- News18 Odia
- Last Updated :
- New Delhi, India
News 18 Odia Digital
ମୁମ୍ବାଇ: କନ୍ନଡ ଇଣ୍ଡଷ୍ଟ୍ରିର ଅନେକ ହିଟ୍ ଫିଲ୍ମ ମଧ୍ୟରୁ ଋଷବ ଶେଟ୍ଟୀଙ୍କ ବ୍ଲକବଷ୍ଟର ଚଳଚ୍ଚିତ୍ର କାନ୍ତାରା ଅନ୍ୟତମ। ନଭେମ୍ବର ୨୪ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମ ସମସ୍ତ ପ୍ରଶଂସକଙ୍କୁ ମନୋରଞ୍ଜନ କରିବା ପାଇଁ ଚଳଚ୍ଚିତ୍ରଟିକୁ ଓଟିଟି ପ୍ଲାଟଫର୍ମରେ ଦେଖିବା ପାଈଁ ବହୁ ଉତ୍ସାହର ସହ ଅପେକ୍ଷା କରିଥିଲେ। ଏବେ ଦର୍ଶକମାନଙ୍କ ପାଇଁ ଖୁସି ଖବର। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଅନେକ ରେକର୍ଡ ସୃଷ୍ଟି କରିବା ସହ OTT ରେ ମୁକ୍ତିଲାଭ କରିଥିଲା। ହେଲେ ଏହା ଏପର୍ଯ୍ୟନ୍ତ ଏହା କେବଳ ତେଲୁଗୁ, ମାଲାୟାଲମ୍, କନ୍ନଡ ଏବଂ ତାମିଲ ଭାଷାରେ ଓଟିଟିରେ ମୁକ୍ତିଲାଭ କରିଛି।
ଡିସେମ୍ବର ୯ ତାରିଖରେ ଆମାଜନ ପ୍ରାଇମ୍ ହିନ୍ଦୀରେ କାନ୍ତାରା ରିଲିଜ୍ ହେବାକୁ ଯାଉଛି। କିନ୍ତୁ ଏହି ହିନ୍ଦୀ ଘୋଷଣା ଅଭିନେତାଙ୍କ ଦ୍ଵାରା ଆକର୍ଷଣୀୟ ଢଙ୍ଗରେ କରାଯାଇଥିଲା। ଋଷଭଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପ୍ରାୟ 16 କୋଟି ଟଙ୍କାର ସ୍ୱଳ୍ପ ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ରଟି ଅନେକ ଧମାଲ କରିଛି। ଏହି ଚଳଚ୍ଚିତ୍ରର ଲେଖକ ତଥା ନିର୍ଦ୍ଦେଶକ ମଧ୍ୟ ନିଜେ ଋଷଭ ଅଟନ୍ତି ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।