News18 Odia Digital
Film Shala Budha Badla Released: ଓଡ଼ିଶାର ୩୦ଟି ହଲରେ ରିଲିଜ୍ ହୋଇଛି ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ଶଳା ବୁଢ଼ାର ବଦ୍ଲା’।
ଭୁବନେଶ୍ୱର ସ୍ଥିତ ସ୍ୱାତୀ ସିନେମା ହଲ୍ରେ ଏହାର ପ୍ରିମିୟର ସୋ’ ପ୍ରଦର୍ଶିତ ହୋଇଥିଲା। ସୋ’ରେ ବହୁ କଳାକାର, ଓଡ଼ିଆ ସିନେପ୍ରେମୀଙ୍କ ସମେତ ଫିଲ୍ମର ଷ୍ଟାର କାଷ୍ଟ ଯୋଗ ଦେଇଥିଲେ ।
ଗର୍ବର କଥା ଯେ ଏକ ଲମ୍ବା ସମୟ ଅବଧି ମଧ୍ୟରେ ଦେଶରେ ଦ୍ୱିତୀୟ ଟ୍ରାଇଲୋଜି ସିନେମା ହେଉଛି ‘ଶଳା ବୁଢ଼ାର ବଦଲା’। ଲୁପ୍ତପ୍ରାୟ ସଂସ୍କୃତି ଓ ଲୋକ ସଂସ୍କୃତିକୁ ନେଇ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ସବ୍ୟସାଚୀ ମହାପାତ୍ରଙ୍କ ନିର୍ମିତ ‘ଆଦିମ ବିଚାର’ ଓ ‘ଶଲା ବୁଢ଼ା’ ପରେ ଏହି ସିନେମା ହେଉଛି ଟ୍ରାଇଲୋଜିର ତୃତୀୟ ଅଧ୍ୟାୟ।
ପ୍ରଥମଥର ପାଇଁ ବାପା ଓ ପୁଅ ଅର୍ଥାତ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଓ ପ୍ରଯୋଜକ କୁମାର ସି. ଦେବ ମହାପାତ୍ର ଏକାଥରକେ ଏହି ଫିଲ୍ମ ପାଇଁ ଜାତୀୟ ପୁରସ୍କାର ପାଇଥିଲେ।
ଓଡ଼ିଆଙ୍କ କାହାଣୀ, ଓଡ଼ିଶାର ଚାଲିଚଲଣକୁ ନେଇ ସିନେମା ଦର୍ଶକଙ୍କୁ ବେଶ୍ ପ୍ରଭାବିତ କରୁଛି। ଏହି ଧାରାରେ ପ୍ରଖ୍ୟାତ ସିନେମା ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ‘ଶଳା ବୁଢ଼ା’ ସିରିଜ୍ ବେଶ୍ ପ୍ରଭାବ ପକାଇଛି। ପ୍ରଥମେ ‘ଶଳା ବୁଢ଼ା’, ‘ଆଦିମ୍ ବିଚାର’ ଆଉ ଶଳା ବୁଢ଼ାର ବଦଲା।

ଓଡ଼ିଶାର ୩୦ଟି ହଲରେ ରିଲିଜ୍ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ଶଳା ବୁଢ଼ାର ବଦ୍ଲା’
୨୦୦୦ ମସିହାରେ କୋଶଳୀ ଭାଷାରେ ରିଲିଜ୍ ହେବା ପରେ ଏହାକୁ ଦର୍ଶକଙ୍କ ଥମ୍ସ ଅପ୍ ମିଳିଥିଲା । ସବ୍ୟସାଚୀ ଓ ତାଙ୍କ ପୁଅ ସିନେମାର ଡିଓପି କୁମାର ମହାପାତ୍ରଙ୍କୁ ଏଥିପାଇଁ ଜାତୀୟ ପୁରସ୍କାର ବି ମିଳିଛି । ହଜି ଯାଉଥିବା ସଂସ୍କୃତି ଓ ଲୋକକଳାକୁ ସିନେମାରେ ପସନ୍ଦ କରିଛନ୍ତି ଦର୍ଶକ।
ପଢ଼ନ୍ତୁ ଏହି ଖବର: Naba Das News: ଭୟରେ ନବ ଦାସଙ୍କୁ ହତ୍ୟା କରିଥିଲେ ଗୋପାଳ ଦାସ!ଏହି ଫିଲ୍ମର ମ୍ୟୁଜିକ୍ ମଧ୍ୟ ଜାତୀୟ ପୁରସ୍କାର ପାଇଥିଲା। ଫିଲ୍ମ ‘ଶଳା ବୁଢା’ର ବଦଲାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପଙ୍କଜ ଜାଲ୍। ଏହି ଫିଲ୍ମ ହେଉଛି ଏକ ଜଟିଳ ମାନବ ଭାବନା ଓ ସମ୍ପର୍କର ଚିତ୍ର, ଯେଉଁଥିରେ ଅଛି ଭରପୂର କମେଡି ଓ ସସପେନ୍ସ। ସ୍ବର୍ଗତ ଅଟଳ ବିହାରୀ ପଣ୍ଡା, ଚନ୍ଦନା ସିଂହ, ଲୋଚନି ବାଗ, ବିନ୍ଦୁ, ବୈରାଗୀ, ନେତ୍ରାନନ୍ଦ, ଜିତ୍ ଓ ମଣ୍ଟୁ ମହାପାତ୍ର ପ୍ରମୁଖ ଅଭିନୟ କରିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।