁ ଆସିଥିବା ଡିଓପି କୁବା ମିରେସଲୋ ଓ ଆସୋସିଏଟ ଡାଇରେକ୍ଟରଙ୍କ ସହ ୨୦ ଜଣିଆ ଟିମ୍ ମାଲକାନଗିରି ଆନ୍ଧ୍ର ସୀମାନ୍ତବର୍ତ୍ତୀ କାଲିମେଳା ଅଞ୍ଚଳରେ ସୁଟିଂ ଲାଗି ପ୍ରକ୍ରିୟା ଆରମ୍ଭ କରିଛନ୍ତି ।

ଏପ୍ରିଲ୍‌ ୭ ତାରିଖରେ ଫିଲ୍ମ ‘ପୁଷ୍ପା -୨’ର ପୋଷ୍ଟର ଓ ଟିଜିର ମଧ୍ୟ ରିଲିଜ୍ ହୋଇଛି । ତେବେ, ରିଲିଜ ହୋଇଥିବା ଟିଜର ଆରମ୍ଭରେ ଏହା ଦେଖିବାକୁ ମିଳିଛି ଯେ, ପୁଷ୍ପାକୁ ପୋଲିସର ଏନକାଉଣ୍ଟରରେ ହତ୍ୟା କରାଯାଇଥିବା ଖବର ଆସୁଛି । ତାଙ୍କୁ ଆଠଟି ଗୁଳି ମିଳିଥିବା କୁହାଯାଉଛି। ଯେଉଁମାନଙ୍କ ପାଇଁ ସେ ମହାନ ଥିଲା, ସେମାନେ ଏହି ଖବର ପାଇ ହିଂସା ସୃଷ୍ଟ କରୁଛନ୍ତି । କିନ୍ତୁ ଦିନେ ଏକ ଫୁଟେଜ୍ ଆସୁଛି । ଯେଉଁଥିରେ ବାଘ ଆଗକୁ ଯାଉଥିବା ବେଳେ ହଠାତ୍ ଅଟକି ଯାଇ ଦୁଇ ପାଦ ପଛକୁ ଚାଲି ଯାଉଛି । ଏହି ସମୟରେ ‘ପୁଷ୍ପା’ ଏଣ୍ଟ୍ରି ମାରିବାର ଦୃଶ୍ୟ ବଣରେ ଲାଗିଥିବା ସିସିଟିଭି ଫୁଟେଜ୍ ମାଧ୍ୟମରେ ଦେଖାଯାଇଛି ।

ତେବେ, ଆସନ୍ତା ୭ ତାରିଖରେ ‘ପୁଷ୍ପା -୨’ର ସୁଟିଂ ଆରମ୍ଭ ହେବ ବୋଲି ଜଣାପଡିଛି । ତେବେ, ଫିଲ୍ମର ହିରୋ ତଥା ସାଉଥଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ଦେଖିବା ପାଇଁ ପ୍ରବଳ ଭିଡ ହେବ । ତେବେ, ଫିଲ୍ମର ଅଧିକାଂଶ ସୁଟିଂ ଏଠାରେ ହେବ ବୋଲି ‘ପୁଷ୍ପା ’ ଟିମ୍ ପକ୍ଷରୁ କୁହାଯାଉଛି । ସେପଟେ, ‘ପୁଷ୍ପା -୨’ର ସୁଟିଂକୁ ନେଇ ଜିଲ୍ଲାପାଳଙ୍କ ଠାରୁ ପୁଣି ଥରେ ଅନୁମତି ଲୋଡିବେ ନିର୍ମାତା ବୋଲି ଜଣାପଡିଛି । ପୋଲୁର ମାନମକୋଣ୍ଡା ଆଖପାଖ ଗାଁରେ ଫିଲ୍ମର ସୁଟିଂ ହେବ ବୋଲି ସୂଚନା ମିଳିଛି। ପୂର୍ବରୁ ପୁଷ୍ପା ୨ର ସୁଟିଂ ସ୍ୱାଭିମାନ ଅଞ୍ଚଳରେ ହେବ ବୋଲି ଚର୍ଚ୍ଚା ହେଉଥିଲା। କିଛିଦିନ ପୂର୍ବେ ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ପାଦଦେଶ ଆନ୍ଧ୍ରପ୍ରଦେଶ ତରାବୁରେ ଚଳଚ୍ଚିତ୍ର ‘ପୁଷ୍ପା-୨’ର ସୁଟିଂ ଆରମ୍ଭ ହୋଇଥିଲା।

ସେହିପରି ‘ପୁଷ୍ପା -୨’ର ପୋଷ୍ଟରରେ ଦେଖିବାକୁ ମିଳିଛି ଯେ, ବେକକୁ ବଙ୍କା କରି ଛିଡ଼ା ହୋଇଥିବା ପୁଷ୍ପା, ଶରୀରରେ ଶାଢୀ ଗୋଟିଏ ହାତରେ ପିସ୍ତଲ ଆଉ ସେହି ହାତର ନଖରେ ନେଲପଲିସ ଲଗାଇଥିବାର ନଜର ଆସୁଛନ୍ତି। ହାତରେ ଚୁଡ଼ି ସହ ଗଳାରେ କଞ୍ଚା ଲେମ୍ବୁର ମାଳା ପକାଇଥିବା ଏହି ଫଟୋକୁ ନେଇ ଫ୍ୟାନ୍ସଙ୍କ ଭିତରେ ଏବେ ବେଶ ଚର୍ଚ୍ଚା ଚାଲିଛି ଯେ, ପ୍ରକୃତରେ ଏହି ପୋଷ୍ଟର ପଛରେ କାରଣ କଣ ରହିଛି । ପୋଷ୍ଟର ରିଲିଜ ହେବା ମାତ୍ରେ ଚାତକ ପରି ଚାହିଁ ରହିଥିବା ଫ୍ୟାନ୍ସ ମାନେ ବେଶି ଚକିତ ହୋଇଥିଲେ ଅଲ୍ଲୁ ଅର୍ଜୁନଙ୍କ ଏପରି ଅବତାର ଦେଖି। ଫ୍ୟାନ୍ସ ମାନେ ଆଶା କରିଥିଲେ ଯେ ତାଙ୍କୁ ତାଙ୍କ ସିଗ୍ନେଚର ପୋଜରେ ଦେଖିବାକୁ ମିଳିବ । ହାତରେ ବନ୍ଧୁକ, ଅଣ୍ଟାରେ ଲୁଙ୍ଗୀ ସହ ଶତ୍ରୁମାନଙ୍କ ସହିତ ଲଢୁଥିବା ପୋଜ୍ ଥିବା ଭାବିଥିଲେ ଫ୍ୟାନ୍ସମାନେ । ହେଲେ ଯଦି ଆପଣ'ପୁଷ୍ପା: ଦି ରାଇଜ୍' ଦେଖିଛନ୍ତି, ତେବେ ଆପଣ ଜାଣିବେ ପୁଷ୍ପରାଜର ମହିଳା ଚରିତ୍ର ପ୍ରତି କି ପ୍ରକାର ମନୋଭାବ ରଖିଥିଲେ। ହେଲେ ମେକର୍ସ ମାନେ ଏହି ଗୋଟିଏ ପୋଷ୍ଟର ସହିତ ଫ୍ୟାନ୍ସଙ୍କ ଧାରଣାକୁ ପୂରା ଓଲଟପାଲଟ କରିଦେଇଛନ୍ତି।



ପଢନ୍ତୁ ଏହି ଖବର : Amazon Great Summer Sale: ଶସ୍ତା ହେଲା ଏସି, ଲାପଟପ୍ ଓ ଫୋନ୍; ଜଲଦି କରନ୍ତୁ ବୁକିଂ
Published by:Sujit Swain
First published: