News 18 Odia Digital
ମୁମ୍ୱାଇ; ମାର୍ଭେଲ ସିନେମେଟିକ୍ ୟୁନିଭର୍ସ (ଏମସିୟୁ) ର ୨୯ତମ ଚଳଚ୍ଚିତ୍ର 'ଥର: ଲଭ୍ ଆଣ୍ଡ ଥଣ୍ଡର' ଗୁରୁବାର ୭ ଜୁଲାଇରେ ହେବାକୁ ଥିବା ରିଲିଜ୍ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି । ବକ୍ସ ଅଫିସରେ ଫିଲ୍ମର ଆଡଭାନ୍ସ ବୁକିଂ ଚାଲିଛି । କିଛି ପ୍ରେକ୍ଷାଳୟରେ ଫିଲ୍ମର ଟିକେଟର ମୁଲ୍ୟ ୧୮୦୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି ସାରିଲାଣି । କିଛି ସହରରେ ଏହି ଚଳଚ୍ଚିତ୍ରର ସୋ ଗୁରୁବାର ସକାଳ ୬.୩୦ ରୁ ଆରମ୍ଭ ହେବାକୁ ଥିବା ବେଳେ ଆଉ କିଛି ସହରରେ ପ୍ରଥମ ସୋ ଏହା ପୂର୍ବରୁ ମଧ୍ୟ ରାତି ୧୨.୧୫ ରେ ଆରମ୍ଭ ହେବ । ମାର୍ଭେଲ ଷ୍ଟୁଡିଓର ଏହି ଚଳଚ୍ଚିତ୍ର ଭାରତରେ ‘ଡକ୍ଟର ଷ୍ଟ୍ରେଞ୍ଜ ଇନ ଦି ମ୍ୟାଡନେସ ଅଫ୍ ମଲ୍ଟିଭର୍ସ’ର ସଫଳତାକୁ ବଜାୟ ରଖିବ ବୋଲି ଆଶା ରହିଛି । ଏମସିୟୁର ଏହି ପୂର୍ବ ଚଳଚ୍ଚିତ୍ର ଦେଶରେ ୧୫୦ କୋଟିରୁ ଅଧିକ ବ୍ୟବସାୟ କରିଥିଲା ।
ଭାରତରେ ଏମସିୟୁର ଅନେକ ଫ୍ୟାନ୍୨୦୦୮ ରେ ଆଇରନମ୍ୟାନ୍ ପ୍ରଥମ ରିଲିଜ୍ ହେବା ପରଠାରୁ ଭାରତରେ ମାର୍ଭେଲ ସିନେମାଟିକ୍ ୟୁନିଭର୍ସର ପ୍ରଶଂସକଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଇଚାଲିଛି । ଏପର୍ଯ୍ୟନ୍ତ ଏହି ସିରିଜର ୨୮ ଟି ଚଳଚ୍ଚିତ୍ର ମୁକ୍ତିଲାଭ କରିଛି । ଫିଲ୍ମ 'ଥର: ଲଭ୍ ଆଣ୍ଡ ଥଣ୍ଡର' ହେଉଛି ଏହାର ୨୯ତମ ଚଳଚ୍ଚିତ୍ର । ମାର୍ଭେଲ ସିନେମାଟିକ୍ ୟୁନିଭର୍ସର ଏହି କାହାଣୀଗୁଡିକ ଫିଲ୍ମ ପରେ ଫିଲ୍ମ ସୁପରହିଟ ହୋଇଚାଲିଛି ।
କେବଳ ଆଡଭାନ୍ସ ବୁକିଂରେ କୋଟି କୋଟି ଟଙ୍କା ରୋଜଗାରମଙ୍ଗଳବାର ସନ୍ଧ୍ୟା ପର୍ଯ୍ୟନ୍ତ ଫିଲ୍ମ 'ଥର: ଲଭ୍ ଆଣ୍ଡ ଥଣ୍ଡର'ର ଆଡଭାନ୍ସ ବୁକିଂରେ ଉପଲବ୍ଧ ତଥ୍ୟ ଅନୁଯାୟୀ ଏହି ଫିଲ୍ମ କେବଳ ଆଡଭାନ୍ସ ବୁକିଂରୁ ପ୍ରାୟ ୯ କୋଟି ଟଙ୍କା ଆୟ କରିଛି। ସେଥିମଧ୍ୟରୁ ଇଂରାଜୀ ସଂସ୍କରଣ ସର୍ବାଧିକ ଟିକେଟ୍ ସଂଖ୍ୟା ପ୍ରାୟ ୬.୫୦ କୋଟିରେ ବିକ୍ରି ହୋଇଛି। ସେହିପରି ଫିଲ୍ମର ହିନ୍ଦୀ ସଂସ୍କରଣ ପାଇଁ ଟିକେଟ୍ ପ୍ରାୟ ୨.୨୫ କୋଟିରେ ବିକ୍ରି ହୋଇଛି । ଭାରତରେ ଆଜି ପର୍ଯ୍ୟନ୍ତ ସର୍ବାଧିକ ଆୟ କରିଥିବା MCU ଚଳଚ୍ଚିତ୍ର ହେଉଛି 'ଆଭେଞ୍ଜର୍ସ ଏଣ୍ଡଗେମ୍', ଯାହା ୨୦୧୯ ରେ ୩୭୩.୨୨ କୋଟି ଟଙ୍କା ଆୟ କରିଥିଲା। ଭାରତରେ ମୁକ୍ତିଲାଭ କରିଥିବା ହଲିଉଡର ଫିଲ୍ମ ମଧ୍ୟରେ ସବୁଠାରୁ ଅଧିକ ରୋଜଗାର କରିଥିବା ପ୍ରଥମ ତିନୋଟି ଚଳଚ୍ଚିତ୍ର ଏମସିୟୁର ରହିଛି ।
୧୪୬୩ କୋଟି ଟଙ୍କାରେ ନିର୍ମିତ ହୋଇଛି ଏହି ଫିଲ୍ମଚଳଚ୍ଚିତ୍ର 'ଥର: ଲଭ୍ ଆଣ୍ଡ ଥଣ୍ଡର' କଥା ଯଦି କହିବା, ତେବେ ଏହି ଚଳଚ୍ଚିତ୍ରଟି ପ୍ରାୟ ୧୮୫ ଲକ୍ଷ ଡଲାର୍ ଅର୍ଥାତ୍ ପ୍ରାୟ ୧୪୬୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି। ଏହା ଥରର ଏକକ ହିରୋ ଚଳଚ୍ଚିତ୍ର ଗୁଡ଼ିକ ମଧ୍ୟରେ ସବୁଠାରୁ ମହଙ୍ଗା ଚଳଚ୍ଚିତ୍ର ବୋଲି ବିବେଚନା କରାଯାଉଛି । ଆମେରିକାର ଗୋଟିଏ ଦିନ ପୂର୍ବରୁ ଭାରତରେ ମୁକ୍ତିଲାଭ କରୁଥିବା ଫିଲ୍ମ 'ଥର: ଲଭ୍ ଆଣ୍ଡ ଥଣ୍ଡର' ଇଂରାଜୀ ବ୍ୟତୀତ ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମ୍ ଭାଷାରେ ମଧ୍ୟ ମୁକ୍ତିଲାଭ କରୁଛି ।
ପ୍ରଥମ ଦିନରେ ଏହି ଚଳଚ୍ଚିତ୍ର ଦେଶରେ ପ୍ରାୟ ୨୮୦୦ ପରଦାରେ ପ୍ରଦର୍ଶିତ ହେବ ।ଆକଳନ ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ଫିଲ୍ମ 'ଥୋର: ଲଭ୍ ଆଣ୍ଡ ଥଣ୍ଡର' ଭାରତରେ ପ୍ରଥମ ଦିନରେ ପ୍ରାୟ ୨୫ କୋଟି ଟଙ୍କା ଆୟ କରିପାରେ । MCU ର ପୂର୍ବ ଫିଲ୍ମ ‘ଡକ୍ଟର ଷ୍ଟ୍ରେଞ୍ଜ ଇନ ଦି ମ୍ୟାଡନେସ ଅଫ୍ ମଲ୍ଟିଭର୍ସ’ ଭାରତରେ ଓପନିଙ୍ଗ ଦିନ ୨୮.୩୫ କୋଟି ଟଙ୍କା ଆୟ କରିଥିଲା ।
Mcuର ଧମାଲ କମେଡି ଚଳଚ୍ଚିତ୍ରବିଶେଷଜ୍ଞମାନେ କହିଛନ୍ତି ଯେ ନିର୍ଦ୍ଦେଶକ ଟାଇକା ୱଇଟିଟି ପୂର୍ବ ଚଳଚ୍ଚିତ୍ର 'ଥର ରାଗନାରୋକ'ରେ ଥରଙ୍କ ଚରିତ୍ରକୁ ଏକ ଭିନ୍ନ ସ୍ତରକୁ ନେଇ ଯାଇଥିଲେ । ସେହିପରି ଏଥର ମଧ୍ୟ ସେ' ଥର: ଲଭ୍ ଆଣ୍ଡ ଥଣ୍ଡର 'ଚଳଚ୍ଚିତ୍ରରେ ଥରଙ୍କ ଚରିତ୍ର ସହିତ କିଛି ଏକ୍ସପରିମେଣ୍ଟ କରିଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।