Adipurush: ସାମ୍ନାକୁ ଆସିଲା ଫିଲ୍ମ ଆଦିପୁରୁଷର ରିଲିଜ୍ ଡେଟ୍; ଜାଣନ୍ତୁ କେବେ ହେବ ରିଲିଜ୍

Film Adipurush: ବାହୁବଳୀ ସୁପରଷ୍ଟାର ପ୍ରଭାସଙ୍କ ଆଗାମୀ ଫିଲ୍ମ ଆଦିପୁରୁଷର ରିଲିଜ୍‌ ଡେଟ୍‌ ଘୋଷଣା ହୋଇଛି। ଏହି ଫିଲ୍ମ ୧୬ ଜୁନ୍‌ରେ ରିଲିଜ୍‌ ହେବ।

ଫିଲ୍ମ ଆଦିପୁରୁଷ

ଫିଲ୍ମ ଆଦିପୁରୁଷ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

Film Adipurush: ବାହୁବଳୀ ସୁପରଷ୍ଟାର ପ୍ରଭାସଙ୍କ(Prabhas) ଆଗାମୀ ଫିଲ୍ମ ଆଦିପୁରୁଷର(Adipurush) ରିଲିଜ୍‌ ଡେଟ୍‌ ଘୋଷଣା ହୋଇଛି। ଏହି ଫିଲ୍ମ ୧୬ ଜୁନ୍‌ରେ ରିଲିଜ୍‌ ହେବ।ଏହି ଫିଲ୍ମରେ ପ୍ରଭାସଙ୍କ ସହ ସୈଫ୍ ଅଲୀ ଖାନ୍(Saifali Khan) ଓ କ୍ରୀତି ସାନନ ନଜର ଆସିବେ। ଓମ ରାଉତଙ୍କ(Om Rout) ନିର୍ଦେ୍ଦଶନାରେ ଏହି ଫିଲ୍ମର ପ୍ରଥମ ଲୁକ୍ ଜାରି ହେବା ପରେ ସୋସିଆଲ ମିଡିଆ​ରେ ଏହାକୁ ନେଇ ବିବାଦ ଦେଖାଦେଇଥିଲା।

ଏହି ଫିଲ୍ମ​ରେ ପ୍ରଭାସ ଭଗବାନ ରାମଙ୍କ ଚରିତ୍ରରେ ନଜର ଆସିବେ। ସେହିଭଳି ସୈଫ ଅଲୀ ଖାନ୍ ରାବଣ ଭୂମିକାରେ ନଜର ଆସିବେ। ସେହିଭଳି ସନୀ ସିଂହ ଲକ୍ଷ୍ମଣ ଚରିତ୍ରରେ ନଜର ଆସିବେ। ଫିଲ୍ମରେ ସୀତାଙ୍କ ଚରିତ୍ରରେ କ୍ରିତୀ ସାନନ୍ ନଜର ଆସିବେ। ସେହିଭଳି ହନୁମାନ ଭୂମିକାରେ ଦେବଦତ୍ତ ଗଜାନନ ନାଗେ ନଜର ଆସିବେ। ଫିଲ୍ମ ୫ ଟି ଭାଷାରେ ରିଲିଜ୍ ହେବ।

ସୂଚନା ଅନୁଯାୟୀ ଫିଲ୍ମର ପୋଷ୍ଟର ରିଲିଜ୍ ହେବା ପରଠାରୁ ଫିଲ୍ମ ବିବାଦ ମଧ୍ୟରେ ରହିଆସିଛି। ଏଥିରେ ସୈଫ ଅଲୀ ଖାନ୍‌ଙ୍କ ରାବଣ ଲୁକ୍‌କୁ ଲୋକମାନେ ବହୁତ୍ ଟ୍ରୋଲ କରିଥିଲେ। ଏହାକୁ ନେଇ ସୋସିଆଲ ମିଡିଆରେ(Social Media) ଲୋକମାନେ ବିରୋଧ ମଧ୍ୟ କରିଥିଲେ। ତେବେ ବର୍ତ୍ତମାନ ଫିଲ୍ମ ରିଲିଜ୍ ତାରିଖ ଘୋଷଣା କରାଯାଇଛି। ଏହି ଫିଲ୍ମର ଲମ୍ବା ସମୟରୁ ଅପେକ୍ଷା ମଧ୍ୟ କରାଯାଉଥିଲା। ଏହି ଫିଲ୍ମକୁ ୩ଡି ଏବଂ ୨ଡିରେ ରିଲିଜ୍ କରାଯିବ।
Published by:Soumyashree Mishra
First published: