ଫିଲ୍ମ କ୍ରିଟିକ୍ ପଦରୁ ସନ୍ୟାସ ନେଲେ KRK; କହିଲେ, ‘‘ମୁଁ ଛାଡୁଛି’’

ଅଭିନେତା ତଥା ଆତ୍ମ ଘୋଷିତ ଚଳଚ୍ଚିତ୍ର ସମାଲୋଚକ କମାଲ ରସିଦ ଖାନ ଅର୍ଥାତ୍ କେଆରକେ ଫିଲ୍ମ କ୍ରିଟିକ୍ସରୁ ଅବସର ନେଉଛନ୍ତି।

ଫିଲ୍ମ କ୍ରିଟିକ୍ ପଦରୁ ସନ୍ୟାସ ନେଲେ KRK

ଫିଲ୍ମ କ୍ରିଟିକ୍ ପଦରୁ ସନ୍ୟାସ ନେଲେ KRK

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ମୁମ୍ବାଇ: ଅଭିନେତା ତଥା ଆତ୍ମ ଘୋଷିତ ଚଳଚ୍ଚିତ୍ର ସମାଲୋଚକ କମାଲ ରସିଦ ଖାନ ଅର୍ଥାତ୍ କେଆରକେଙ୍କୁ ନେଇ ସାମ୍ନାକୁ ଆସିଲା ବଡ଼ ଖବର। ଚଳଚ୍ଚିତ୍ର ସମୀକ୍ଷାରୁ ଅବସର ନେଉଛନ୍ତି ସେ। ବଲିଉଡକୁ ସମାଲୋଚନା କରିବା ଓ ଅଭିନେତାମାନଙ୍କୁ ଟ୍ରୋଲ କରିବା ଭଳି କାର୍ଯ୍ୟ କରିବା ପରେ ସେ ବର୍ତ୍ତମାନ ଅବସର ଘୋଷଣା କରିଛନ୍ତି।

କେଆରକେ ଯିଏ ନିଜ ଦିନ ଆରମ୍ଭ କରୁଥିଲେ ବଲିଉଡ ଷ୍ଟାର୍ସଙ୍କୁ ଟ୍ରୋଲ କରିବା ସହିତ ବର୍ତ୍ତମାନ ସେ ଏହି ପଦରୁ ଅବସର ନେବା କଥା କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି।

କେଆରକେ ଏକ ଟ୍ୱିଟରେ ଲେଖିଛନ୍ତି, “ମୁଁ ଛାଡୁଛି # ବିକ୍ରମ ବେଦ ଶେଷ ଫିଲ୍ମ, ଯାହାର ମୁଁ ସମୀକ୍ଷା କରିବି। ମୋର ସମୀକ୍ଷା ଉପରେ ବିଶ୍ୱାସ କରି ମୋତେ ବଲିଉଡ ଇତିହାସରେ ସବୁଠାରୁ ବଡ଼ ସମାଲୋଚକ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ। ମୋତେ କେବଳ ସମାଲୋଚକ ଭାବରେ ଗ୍ରହଣ କରି ନ ଥିବାରୁ ମୋର ସମୀକ୍ଷାକୁ ରୋକିବା ପାଇଁ ମୋ ବିରୋଧରେ ଅନେକ ମାମଲା ପଞ୍ଜୀକରଣ କରିଥିବାରୁ ବଲିଉଡର ସମସ୍ତ ଲୋକଙ୍କୁ ଧନ୍ୟବାଦ।”



ଏହାପୂର୍ବରୁ ସେ ଅଗଷ୍ଟ ୨ରେ ଏକ ଟ୍ବିଟ କରିଥିଲେ ଯେଉଁଥିରେ ସେ ଆମୀର ଖାନ ଓ କରୀନା କପୁର ଖାନଙ୍କ ଫିଲ୍ମ ‘ଲାଲ ସିଂ ଚଡ୍ଡା’ ଶେଷ ଫିଲ୍ମ ବୋଲି କହିଥିଲେ ଯାହାକୁ ସେ ସମୀକ୍ଷା କରିବେ। ଏହା ପରେ ସେ ଲେଖିଥିଲେ, ‘‘ଆଶା କରୁଛି ଯେ ବଲିଉଡର ସମସ୍ତେ ଶୁଣିବାକୁ ପାଇ ଆନନ୍ଦିତ ହେବେ ଯେ #ଲାଲ ସିଂ ଚଡ୍ଡାର ମୁଁ ଶେଷ ସମୀକ୍ଷା କରିବି। ଗତ ୯ ବର୍ଷରେ ମୋତେ ସମର୍ଥନ କରିଥିବା ସମସ୍ତ ଲୋକଙ୍କୁ ଧନ୍ୟବାଦ।’’
Published by:Lipina Das
First published: